୮ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ତିଗିରିଆ :-> ତିଗିରିଆ କୃଷି ବିଭାଗ ତରଫରୁ ମିଲେଟ୍ ମିଶନ ଆନୁକୁଲ୍ୟରେ ଅର୍ଡର୍ ଏବଂ ଉତ୍ତର ମହାନଦୀ କୃଷକ ଉତ୍ପାଦକ କମ୍ପାନୀ ଲିମଟେଡର ସହଭାଗୀତାରେ ଅମଳ ଉତ୍ସବ ପାଞ୍ଚଗାଁ ସ୍ଥିତ ମୁଣ୍ଡିପାଗଳି ଠାରେ ପାଳିତ ହୋଇଯାଇଛି l ରାଜ୍ୟରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ତିଗିରିଆ ବ୍ଲକରେ ଅମଳ ଉତ୍ସବ ପାଳନର ଶୁଭାରମ୍ଭ ହୋଇଛି l କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର , ତିଗିରିଆର ଅଧ୍ୟକ୍ଷ ଶ୍ରୀ ହରେନ୍ଦ୍ର ଦଳେଇ ଏହାକୁ ସଭାପତିତ୍ୱରେ ସଭାକାର୍ଯ୍ୟ ପରିଚାଳନା ହୋଇଥିଲେ l ଏହି ଉତ୍ସବରେ ତିଗିରିଆ ବ୍ଲକର ୧୪ ଗୋଟି ପଞ୍ଚାୟତରୁ ଶତାଧିକ ଚାଷୀ ଯୋଗ ଦାନ କରିଥିଲେ l

ଏହି କାର୍ଯ୍ୟକ୍ରମ ରେ ଲୋକମାନଙ୍କ ମଧ୍ୟରେ ସରକାରଙ୍କ ଦ୍ୱାରା ଚାଷୀଙ୍କୁ ଦିଆଯାଉଥିବା ଓଡ଼ିଶା ମିଲେଟ୍ ମିଶନ ଯୋଜନା ସମ୍ବଦ୍ଧରେ ସଚେତନତା ସୃଷ୍ଟି କରିବା ସହିତ ସରକାରୀ ଯୋଜନାରେ ମିଳୁଥିବା ସହାୟତା ଓ ସୁବିଧା ବିଷୟରେ ଚାଷୀମାନଙ୍କୁ ଅବଗତ କରାଯାଇଥିଲା I ଚଳିତ ବର୍ଷ ଖରିପ ଋତୁରେ ତିଗିରିଆ ବ୍ଲକର ବିଭିନ୍ନ ଗ୍ରାମରେ 85 ହେକ୍ଟର ମାଣ୍ଡିଆ ଚାଷ କରାଯାଇଥିଲା ଉକ୍ତ ଚାଷ ଜମିରୁ 230 କୁଣ୍ଟାଲ ମାଣ୍ଡିଆ ଅମଳ ହୋଇଥିବାରୁ ସୂଚନା ଦିଆଯାଇଅଛି ତନ୍ମଧରୁ ଚାଷୀ ମାନଙ୍କର ଆବଶ୍ୟକତା କୁ ବାଦ ଦେଇ 200 କୁଣ୍ଟାଲ ମାଣ୍ଡିଆ ଚାଷୀ ମାନଙ୍କ ଠାରୁ ଉତ୍ତର ମହାନଦୀ କୃଷକ ଉତ୍ପାଦକ କମ୍ପାନୀ ଲିମଟେଡ କ୍ରୟ କରିବାର ଵେବସ୍ତା କରାଯାଇଛି l

ଏହି କାର୍ଯ୍ୟକ୍ରମରେ କୃଷି ଜ଼ିଲ୍ଲା ଅଧିକାରୀ ପର୍ଶୁରାମ ବେହେରା ,ତିଗିରିଆ ବ୍ଲକ ଅଧକ୍ଷା ସନ୍ଧ୍ୟାରାଣୀ ନାୟକ , ବି.ଡି.ଓ ପ୍ରଣବ ବେହେରା, , ବ୍ଲକ୍ ଉପାଧ୍ୟକ୍ଷ ମାନସ ରଞ୍ଜନ ସାହୁ , ଜ଼ିଲ୍ଲା ପରିଷଦ ସଭ୍ୟ ସଞ୍ଜୟ ମଲ୍ଲିକ, ସଭ୍ୟା ସସ୍ମିତା ରାଉତ, ମିଶନ ଶକ୍ତି ସଭାପତି ସମଷୁରା ବେଗମ, ଗୌରହରୀ ପରିଡା, ମିଲେଟ Scheme ଅଫିସର ଅସୀମା ମିଶ୍ର, ବ୍ଲକ କୃଷି ଅଧିକାରୀ ଶ୍ରୀ ସନାତନ ବେହେରା , ସହକାରୀ କୃଷି ଅଧିକାରୀ ଶ୍ରୀ ଦେବି ପ୍ରସାଦ ପୁଷ୍ଟି , ଗ୍ରାମ୍ୟ କୃଷି କର୍ମଚାରୀ , ସରପଞ୍ଚ ନିରଞ୍ଜନ ଦଳେଇ, ସହକାରୀ ବୈଷୟିକ ପରିଚାଳକ ଓ କୃଷକ ସାଥିମାନେ ଉପସ୍ଥିତ ଥିଲେ l ଆମ୍ଭ ତିଗିରିଆ ବ୍ଲକ ର ସୁଜାତା ରଣା ମାଣ୍ଡିଆ ର ନୂତନ ଖାଦ୍ୟ ପ୍ରସ୍ତୁତି ରାଜ୍ୟସ୍ତରୀୟ ପ୍ରତିଯୋଗିତା ରେ ଭାଗ ନେଇଥିବାରୁ ତାଙ୍କୁ ସନମ୍ମାନିତ କରାଯାଇଥିଲା ଓ 2ଜଣ ଅଗ୍ରଣୀ ଚାଷୀ ମହମଦ ଯକ୍ରିୟା, କୃଷ୍ଣ ଚନ୍ଦ୍ର ନାୟକଙ୍କୁ ସମ୍ଭର୍ଦ୍ଧିତ କରାଯାଇଥିଲା l













