୪ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ମହାନଗର ନିଗମ ୫୭ ନମ୍ବର ୱ।ର୍ଡ଼ରେ ସୋମବାର ଦିନ ବିଭିନ୍ନ କାର୍ଯ୍ୟର ଭିତ୍ତି ପ୍ରସ୍ତର ଏବଂ ଉଦଘାଟନ କାର୍ଯ୍ୟ ଅନୁଷ୍ଠିତ ହୋଇଛି । କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ମୁଖ୍ୟ ଅତିଥି ଏବଂ କର୍ପୋରେଟର ପୂର୍ଣ୍ଣିମା ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ,

ଗୋପାଳପୁର ଠାରେ କାଠଯୋଡ଼ି ନଦୀ କୂଳରେ ନବ ନିର୍ମିତ ଗାଧୁଆ ତୁଠକୁ ବିଧାୟକ ଚନ୍ଦ୍ର ସାରଥୀ ବେହେରା , କର୍ପୋରେଟର ପୂର୍ଣ୍ଣିମା ସ୍ୱାଇଁ, ୱ।ର୍ଡ଼ ସଭାପତି ରଞ୍ଜନ ପାଲ ପ୍ରମୁଖ ନଡ଼ିଆ ବାଡେଇ ଉଦଘାଟନ କରିଥିଲେ । ସେହିପରି ଦୁଇଟି ରାସ୍ତାର ଭିତ୍ତିପ୍ରସ୍ତ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡିର ବହୁ ମହିଳା, ଯୁବକ ଏବଂ କର୍ମୀ ଯୋଗ ଦେଇଥିଲେ ।















