୩ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ଲିଙ୍କ ରୋଡ଼ ସ୍ଥିତ ପଦ୍ମଜା ହୋଟେଲ ପରିସରରେ ଭାରତୀ ଆକ୍ଷା ପକ୍ଷରୁ ନୂଆ ବର୍ଷର ଅବ୍ୟବହିତ ପୂର୍ବରୁ “ଦବଙ୍ଗ ଡିସେମ୍ବର୨୦୨୩ ଜୀବନ ବୀମା କର୍ମଶାଳା” ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଅନୁଷ୍ଠାନର କଟକ ମୁଖ୍ୟ ପ୍ରବୋଧ କୁମାର ବାରିକ ଅଧ୍ୟକ୍ଷତା କରିଥିବାବେଳେ ଅନୁଷ୍ଠାନର ଆଞ୍ଚଳିକ ପ୍ରବନ୍ଧକ ଅଶୋକ ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜୀବନ ବୀମା ଆବଶ୍ୟକତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଶିଷ୍ଟ ବ୍ଯଙ୍ଗକବି ତଥା ନୀଳଶୈଳର ସାଧାରଣ ସମ୍ପାଦକ ଡକ୍ଟର ଧର୍ମଛଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜୀବନର ମୂଲ୍ୟବୋଧ ସମ୍ପର୍କିତ ଲଘୁକଥା ମାଧ୍ୟମରେ ହାସ୍ଯରୋଳ ସୃଷ୍ଟି କରିଥିଲେ ।
ଚଳିତ ବର୍ଷର ବିଶେଷ ଯୋଗଦାନ ପାଇଁ ଅନୁଷ୍ଠାନ ପକ୍ଷରୁ ଲାଇଫ ଆଡଭାଇଜର ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କର୍ମଶାଳାକୁ ରଶ୍ମିତା ମାଝୀ , ନୃସିଂହ ଚରଣ ସାହୁ , ପ୍ରସାନ୍ତ ସେଠୀ , ଆଶିଷ କୁମାର ସାହୁ , ଝୁନୁବାଳା ସ୍ବାଇଁ ପ୍ରମୁଖ ପରିଚାଳନା କରିଥିଲେ ।













