No Result
View All Result
୨ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର, ଉଦୟଗିରି :-> ଯେଉଁ ବୟସରେ ହାତରେ କଲମ ଧରି ପାଠ ପଢିବା କଥା, ସେହି ବୟସରେ ହାତରେ ଏବେ ବାଡି ଧରି ଗାଈ ଚରାଉଛନ୍ତି । ମା ଙ୍କୁ ହତ୍ୟା କରି ବାପା ଏବେ ଜେଲର ଚାରି କାନ୍ଥ ଭିତରେ ସଜ୍ଜା କଟୁଛନ୍ତି । ଏପଟେ ପୁଅର ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି । ସରକାର କିମ୍ବା କୌଣସି ଅନୁଷ୍ଠାନ ଯଦି ସହଯୋଗର ହାତ ବଢାନ୍ତେ ତେବେ ହଷ୍ଟେଲରେ ରହି ରାହୁଲ ତା ର ନିଜ ଭବିଷ୍ୟତ ଗଢିପାରନ୍ତେ ବୋଲି ଆଶା ରଖିଛନ୍ତି । ଗଜପତି ଜିଲ୍ଲା ମୋହନା ବ୍ଳକ୍ ବାଢେଗୁଡା ପଞ୍ଚାୟତ ପାଦେରମା ଗାଁର ରାହୁଲ୍ ମଲ୍ଲିକ । ପାଖରେ ଆହା ପଦେ କହିବାକୁ କେହି ନାହିଁ ।
ସକାଳ ହୋଇଗଲେ ଗାଇଁ ନେଇ ଜଙ୍ଗଲକୁ ବାହାରିଯାଇ ସନ୍ଧ୍ୟାରେ ଫେରନ୍ତି । ଗତ ବର୍ଷ ବାପା ପ୍ରମୋଦ ମଲ୍ଲିକ ନିଶାସକ୍ତ ହୋଇ ସାମାନ୍ୟ ବଚସାରୁ ମା ପଦ୍ମିନୀଙ୍କୁ ହତ୍ୟା କରିଥିଲେ । ପୁଲିସ ପ୍ରମୋଦଙ୍କୁ ଗିରଫ କରି ଜେଲ ପଠାଇଦେଲା । ତା ‘ ପରଠାରୁ ରାହୁଲ ଆଲିରଣ୍ଡା ଗ୍ରାମର ଭଉଣୀ ଘରେ ରହି ଝିଲିକି ଉଚ୍ଚ ପ୍ରଥମିକ ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀରେ ପଢୁଥିଲେ । ଯିବା ଆସିବା କରି ପାଠ ପଢିବା ସମ୍ଭବ ନ ହେବାରୁ ପାଠ ଛାଡି ଗାଁକୁ ଫେରି ଆସି ଏବେ ଦାଦାଙ୍କ ଘରେ ରହୁଛନ୍ତି । ରାହୁଲର ଦୁଇ ଭାଇ ଓ ଦୁଇ ଭଉଣୀ । ବଡ ଭଉଣୀ ବାହା ହୋଇ ଅନ୍ୟତ୍ର ରହୁଥିବା ବେଳେ ଗୋଟିଏ ଭାଇ ଓ ଗୋଟିଏ ପେଟ ପାଇଁ ଘର ଛାଡି ଅନ୍ୟତ୍ର କାମ କରିବାକୁ ଯାଇଛନ୍ତି ।
ଅନ୍ୟ ଜଣେ ଭାଇ ମୋହନାର ଏକ ସରକାରୀ ଆଶ୍ରମ ସ୍କୁଲ ରହି ପାଠ ପଢୁଛନ୍ତି । ହେଲେ ରାହୁଲର ଭବିଷ୍ୟତ ଏବେ ଅନ୍ଧାର । ଦାଦା କାମ ଧନ୍ଦା ପାଇଁ ଘର ଛାଡି ବାହାରକୁ ଯାଉଥିବା ବେଳେ ରାହୁଲର ଦାୟତ୍ବ ନେବାକୁ କେହି ନାହାନ୍ତି । ଫଳରେ ଗାଁରେ ରହି ଏବେ ରାହୁଲ ଗାଈ ଚରାଉଛି । ଏ ନେଇ ବ୍ଲକ ଶିକ୍ଷା ଅଧିକାରୀ କହିଛନ୍ତି ସ୍ଥାନୀୟ ସିଆରସିସିଙ୍କ ଜରିଆରେ ରାହୁଲଙ୍କ ପରିସ୍ଥିତି ବିଷୟରେ ଅନୁଧ୍ୟାନ କରିବା ପରେ ଆଗକୁ କିଭଳି ସେ ଆଶ୍ରମ ବିଦ୍ୟାଳୟରେ ରହି ପାଠ ପଢିବାର ସୁଯୋଗ ପାଇପାରିବ । ସେଥିପାଇଁ ଖୁବ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ ।
No Result
View All Result