No Result
View All Result
ସାମୁଦ୍ରିକ ବାତ୍ୟା ମିଗଜାମ
୭ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ :-> ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ରେ ପ୍ରଥମେ ନିଅଣ୍ଟିଆ ବର୍ଷା ଓ ବର୍ତ୍ତମାନ ଅଦିନିଆ ବର୍ଷା ଚାଷି ଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଇଛି । ସାମୁଦ୍ରିକ ବାତ୍ୟା ମିଗଜାମ ପ୍ରବାହରେ ମଙ୍ଗଳବାର ସକାଳୁ ଜିଲ୍ଲା ରେ କୋହଳପାଗ ସାଙ୍ଗକୁ ଝିପିଝିପି ବର୍ଷା ଲାଗିରହିଛି । ବର୍ତ୍ତମାନ ଧାନ ଓ କପା ଫସଲ ଅମଳ ସମୟ ହୋଇଥିବା ରୁ ଚାଷୀଙ୍କ ମଧ୍ୟରେ ଧାନ ଓ କପା ସୁରକ୍ଷାକୁ ନେଇ ଭାଲେଣି ପଡ଼ିଛି ।

ଅଞ୍ଚଳ ରେ ସାମାନ୍ୟ ସଅଳ କିସମ ର ଧାନ ପ୍ରାୟତଃ ଅମଳ ସରିଯାଇଥିବା ବେଳେ ବର୍ତ୍ତମାନ ବିଳମ୍ବ କିସମ ର ଧାନ ଅମଳ ଚାଲୁରହିଛି । କେତେକ ଧାନ କ୍ଷେତରେ ଓ ଖଳା ରେ ପଡ଼ିରହିଛି ।ଖଳା ରେ ଥିବା ଧାନ କୁ ଚାଷି ଜରି ପାଳ ଢାଙ୍ଗି ବର୍ଷା ରୁ ବଞ୍ଚାଇବାକୁ ଉଦ୍ୟମ କରୁଥିବା ବେଳେ କ୍ଷେତ ରେ ପଡିରହିଥିବା ପେଟା ଧାନ ଓ କପା ପାଇଁ ଉପାୟ ପାଇପାରୁନାହି ।

ଅପର ପକ୍ଷରେ ଅନେକ ଚାଷି ବର୍ଷା ପାଇଁ ଧାନ କାଟି ପାରୁ ନଥିବା ବେଳେ କପା ମଧ୍ୟ ତୋଳି ପାରୁନାହାନ୍ତି । ଖଳା ରେ ଥିବା ଧାନ ଭିଜିଗଲେ ପୁଣି ତାହାକୁ ଶୁଖାବାକୁ ପଡ଼ିବ , ଭଳକରି ଶୁଖାଇନ ପାରିଲେ ବିକ୍ରି ହୋଇପାରିବ ନାହିଁ । ଯାହାଫଳରେ ଚାଷି ବିଷମ ପରିସ୍ଥିତ ସମ୍ମୁଖିନ ରେ ପଡିରହିଥିବା ଦେଖିବାକୁ ମିଳିଛି । ତେଣୁ ଏଦିଗରେ ପ୍ରଶାସନ ଓ କୃଷିବିଭାଗ ଦୃଷ୍ଟିଦେଇ କ୍ଷତିଗ୍ରସ୍ତ ଚାଷିମାନଙ୍କୁ ସରକାରୀ ସହୟତା ଯୋଗାଇଦେବାକୁ ଚାଷୀମାନେ ଦାବି କରିଛନ୍ତି ।

No Result
View All Result