ଓଡିଶା ତାଜା ନ୍ୟୁଜ୍ (୧୭ ଜୁଲାଇ ୨୦୨୦ ଶୁକ୍ରବାର) ଭୁବନେଶ୍ୱର :- ୭ଜଣ ମାଛ ଦୋକାନୀଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ଭୁବନେଶ୍ୱର ୪ନମ୍ବର ମାଛ ମାର୍କଟକୁ ସିଲ କରିଦିଆଯାଇଛି । ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ମାର୍କଟକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ କରିଦିଆଯାଇଛି । ଗତ ୭ଦିନ ମଧ୍ୟରେ ଏହି ମାଛ ମାର୍କେଟକୁ ମାଛ କିଣିବାକୁ ଆସିଥିବା ଲୋକମାନଙ୍କୁ ନିଜ ଆଡୁ ହୋମ କ୍ୱାରେନଟିନରେ ରହିବା ପାଇଁ ବିଏମସି ପକ୍ଷରୁ ନିବେଦନ କରାଯାଇଛି ।