No Result
View All Result
୮ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ :-> ଗତକାଲି ରାତ୍ରିସମୟରେ ୧୪ ଜଣ ଦାଦନ ଶ୍ରମିକକୁ ବାହାର ରାଜ୍ୟକୁ ଚାଲାଣ କରୁଥିବା ସମୟରେ ପାଟଣଗଡ ପୁଲିସ ଏକ ବିଶ୍ଵସ୍ତ ସୁତ୍ରରୁ ଖବରପାଇ ପାଟଣଗଡ ପୋଡଛାପର ଛକ ନିକଟରୁ ୧୪ ଜଣ ଦାଦନ ଶ୍ରମିକକୁ ଉଦ୍ଧାର କରିଛି । ଶ୍ରମିକଙ୍କ ପାଇଁ ଆବଶ୍ୟକ ମୁତାବକ ବିନାକାଗଜପତ୍ରରେ କରର୍ଲାମାଲ ଗାଁର ସର୍ଦ୍ଧାର ଲିଙ୍ଗ ଷାଣ୍ଡ ସେମାନଙ୍କୁ ନେଉଥିବାବେଳେ ପୁଲିସ ଖବରପାଇ ଚଢ଼ାଉ କରିଥିଲା ।
ଶ୍ରମିକ ମାନଙ୍କୁ ଥିନାକୁ ଆଣି ଅଧିକ ପଚରାଉଚରା କରିବାପରେ ବିନା କାଗଜପତ୍ରରେ ନେଉଥିବାର ପୁଲିସ ଜାଣିକୁ ପାଇଥିଲା । ପରେ ପୁଲିସ ଗାଡିଚାଲକ ଓ ସର୍ଦ୍ଧାରକୁ ଥାନାରେ ଅଟକରଖି ଅଧିକ ତଦନ୍ତ କରିଥିଲା । ଦାଦନ ଶ୍ରମିକଙ୍କ ମଧ୍ୟରେ ୨ ଜଣ ଛୋଟ ଶିଶୁ ଥିବାବେଲେ ୮ ଜଣ ପୁରୁଷ ଓ ୪ ଜଣ ମହିଳା ଅଛନ୍ତି ।
ଦାଦନ ଶ୍ରମିକ ନେଉଥିବା ଗାଡି ସହ ଗାଡିଚାଲକ ଓ ସର୍ଦ୍ଧାରଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରି ୨ ଜଣକୁ କୋଟ ଚାଲାଣ କରାଯାଇଛି । ଉଦ୍ଧାର ଶ୍ରମିକ ମାନଙ୍କୁ ନିଜନିଜ ଘରକୁ ପଠାଦିଆଇଯାଇଛି ବୋଲି ଥାନା ଅଧିକାରୀ ଅନନ୍ତ ପ୍ରଧାନ ସୂଚନା ଦେଇଛନ୍ତି ।

No Result
View All Result