No Result
View All Result
୪ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :-> ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ଓଭର ବ୍ରିଜ ଉପରେ ବାଇକ ଦୁର୍ଘଟଣା।ବାଇକ ଦୁର୍ଘଟଣା ରେ ଯୁବକଙ୍କ ମୃତ୍ୟୁ।ମୃତ୍ୟୁ ବରଣ କରିଥିବା ଯୁବକଙ୍କ ନାମ ଆକାଶ ବଢ଼େଇ ବୟସ ୨୫ବର୍ଷ ତାଙ୍କ ଘର ନୟାଗଡ଼ ଜିଲ୍ଲା ରଣପୁର ଥାନା ନରସିଂହ ପୁର ଗ୍ରାମରେ ବୋଲି ଜଣା ପଡିଛି। ଆକାଶ ବଢ଼େଇ କୟଥ ପଲା ନିକଟରେ ଥିବା ଏକ ଘରୋଇ ଚିଙ୍ଗୁଡ଼ି ଦାନା କମ୍ପାନୀ ରେ ଶ୍ରମିକ ଭାବେ କାମ କରୁଥିଲେ।
ସେ ଚଣ୍ଡେଶ୍ୱର ଯାତ୍ରା ଦେଖି ସାରି ନିଜର ଜଣେ ବନ୍ଧୁଙ୍କୁ ଦେଖା କରିବା ପାଇଁ ରାତିରେ ଟାଙ୍ଗୀ ଆସୁଥିଲେ। ଟାଙ୍ଗୀ ଆସୁଥିବା ବେଳେ ଟାଙ୍ଗୀ ଓଭର ବ୍ରିଜ ଉପରେ ତାଙ୍କ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇ ଦିଭାଇଡ଼ରକୁ ଧକ୍କା ଦେଇଥିଲା । ଫଳରେ ସେଠାରେ ସେ ରକ୍ତ ଜୁଡୁବୁଡୁ ହୋଇ ପଡି ରହିଥିଲେ. ସ୍ଥାନୀୟ ଲୋକଙ୍କ ସହଯୋଗରେ ତାଙ୍କୁ ଉଦ୍ଧାର କରି ୧୦୮ଆମ୍ବୁଲାନ୍ସ ଯୋଗେଁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।ପରୀକ୍ଷା ନିରୀକ୍ଷା ପରେ ଆକାଶକୁ ଡାକ୍ତର ମୃତ ଘୋଷଣା କରିଛନ୍ତି।ଶବ କୁ ଜବତ କରି ତଦନ୍ତ କରୁଛି ଟାଙ୍ଗୀ ଥାନା ପୋଲିସ ।

No Result
View All Result