No Result
View All Result
୮ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗାଡିରେ ପୁଲିସ ଲେଖି ଗଞ୍ଜେଇ ଚାଲାଣ କରୁଥିବା ବେଳେ ଗାଡି ସହ ଦୁଇ ଜଣଙ୍କୁ ଗିରଫ କରିଛି ସ୍ଥାନୀୟ ପୁଲିସ । ମୋହନା ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ନିକଟସ୍ଥ ଅଠରନଳା ଠାରେ ପୁଲିସ ଲେଖାହୋଇଥିବା ଏକ ଝାଡଖଣ୍ଡର ଗାଡି (ଜେଏଚ୍୧ ଇଏଫ ୨୯୦୬)କୁ ଅଟକାଇ ପଥମେ ପଚରାଉଚରା କରିଥିଲେ । ସନ୍ଦେହ ହେବାରୁ ଗାଡି ଯାଞ୍ଚ କଲାବେଳେ ସେଥିରେ ଗଞ୍ଜେଇ ଥିବା ଜଣାପଡିଥିଲା । ପୁଲିସ ଗାଡିରୁ ୨ କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ କେସ ନଂ ୨୦୦/୨୩ରେ ମାମଲା ରୁଜୁକରି ଅଭିଯୁକ୍ତ ହେଲେ ଝାଡଖଣ୍ଡର ଅରୁଣ ଭରତ ଓ ସୁନୀଲ କୁମାର ଯାଦବକୁ ଗିରଫ କୋର୍ଟ ଚାଲଣ କରାଯାଇଛି ।

ଉକ୍ତ ଗଞ୍ଜେଇ କେଶରୀଗୁଡା ଅଞ୍ଚଳରୁ ଝାଡଖଣ୍ଡ ଚାଲାଣ ହେଉଥିବା ପୁଲିସ ସୁତ୍ରରୁ ପ୍ରକାଶ । ଏହି ଅଞ୍ଚଳରେ ଗୋଟିଏ କଥା ଚର୍ଚା ହେଉଛି ଯେ ପ୍ରତିବର୍ଷ ଏବଂ ଏବେ ମଧ୍ୟ ଚାଲୁଛି ମୋହନରେ ସ୍ଥାନୀୟ ପୁଲିସ ଓ ଅବକାରୀ ବିଭାଗ ବିଭାଗ ମିଳିତରେ ଗଞ୍ଜେଇ ଗଛ କଟା ଚାଲୁଛି । ପ୍ରତିଥର ଶହ ଶହ ଏକରରେ ଲଗାଯାଥିବା ଗଞ୍ଜେଇ ଗଛକୁ କଟାଯିବା ସହ ପୁଣି ଏତେ ପରିମାଣ ଗଞ୍ଜେଇ ଚୋରାଚାଲଣ ଆସୁଛି କେଉଠୁ ବାୋଲି ପ୍ରଶ୍ନ ହେଉଛି । ବିଭାଗ ପର୍ଯ୍ୟରୁ ପ୍ରକୃତରେ କଣ ଗଞ୍ଜେଇ ଗଛ କମ୍ ନଷ୍ଟକରି କାଗଜ ପତ୍ର ଅଧିକ ଦେଖାଯାଉଛି କି ।

No Result
View All Result