୧ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ମହାନଗର ନିଗମ ୫୯ ନମ୍ବର ୱ।ର୍ଡ଼ ଫୁଲନଖରା ଛକ ନିକଟସ୍ଥ ନୂଆ କାଚରାମାଳ କାର୍ତ୍ତିକେଶ୍ୱର ପୂଜା କମିଟି ପକ୍ଷରୁ ୪୯ ତମ କାର୍ତ୍ତିକେଶ୍ୱର ପୂଜା ପାଳିତ ହୋଇ ଆଜି ଭଷାଣୀ ଉତ୍ସବ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି । ଏଥିପାଇଁ ପୂଜା କମିଟିର ସଦସ୍ୟ ମାନେ ଭଷାଣୀ କାର୍ଯ୍ୟକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିଥିଲେ । ପାରମ୍ପରିକ ବ୍ୟାଣ୍ଡବାଜା ଦୁଲଦୁଲିର ତାଳେ ପିଲାଙ୍କ ଠାରୁ ଯୁବକ ମାନେ ନାଚିକୁଦି ଭଷାଣୀ ଶୋଭାଯାତ୍ରାର ମଜା ନେଇଥିଲେ ।

ପବିତ୍ର କୁମାର ବେହେରା, ସୁନିଲ କୁମାର ବେହେରା, ବିଜୟ କୁମାର ଦାସ, ସୁବ୍ରତ କୁମାର ବେହେରା, ପ୍ରମୁଖ ସମସ୍ତ ସଦସ୍ତ ଚଳିତ ବର୍ଷ ପୂଜା ଏବଂ ଭଷାଣୀ ଶୋଭାଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ । ଟ୍ରଫିକ ଏଡିସିପି ଦେବଦତ୍ତ କର ଏବଂ ଗଣ ମାଧ୍ୟମର ପ୍ରତିନିଧିଙ୍କୁନୂଆ କାଚରାମାଳ କାର୍ତ୍ତିକେଶ୍ୱର ପୂଜା କମିଟି ପକ୍ଷରୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ଭଷାଣୀ ଶୋଭନେଶ୍ୱର ଗ୍ରାମ ପରିକ୍ରମା କରିବା ସହିତ ଫୁଲନଖରା ବଜାର ଦେଇ ପୁରୁଣା କାଚରାମାଳ ନିକଟସ୍ଥ ପୁରୀ ମେନ କେନାଲରେ ବିଷର୍ଜନ କରାଯାଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କଟକ ସଦର ପୋଲିସ ପକ୍ଷରୁ ପୋଲିସ ବ୍ୟବସ୍ଥା କରାଯାଇଥିଲା । ଏହି ଭଷାଣୀ ଶୋଭାଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁ ଙ୍କ ଭିଡ଼ ଲାଗିଥିଲା । ସାହିର ସମସ୍ତ ବୟଜ୍ୟେଷ୍ଠ ବ୍ୟକ୍ତି , ଯୁବକ ମାନେ ଭଷାଣୀ କାର୍ଯ୍ୟରେ ସହଯୋଗ କରିଥିଲେ ।














