No Result
View All Result
୨ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ଆର, ଉଦୟଗିରି ବ୍ଳକର ଛେଳାଗଡ ପଞ୍ଚାୟତକୁ ଆମ ଓଡିଶା ନବୀନ ଓଡିଶା ତରଫରୁ ଗଜପତି ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତକୁ ପଚାଶ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଛେଳାଗଡ ପଞ୍ଚାୟତର ତିନି ଗୋଟି ଗ୍ରାମ ତଥା ରୁପାସିଂ କୋଠ ଗୃହ ନିମନ୍ତେ ନ ଲକ୍ଷ ଏବଂ ବାଉଁଶ କଟା ଗ୍ରାମର କୋଠ ଗୃହ ପାଇଁ ଛଅ ଲକ୍ଷ ପଚାଶ ହଜାର , ପୁରୁଣା ଡିଅ ଯୁବକ ସଘଂକୁ ଦଶ ଲକ୍ଷ ଅନୁକୁମ୍ପା ରାଶି ପ୍ରଦାନ କରାଯାଇଛି । ଏହି ସମସ୍ତ କାମର ଭୂମିପୂଜା କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ସ୍ଥାନୀୟ ବିଡିଓ ଲରିମନ ଖର୍ସେଲ, ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର, ଜିଲ୍ଲାପରିଷଦ ସଭ୍ୟା ଯମୁନା ଦଳବେହେରା, ପଞ୍ଚାୟତ କନିଷ୍ଠ ଯନ୍ତୀ ସର୍ବେଶ୍ବର ସାହୁ, ସରପଞ୍ଚ ଡାଳିମ୍ବ ଗମାଙ୍ଗ, ସମିତିସଭ୍ୟା ଶିବାନୀ ବେହେଦଳାଇ ଜିପିଇଓ ଓ ପଞ୍ଚାୟତ ପିଇଓ ଶସାଂଙ୍କ ଶେଖର ସୁବୁଦ୍ଧି ଏବଂ ଓ୍ବାର୍ଡସଭ୍ୟା ସଭ୍ୟ ଙ୍କ ଉପସ୍ଥିତରେ ଭୂମିପୂଜାରେ ଯୋଗଦେଇଥିଲେ ।
ଅତିଥୀ ମାନଙ୍କୁ ବାଜା ନାଚ ସହ ବହୁ ଆଡମ୍ବର ସହ ପାଞ୍ଚଟି ଗାଁର ଲୋକମାନେ ଭୂମି ପୂଜା ସ୍ଥାନକୁ ପାଚଟିନେଇଥିଲେ । ତିନି ଗୋଟି ଗ୍ରାମବାସୀ ରାଜ୍ୟ ସରକାର ନବୀନ ପଟ୍ଟନାୟକ ଏବଂ ନବୀନ ଓଡିଶା ଅଧ୍ୟକ୍ଷ ବି କେ ପାଣ୍ଡିଆନଙ୍କୁ ଧନ୍ୟବାଦ ଅର୍ପଣ ସହ କୃତଜ୍ଞତା ଜଣାଇଲେ ।

No Result
View All Result