No Result
View All Result
୨ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବେଗୁନିଆ / ସିକୋ :-> ବେଗୁନିଆ ବ୍ଲକ ଅନ୍ତର୍ଗତ ଚନ୍ଦ୍ରଶେଖର ଦେବ ସରକାରୀ ଉଚ୍ଚ ବିଦ୍ୟାଳୟ ସିକୋ ଠାରେ ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ମାଣ୍ଡୋଇ ତତ୍ୱାବଧାନରେ ଓଡ଼ିଶା ମାଧ୍ୟମିକ ସ୍କୁଲ୍ ଶିକ୍ଷକ ସଂଘ ବେଗୁନିଆ ( ଓଷ୍ଠା ) ସହାୟତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଥମ ଅଧିବେଶନରେ ସଭାପତି ଶ୍ରୀଯୁକ୍ତ ଗଣେଶ୍ୱର ମିଶ୍ର ( ସଭାପତି ଓଷ୍ଠା ବେଗୁନିଆ ବ୍ଲକ ) ,ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ଦାସ ( ଶିକ୍ଷାବିତ୍ ) , ମୁଖ୍ୟ ବକ୍ତା ଶ୍ରୀମତୀ ସନ୍ତୋଷୀ ରାୟ ( ସରପଞ୍ଚ ସିକୋ ), ସମ୍ମାନିତ ଅତିଥି ଶ୍ରୀମତୀ ଅଞ୍ଜଳି ସାହୁ , ଶ୍ରୀଯୁକ୍ତ ମନୋଜ ମଙ୍ଗରାଜ ,
ଶ୍ରୀଯୁକ୍ତ ମହମ୍ମଦ ଇଲି ଆସ ହୁସେନ୍ ଖାଁ ( ସଭାପତି ମୋ ସ୍କୁଲ୍ ) , ଶ୍ରୀଯୁକ୍ତ ଭକ୍ତିଭୂଷଣ ମହାପାତ୍ର ( ସମ୍ପାଦକ ମୋ ସ୍କୁଲ୍ ) , ଶ୍ରୀଯୁକ୍ତ ଉପେନ୍ଦ୍ର ଦାସ ଶ୍ରୀଯୁକ୍ତ ଗଣେଶ୍ୱର ସ୍ୱାଇଁ, ଶ୍ରୀଯୁକ୍ତ ରତିକାନ୍ତ କହଲସିଂହ, ଶ୍ରୀଯୁକ୍ତ ସୁକାନ୍ତ କୁମାର କହଲସିଂହ , ଶ୍ରୀଯୁକ୍ତ ସଞ୍ଜୟ କୁମାର ବାହୁ ବଳେନ୍ଦ୍ର ( ସାମ୍ବାଦିକ ) ଉପସ୍ଥିତ ଥିଲେ । କୃତି ଛାତ୍ର ଛାତ୍ରୀ ଙ୍କୁ ବିଭିନ୍ନ ବିଭାଗରେ ଯଥା ଗଳ୍ପ ଲେଖନ, କବିତା ଲେଖନ , କଣ୍ଠ ସଙ୍ଗୀତ ଆବୃତ୍ତି , ଏକକ ନୃତ୍ୟ , ଏକକ ଅଭିନୟ , ସାଧାରଣ ଜ୍ଞାନ , କୁଇଜ୍, ଚିତ୍ରାଙ୍କନ, ତର୍କ ଆଦି ବିଷୟରେ ସଫଳତା ଲାଭ କରିଥିବା ଛାତ୍ର ଛାତ୍ରୀ ଙ୍କୁ ଅତିଥିମାନେ ପୁରସ୍କାର ବିତରଣ କରିଥିଲେ ।
ଉଦଯାପନ ଉତ୍ସବରେ ସଭାପତି ଗଣେଶ୍ଵର ମିଶ୍ର, ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବିଶ୍ଵନାଥ ତରାଇ ( ଜିଲ୍ଲା ଶିକ୍ଷା ଅଧିକାରୀ, ଖୋର୍ଦ୍ଧା ) ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଭାସ୍କର ଲେଙ୍କା ( ବରିଷ୍ଠ ଶିକ୍ଷା ଅଧିକାରୀ, ବେଗୁନିଆ ) , ସମ୍ମାନିତ ଅତିଥି ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ , ଶ୍ରୀଯୁକ୍ତ ସୁଧାକର ମହାପାତ୍ର , ଶ୍ରୀଯୁକ୍ତ ଅମ୍ବିକା ପ୍ରାସାଦ ପଟ୍ଟନାୟକ , ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ତ୍ରିପାଠୀ , ଶ୍ରୀଯୁକ୍ତ କୁଳମଣି ମିଶ୍ର , ଡକ୍ଟର ପ୍ରଜ୍ଞାନ ରଞ୍ଜନ ଘଡାଇ , ଶ୍ରୀଯୁକ୍ତ ଯୋଗେଶ ଚନ୍ଦ୍ର ସାମନ୍ତସିଂହାର, ଶ୍ରୀଯୁକ୍ତ ନଳିନୀ କାନ୍ତ ପଣ୍ଡା, ଶ୍ରୀଯୁକ୍ତ ହରିବନ୍ଧୁ ତ୍ରିପାଠୀ
No Result
View All Result