No Result
View All Result
୮ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ଼ :-> ବଲାଙ୍ଗିର ଜିଲ୍ଲା ପାଟଣାଗଡ ର ପାଟଣେସ୍ୱରି ମନ୍ଦିର ନିକଟସ୍ଥ ପାଟଣେସ୍ୱରି ଉତ୍ସବ ଭବନ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ,ବଲାଙ୍ଗୀର ତରଫରୁ ବ୍ଲକ୍ ସ୍ତରୀୟ ଶିଶୁ ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ ଅଧ୍ୟକ୍ଷତା କରିଥିବା ବେଳେ,ମଞ୍ଚ ପରିଚାଳନା କରିଥିଲେ ସୁରକ୍ଷା ଅଧିକାରୀ ଚୂଡ଼ାମଣି ପଣ୍ଡା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ବିଧାୟକ ତଥା ଉପମୁଖ୍ୟ ସଚେତକ ସରୋଜ କୁମାର ମେହେର ଉପସ୍ଥିତ ଥିଲେ ।

ମୁଖ୍ୟ ଅତିଥିଙ୍କ ଦ୍ଵାରା ବିଜୁ କନ୍ୟା ରତ୍ନ ଯୋଜନା ର ଶୁଭାରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ ଶିଶୁ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବରେ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ମାନସୀ ବିଶ୍ଵାଳ, ଜୋନ ୧୪ର ଜିଲ୍ଲା ପରିଷଦ ର ସଭ୍ୟା କସ୍ତୁରୀ ସେଠ୍,ସି ଡି ପି ଓ ଅନୁପମ। ପଣ୍ଡା, ଶିଶୁ ମଙ୍ଗଳ ସମିତି ସଦସ୍ୟା ଲୀନା ବାବୁ, ସଦସ୍ୟ ସୀତାରାମ ହୋତା,ଅତିରିକ୍ତ ତହସିଲଦାର ଅର୍ଜୁନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସୁରକ୍ଷା ଅଧିକାରୀ ଚୂଡ଼ାମଣି ପଣ୍ଡା ପୋଷ୍ୟ ସନ୍ତାନ ଗ୍ରହଣ, କିଶୋର ନ୍ୟାୟ ଆଇନ, ଶିଶୁ ଗୃହ ଉପରେ ଆଲୋକପାତ କରିଥିବା ବେଳ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପୃଷ୍ଠପୋଷକତା ସହାୟତା ରାଶି, ଫୋଷ୍ଟର୍ କେୟାର ମିଶନ୍ ବାତ୍ସଲ୍ୟ , ଜିପିଡିପି ର ବାର୍ଷିକ ଯୋଜନା ରେ ୫% ଅନୁଦାନ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଶିଶୁ ମାନଙ୍କ ଯତ୍ନ ନିମନ୍ତେ ଖର୍ଚ୍ଚ କରିପାରିବେ ବୋଲି କହିଥିଲେ ।

ସେହିପରି ଆଶୀର୍ବାଦ, ସୁକନ୍ୟା, ବେଟି ବାଚାଓ ବେଟି ପଢାଓ ଯୋଜନା ଉପରେ ଅତିଥି ମାନେ ନିଜ ନିଜ ବକ୍ତବ୍ୟ ଦେଇଥିଲେ । କାର୍ଯ୍ୟକ୍ରମ ରେ ପାଟଣାଗଡ଼ ବ୍ଳକର ଅଙ୍ଗନୱାଡ଼ି କର୍ମୀ,ସୁପର ଭାଇଯର୍,ବ୍ଳକ କର୍ମଚାରୀ,୩୦ ଗୋଟି ପଞ୍ଚାୟତ ର ସରପଞ୍ଚ ଉପସ୍ଥିତ ଥିବା ବେଳେ ପରିଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଅରୁଣା ର ଜିଲ୍ଲା ପରାମର୍ଶ ଦାତା ପ୍ରମୋଦ ବଗର୍ତ୍ତି ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ସଭାସ।ଙ୍ଗ କରିଥିଲେ।

ଅନୁରୂପ ଭାବରେ ପାଟଣେଶ୍ୱରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ଯୁବ ଓଡ଼ିଶା ନୂଆ ଓଡ଼ିଶାର ସାମାଜିକ ସଚେତନତା କାର୍ଯ୍ୟକ୍ରମ ଅଧିନରେ ବେହେରାବନ୍ଦ ଗ୍ରାମରେ ବାଳ୍ୟବିବାହ ତଥା ଶିକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଏହି କାର୍ଯ୍ୟକ୍ରମ ରେ ପାଟଣାଗଡ଼ ବିଧାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ।


No Result
View All Result