୩୦ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :-> ବାଇକରେ ଗୋଡ଼ିଆ ଗୋଡ଼ି ହେଲା କାଳ। ଫଳରେ ଦୁଇ ବାଇକ ଆରୋହିଙ୍କ ସହ ପଛରେ ବସିଥିବା ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ହୋଇଥିବା ସମସ୍ତେ ନାବାଳକ ବୋଲି ଜଣାପଡିଛ । ମୟୂରୀଝାଲିଆ କଲେଜରେ ୪ ଜଣ ଛାତ୍ର । ପାଠ ପଢ଼ା ସାରି ଦୁଇଟି ବାଇକରେ ଘରକୁ ଫେରୁଥିଲେ ।

ହାତରେ ଥିଲା ସ୍ପିଡ଼ ବାଇକ ମନରେ ଆସିଥିଲା କିଏ ଯିବ ଆଗକୁ. ଫଳରେ ଉଭୟଙ୍କ ମଧ୍ୟରେ ସଂଘର୍ଷ ଚାଲିଥିଲା କିଏ ଆଗରେ ଯିବ । କଥାରେ ଅଛି ଦ୍ରୁତଗତି ମହା ବିପତ୍ତି । ବାଇକ ବାଇକ ମଧ୍ୟରେ ଗୋଡ଼ା ଗୋଡ଼ି ହୋଇ ଆସୁଥିବା ବେଳେ ବାଟରେ ଦୁର୍ଘଟଣା ଘଟିଥିଲା । ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଅରିସଲ ଗ୍ରାମ ନିକଟରେ ।

ବାଇକ ଦୁଇଟି ରାସ୍ତାରେ ଛିଟିକି ପଡ଼ିଥିଲା ବାଇକ ରୁ ପଡ଼ି ୪ ଛାତ୍ର ଗୁରୁତର ହୋଇଥିଲେ।ସେଠାରେ ଥିବା ଗ୍ରାମବାସୀ ମାନେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଟାଙ୍ଗୀ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ସେଥି ମଧ୍ୟରୁ ଜଣକ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ୱର କୁ ସ୍ଥାନାନ୍ତରିତ କରାଯାଇଛି । କୌଣସି ଛାତ୍ରର ପରିଚୟ ମିଳିନଥିବା ଜଣାପଡିଛି ।














