ଓଡିଶା ତାଜା ନ୍ୟୁଜ୍ (୧୭ ଜୁଲାଇ ୨୦୨୦ ଶୁକ୍ରବାର) ନୟାଗଡ଼ :- ନୟାଗଡ଼ ୧୬.୦୭.୨୦ରିଖ ଗୁରୁବାର ଦିନ ଡିମିଶର ଗାଁ କଲ୍ୟାଣ ସମିତି ଆନୁକୁଲ୍ୟ ରେ ଡିମିଶର ଗ୍ରାମରେ କରୋନା ( covid-19 ) , ମ୍ୟାଲେରିଆ , ଡେଙ୍ଗୁ , ଡାଇରିଆ , ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାରେ ଡିମିଶର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ର ଡା. ଅଂଶୁମାନ ସାହୁ ସ୍ବାଗତ ଭାଷଣ ପ୍ରଦାନ କରି କରୋନା ସହ ମ୍ୟାଲେରିଆ , ଡେଙ୍ଗୁ , ଓ ଡାଇରିଆ ପାଈଁ ସତର୍କତାର ପ୍ରତ୍ୟେକ କଥା ଉପସ୍ଥାପନ କରିଥିଲେ । ଡିମିଶର ପଂଚାୟତ ସରପଞ୍ଚ ସସ୍ମିତା ବିସୋୟୀ ପତାକା ଦେଖାଇ ଏହି ଶୋଭା ଯାତ୍ରା ର ଶୁଭ ଉଦ୍ଘାଟନ କରିଥିଲେ । ଗାଁ କଲ୍ୟାଣ ସମିତି ର ଆବାହିକା ନମିତା ସାହୁ , ସମିତି ର ସଭ୍ୟ ସଭ୍ୟା ଶରଣକୂଳ ସ୍ବାସ୍ଥ୍ୟ କେନ୍ଦ୍ର ର ସୁପର ଭାଇଜର ପ୍ରଶନ୍ନ କୁମାର ସାହୁ , ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସୁରେନ୍ଦ୍ର ନାଥ ମିଶ୍ର , ଏ .ଏନ .ଏମ ରଞ୍ଜିତା ରାୟ ପଂଚାୟତ ୱାର୍ଡମେମ୍ବର ଓ ସ୍ୱୟଂ ସହାୟକ ଗୋଷ୍ଠୀ ର ସଭ୍ୟା ଗ୍ରାମ ସଭାପତି ବିଜୟ କୁମାର ଦଳବେହେରା ,
ସ୍ବେଛାସେବୀ ହୃସିକେଶ ବିସୋୟୀ , ଅର୍ଜୁନ ବିସୋୟୀ , ଡିମିଶର ପଲ୍ଲି ଉନ୍ନୟନ ଯୁବ ପରିଷଦ ର ସମ୍ପାଦକ ଶ୍ରୀ ସୂର୍ଯ୍ୟମଣି ପ୍ରଧାନ ଯୋଗଦାନ କାରୀ କରୋନା ମହାମାରୀ ଉପରେ ବିଭିନ୍ନ ସାହି ରେ ବିସ୍ତୃତ ଭାବେ ବୁଝାଇଥିଲେ । ମାସ୍କ ପିନ୍ଧିବା , ହାତ ଧୋଇବା ସାମାଜିକ ଦୂରତ୍ୱ କୁ ବଜାୟ ରଖିବା । ଏବଂ କରୋନା ଯୋଦ୍ଧା ରେ ଯେଉଁ ଯୋଦ୍ଧା ମାନେ ଦିନ ରାତି ଏକକାର କରି ଦେଇଛନ୍ତି ସେମାନଙ୍କୁ ସମ୍ମାନ ଦେବା ଇତ୍ୟାଦି ସ୍ଲୋଗାନ ଦେଇ ଶୋଭା ଯାତ୍ରା ସମଗ୍ର ଗ୍ରାମ ପରିକର୍ମା କରିଥିଲା । ଶେଷରେ ସମସ୍ତଙ୍କ ର ଉତ୍ତମ ସହଯୋଗ ରେ ଶୋଭାଯାତ୍ରା ର ସଫଳତା ପାଈଁ ଆବାହିକା ଶ୍ରୀମତି ନମିତା ସାହୁ ଗାଁ କଲ୍ୟାଣ ସମିତି ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । (ରିପୋର୍ଟ ରାମ କୃଷ୍ଣ ରଥ)