ଓଡିଶା ତାଜା ନ୍ୟୁଜ୍ (୧୭ ଜୁଲାଇ ୨୦୨୦ ଶୁକ୍ରବାର) ନୟାଗଡ଼ :- କେନ୍ଦ୍ରଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀଯୁକ୍ତ ଅନିଲ କୁମାର ସାମଲ ନୟାଗଡ଼ ଗ୍ରସ୍ତ କରି ନୟାଗଡ଼ ସକ୍ରିଟ୍ ହାଉସ ଠାରେ ପହଂଚି ନୟାଗଡ଼ ଜିଲ୍ଲାରେ କୋଭିଡି-୧୯ ର ପ୍ରସ୍ତୁତି ଏବଂ ପରିଚାଳନା ସମ୍ଵନ୍ଧରେ ପୁଙ୍ଖାନୁପୁଙ୍ଖ ଭାବେ ସମୀକ୍ଷା କରିଥିଲେ । ଜିଲ୍ଲାରେ କୋଭିଡି କେୟାର ହୋମ ପ୍ରସ୍ତୁତି ସମ୍ପର୍କ ରେ ଏବଂ ଏହାର ମୁକାବିଲା ଉପରେ ବିଶଦ ଭାବରେ ଜିଲ୍ଲାପାଳ ଡ଼. ପୋମା ଟୁଡୁ ଙ୍କ ସହିତ ଆଲୋଚନା କରିଥିଲେ ଏଥି ସହିତ ଚାନ୍ଦପୁର କୋଭିଡି ହେଲଥ ସେଣ୍ଟର ଠାରେ ରୋଗୀ ଙ୍କ ପାଈଁ କରାଯାଇଥିବା
ସମସ୍ତ ବ୍ୟବସ୍ଥା ସଂମ୍ପର୍କ ରେ ମଧ୍ୟ ଆଲୋଚନା କରିଥିଲେ ଏହାପରେ ରାଜସ୍ୱ ଆୟୁକ୍ତ ଶ୍ରୀ ସାମଲ ଜିଲ୍ଲାପାଳ ଙ୍କ ସହିତ କିରଦାସପୁର,ଲଷ୍ମୀପ୍ରସାଦ,ବୋଦାପଡା ଆଦି କୋଭିଡି କେୟାର ହୋମ୍ ଗୁଡ଼ିକ ପରିଦର୍ଶନ କରିବା ସହିତ ସମ୍ପୃକ୍ତ ସରପଞ୍ଚ ଏବଂ ଅନ୍ୟାନ ସଦସ୍ୟ ମାନଙ୍କ ସହ ଆଲୋଚନା କରିଥିଲେ । କେନ୍ଦ୍ରଅଞ୍ଚଳ ଆୟୁକ୍ତ ଙ୍କ ସହିତ କୋଭିଡି-୧୯ ନୋଡାଲ ଅଫିସର ତଥା ବନଖଣ୍ଡ ଅଧିକାରୀ ଶ୍ରୀ ଧନରାଜ ଏଚ. ଡି , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ , ପ୍ରକଳ୍ପ ନିର୍ଦ୍ଧେଶକ ଶ୍ରୀ ସୁବାଷ ଚନ୍ଦ୍ର ରାୟ ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ୍ ରାଉତ , ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ରଞ୍ଜିତା ବିଶ୍ୱାଳ , ନୟାଗଡ଼ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ମନୋଜ ପାତ୍ର ଏବଂ ପୌର ନିର୍ବାହୀ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ । (ରିପୋର୍ଟ ରାମ କୃଷ୍ଣ ରଥ)