୮ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରଣପୁର/ରାଜସୁନାଖଳା :-> ନୟାଗଡ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ମହୋତ୍ସବ କାଉଁରୀ ୨୦୨୩ ଶୁକ୍ରବାର ସଂନ୍ଧ୍ୟା ରେ ଓଡିଶା ମହାମହିମ ରାଜ୍ୟପାଳ ରଘୁବର ଦାସ ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ରାଜସୁନାଖଳା ର ଐତିହ୍ୟ , ଗୌରବ ଓ ପରମ୍ପରା କୁ ଉଜ୍ଜୀବିତ କରି ରଖିବାର ମହତ ଉଦେଶ୍ୟ ରଖି ଚଳିତମାସ ୮ ତାରିଖ ରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ମହୋତ୍ସବ କାଉଁରୀ ୨୦୨୩ ।
୨୦୧୯ ମସିହାରେ ଆରମ୍ଭ ହୋଇଥିବା ଏହି ମହୋତ୍ସବ କରୋନା କାରଣ ରୁ ଦୁଇବର୍ଷ ବନ୍ଦ ରହିବାପରେ ଦୁଇବର୍ଷ ଡିଜିଟାଲ ମାଧ୍ୟମ ରେ ଆୟୋଜନ କରାଯାଇଥିଲା ଓ ଚଳିତବର୍ଷ ଏହାର ୫ମ ବର୍ଷ ର କାର୍ଯ୍ୟକ୍ରମ ପାଳିତ ହୋଇଛି । ମହୋତ୍ସବ କମିଟି ର ସ୍ଥାୟୀ ସଭାପତି ଆର୍ତତ୍ରାଣ ପ୍ରଧାନ ଓ ସଂପାଦକ ତଥା ରାଜସୁନାଖଳା ସରଂପଚ ଚିତରଞ୍ଜନ ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ
ଶୁକ୍ରବାର ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଓଡିଶାର ମାନ୍ୟବର ରାଜ୍ୟପାଳ ଶ୍ରୀ ଦାସ ଯୋଗ ଦେଇଥିଲେ । ସଂନ୍ଧ୍ୟା ସାଢେ ୬ ଟାରେ ରାଜ୍ୟପାଳ ଶ୍ରୀ ଦାସ ମହୋତ୍ସବ ପଡିଆରେ କାର ଯୋଗେ ପହଁଚିବାବାପରେ ଆନୁଷ୍ଠାନିକ ଭାବେ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ନିଜ ସହକର୍ମୀ ଙ୍କ ସହ ସ୍ୱାଗତ କରି ରାଜ୍ୟପାଳ ଙ୍କୁ ମଂଚ ଉପରକୁ ପାଛୋଟି ନେଇଥିଲେ ।
ସଭାରେ ଜଗନ୍ନାଥ ଙ୍କ ଫଟୋଚିତ୍ରରେ ପୁଷ୍ମମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ କୁ ମାନ୍ୟବର ରାଜ୍ୟପାଳ ଉଦଘାଟନ କରିଥିଲେ । ରାଜସୁନାଖଳା ର ମାଟି ହେଉଛି କବି ଭକ୍ତଚରଣ ଙ୍କ ମାଟି ା ଏହି ଅଂଚଳ ରେ ସହୀଦ ରଘୁନାଥ ମହାନ୍ତି ଓ ଦିବାକର ପରିଡା ଜନ୍ମ ହୋଇ ସମଗ୍ର ବିଶ୍ୱ ଦରବାରରେ ଅଂଚଲ ର ଗୌରବ ଆଣିଛନ୍ତି ।
ରାଜ୍ୟ ର ବିକାଶ ନିମନ୍ତେ ପ୍ରତି କୋଣ ଅନୁକୋଣ ରେଯୁବ ଗୋଷ୍ଠୀ ସକରାତ୍ମକ ଦିଗରେ ଆଗଭର ହୋଇ କାର୍ଯ୍ୟ କରିଲେ ବିକାଶ କୁ କେହି ଅଟକାଇ ପାରିବେନି ବୋଲି ରାଜ୍ୟପାଳ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ବକ୍ତାଭାବେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଜାତୀୟ ପର୍ଯ୍ୟଟନ ଉନ୍ନୟନ ନିଗମ ର ଅଧ୍ୟକ୍ଷ ଡଃ ସମ୍ବିତ ପାତ୍ର ଯୋଗ ଦେଇ ଅଂଚଳ ର ପର୍ଯ୍ୟଟନ ର ବିକାଶ ଦିଗରେ ସମସ୍ତ ଉଦ୍ୟମ କରିବେ ବୋଲି କହିଥିଲେ ।
ସମାଜସେବୀ ଶିବରାମ ମହାପାତ୍ର ସମ୍ମାନୀତ ଅତିଥିଭାବେ ଯୋଗ ଦେଇ ମହୋତ୍ସବ କିଭଳି ନିଜ ଭିତରେ ଭାଇଚାରା ଓ ଆତ୍ମୀୟତା ଭାବ ବୃଦ୍ଧି କରିଥାଏ ସେ ନେଇ ନିଜର ବକ୍ତବ୍ୟ ରଖିଥିଲେ । ମହୋତ୍ସବ ର ସଂପାଦକ ଚିତରଞ୍ଜନ ପ୍ରଧାନ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରରେ ବିଭିନ୍ନ କ୍ଷେତ୍ର ରେ ପ୍ରତିଷ୍ଠିତ ଲାଭ କରିଥିବା କୃତି ଛାତ୍ରଛାତ୍ରୀ ,
ସମାଜସେବୀ ଙ୍କୁ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ । ସଂନ୍ଧ୍ୟା ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସମେତ ରାଜ୍ୟ ବାହାରୁ କଳାକାରମାନେ ଆସି ସେମାନଙ୍କ ନିଖୁଣ ଅଭିନୟ ମାଧ୍ୟମ ରେ ଉପସ୍ଥିତ ଦର୍ଶକ ଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲେ । ତେବେ ବ୍ରହ୍ମପୁର ର ଯୋଡିଶଙ୍ଖ ଓ ସୁନ୍ଦରଗଡ ର ଝୁମୁରା ନୃତ୍ୟ ଦର୍ଶକ ଙ୍କ ହୃଦୟ ଛୁଇଁଥିଲା ।
ମହୋତ୍ସବ ପଡିଆ ରେ ୧୫୦ ରୁ ଉର୍ଦ୍ଧ ଦୋକାନ ଖୋଲାଯାଇ କିଭଳି ଦୈନିକ ଶାନ୍ତିଶୃଙ୍ଖଳା ର ସହ କାର୍ଯ୍ୟକ୍ରମ ସମ୍ପାଦିତ ହେବ ସ୍ଥାନୀୟ ଅଂଚଳ ର ଯୁବକ ,ସ୍ୱେଚ୍ଛାସେବୀ ଓ ପୁଲିସ ବାହିନୀ ଏ ଦିଗରେ ସଜାଗ ରହିଛନ୍ତି । ଉକ୍ତ ମହୋତ୍ସବ କୁ ରାଜସୁନାଖଳା ଓ ରଣପୁର ସାମ୍ବାଦିକ ସଂଘ ସମେତ ବ୍ୟବସାୟୀ ସଂଘ ,
ଗୋପବନ୍ଧୁ ଯୋଗ ସମିତି , ଫ୍ରେଣ୍ଡସ କ୍ଲବ , ବହୁ ଯୁବକ ସଂଘ , ବରିଷ୍ଠ ନାଗରିକ ମାନେ ଖୋଲାଖୋଲି ସମର୍ଥନ କରି ସହଯୋଗ ର ହାତ ବଢାଇଛନ୍ତି । ଯାତ୍ରା କୁ ଶାନ୍ତିଶୃଙ୍ଖଳା ର ସହ ପାଳନ ନିମନ୍ତେ ପୁଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

© 2023 Odisha Taza News.