• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପ୍ରତି ପୂର୍ଣମୀରେ ଗ୍ରାମ୍ୟ ନଦୀ କୂଳରେ ଆଳତି ସହ ପଞ୍ଚସୁତ୍ରୀ କାର୍ଯ୍ୟକ୍ରମ ନିଷ୍ପତି-ଶ୍ରୀ ଶ୍ରୀ ଜଗନ୍ନାଥ ନାମ ସଂକୀର୍ତନ ଲୋକକଳା ପରିଷଦ

Proprietor Abhimanyu Maharana by Proprietor Abhimanyu Maharana
November 30, 2023
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ପ୍ରତି ପୂର୍ଣମୀରେ ଗ୍ରାମ୍ୟ ନଦୀ କୂଳରେ ଆଳତି ସହ ପଞ୍ଚସୁତ୍ରୀ କାର୍ଯ୍ୟକ୍ରମ ନିଷ୍ପତି-ଶ୍ରୀ ଶ୍ରୀ ଜଗନ୍ନାଥ ନାମ ସଂକୀର୍ତନ ଲୋକକଳା ପରିଷଦ
Share on FacebookShare on TwitterWhatsapp

୩୦ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ନାମ ସଂକୀର୍ତନ କରୁଥିବା ସଂକୀର୍ତନ ମଣ୍ଡଳୀର ହଜାର ହଜାର କଳାକାର ମାନେ ପ୍ରାୟତଃ ବିଭିନ୍ନ ସମୟରେ ନାମ ସଂକୀର୍ତନ କରିଥାନ୍ତି l ସେହି କଳାକାରଙ୍କ ପଞ୍ଜିକରଣ କରି ସେମାନଙ୍କ ଜୀବନ ଜୀବିକାର ସୁରକ୍ଷା ସହ ସରକାର ସେମାନଙ୍କୁ କଳାକାର ତାଲିକା ଭୁକ୍ତ କରିବାକୁ ଜୋରଦାର ଦାବୀ ପରେ ସରକାର ସେମାନଙ୍କ କଥା କିଂଚିତ ଶୁଣିଛନ୍ତି l

ଆଜି ବୁଲନ ଭାଇ ସେବା ଭବନ ଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ସଂକୀର୍ତନ ଲୋକକଳା ପରିଷଦର ସାରା ରାଜ୍ୟର ତିରିଶ ଗୋଟି ଜିଲ୍ଲାର ସଭାପତିଙ୍କୁ ସହ ରାଜ୍ୟ କର୍ମକର୍ତା ପ୍ରାୟ ଦୁଇଶହ ଜଣଙ୍କ ଉପସ୍ଥିତିରେ ସାଙ୍ଗଠନିକ ବୈଠକ ପରିଷଦର ସଭାପତି ବାସୁଦେବ ଭଟ୍ଟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଉପଦେଷ୍ଟା ଡା କରୁଣାକର ପ୍ରଧାନ, କର୍ମଚାରୀ ମହାମଞ୍ଚ ସଭାପତି ପ୍ରଭାତ ମହାନ୍ତି, ମନୋଜ ଜେନା, ମୁଖ୍ୟ ସଂଯୋଜକ ପ୍ରସନ୍ନ ବିଷୋୟୀ, ସମ୍ପାଦକ ସୁଦର୍ଶନ ଚମ୍ପତି, କୋଷାଧ୍ୟକ୍ଷ୍ୟ ପ୍ରସନ୍ନ ବଡ଼ଜେନା ବୈଠକ ଓ ସଂକୀର୍ତନର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ l

ସଭାପତି ବାସୁଦେବ ଭଟ୍ଟ ତାଙ୍କ ସ୍ୱାଗତ ଭାଷଣରେ ସଂକୀର୍ତନ କଳାକାରଙ୍କୁ ତାଲିକା ଭୁକ୍ତ କରି ରାଜ୍ୟ ସଂସ୍କୃତି ବିଭାଗ ଦ୍ୱାରା ପରିଚୟ ପତ୍ର ପ୍ରଦାନ, ସବୁ ବୟସର ସଂକୀର୍ତନ କଳାକାରଙ୍କୁ କଳାକାର ଭତ୍ତା ପ୍ରଦାନ, ତାଙ୍କ ପରିବାରର ପିଲାମାନଙ୍କୁ ମାଗଣାରେ ପ୍ରଥମ ରୁ ଉଚ୍ଚ ଶିକ୍ଷା ଓ କାରିଗରୀ ଶିକ୍ଷା ପ୍ରଦାନ, କଳାକାର କାର୍ଡ ପାଇଁ ଯୋଗ୍ୟ ସମସ୍ତଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ସ୍ୱାସ୍ଥ୍ୟ ସେବା ପ୍ରଦାନ ଆଦି ପ୍ରମୁଖ ଦାବୀ ଉପରେ ସରକାରଙ୍କ ପଦକ୍ଷପ ଉପରେ ଆଲୋକପାତ କରିଥିଲେ l

ସରକାରଙ୍କ ନିଷ୍ପତି ଅନୁସାରେ ସଂକୀର୍ତନ କଳାକାରଙ୍କୁ ତାଲିକାଭୁକ୍ତ, ପରିଚୟ ପତ୍ର ପ୍ରଦାନ ଓ ପର୍ଯ୍ୟାୟ କ୍ରମେ ଭତ୍ତା ପ୍ରଦାନ ପାଇଁ ନିଷ୍ପତ୍ତି ନେଇଥିଲେ l ହେଲେ ସରକାର ଦାବୀ ପୂରଣ ପାଇଁ କାର୍ଯ୍ୟକ୍ରମ ଚାଲିଥିବା ବେଳେ ସଂକୀର୍ତନ ମଣ୍ଡଳୀ ଓ କଳାକାର ମlନେ ମଧ୍ୟ ସାମାଜିକ ସଂସ୍କାର ଏବଂ ମୂଲ୍ୟବୋଧରେ ସୁଧାର ପାଇଁ ମଧ୍ୟ ପରିଷଦ ତରଫରୁ ଆଜିର ବୈଠକରେ ପଞ୍ଚସୁତ୍ରୀ କାର୍ଯ୍ୟକ୍ରମ ଉପରେ କିଛି ଗୁରୁତ୍ୱ ପୁର୍ଣ ନିଷ୍ପତି ନିଆଯାଇଥିଲା l ଯେହେତୁ ସମାଜରେ ବିଭିନ୍ନ ବ୍ୟତିକ୍ରମ ଘଟଣା ଘଟୁଛି l ବିଶେଷ କରି ଯୁବସମାଜ ନିଶା ସେବନ କରି ବିପଥଗାମୀ ହୋଇଯାଉଛନ୍ତି, ତେଣୁ ଏହି ପଦକ୍ଷେପ ନିଆଯାଇଥିଲା l ସଭାପତିଙ୍କୁ ଅନୁରୋଧ ରାକ୍ଷକରି ପଞ୍ଚଦଫା କାଯ୍ୟକ୍ରମ କରାଯିବାକୁ ନିଷ୍ପତି ନିଆଗଲା l

1- ପ୍ରତି ମାସରେ ପ୍ରତ୍ୟେକ ପୂର୍ଣମୀ ଦିନ ଗ୍ରାମ ନିକଟରେ ଥିବା ନଦୀ କିମ୍ବା ପୁଷ୍କରିଣୀ ରେ ଗ୍ରାମ୍ୟ ଆଳତୀ କରିବା ଓ ପୂର୍ବରୁ ଗ୍ରାମକୁ ଯେଉଁ ବ୍ୟକ୍ତି ବିଶେଷ ଅବଦାନ କରିଛନ୍ତି, ତାଙ୍କ ନାମରେ ଆଳତୀ କରିବା l

2- ପ୍ରତେକ ରବିବାର ଭୁବନେଶ୍ୱରରେ 10 ଜିଲ୍ଲାରୁ 100 ଜଣ ସଂକୀର୍ତନ କଳାକାରଙ୍କୁ ନେଇ ପ୍ରବାଚକ ପ୍ରଶିକ୍ଷଣ ଶିବିର

3- ଯେଉଁ ଗ୍ରାମରେ ସଂକୀର୍ତନ ମଣ୍ଡଳୀ ନାହିଁ, ସେଠାରେ ନୂତନ ମଣ୍ଡଳୀ ଗଠନ ସହ ସଂକୀର୍ତନ କାର୍ଯ୍ୟକ୍ରମ ଆୟୋଜନ, ସଂକୀର୍ତନ ସାମଗ୍ରୀ ଯୋଗାଣ

4- ସବୁ ଗ୍ରାମରେ ସ୍ତରରେ ଭଗବତ ଗୀତା ପ୍ରବାଚକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ

5- ସ୍କୁଲ, କଲେଜ, ଧାର୍ମିକ ଓ ଆଧ୍ୟାତ୍ମିକ ଅନୁଷ୍ଠାନରେ ଭଗବତ ଗୀତା ଜ୍ଞାନ ପ୍ରବଚନ କରିବା ସହ ବ୍ୟାପକ ପ୍ରଚାର ଓ ପ୍ରସାର l

ଆଜିର ବୈଠକରେ , କାଯ୍ୟକାରୀ ସଭାପତି ନନ୍ଦକିଶୋର ସାହୁ, ବିଜୟ କୁମାର ରାଉତ, ବିଜନ ମହାନ୍ତି, ଲାବଣ୍ୟ ଜୟସିଂହ ପ୍ରମୁଖ ରାଜ୍ୟରେ ସବୁ ଗ୍ରାମରେ ସଭ୍ୟ ସଂଗ୍ରହ କରିବାକୁ ଦାଇତ୍ୱ ଦିଆଯାଇଥିଲା l ଗଜପତି ମହାରାଜଙ୍କ ନିର୍ଦେଶ ଅନୁସାରେ କୋଡିଏ ହଜାର ପ୍ରବାଚକ ସୃଷ୍ଟି କରିବା ସହ ସବୁ ରାଜସ୍ବ ଗ୍ରାମରେ ସଂକୀର୍ତନ ମଣ୍ଡଳୀ ଗଢିବାକୁ ଦାୟିତ୍ୱ ଦିଆଯାଇଥିଲା l ରାଜ୍ୟ କମିଟି ଓ ଜିଲ୍ଲାର ସଭାପତି ଭାବେ ନୟାଗଡ ଧନେଶ୍ୱର ଲେଙ୍କା, ଯାଜପୁର ଧନେଶ୍ୱର ନାଥ, କେନ୍ଦୁଝର ଶ୍ରୀପତି ସାମଲ, ଉପସଭାପତି ଚନ୍ଦ୍ରଶେଖର ସାମଲ,

ଯୁଗ୍ମ ସମ୍ପାଦକ ସ୍ଵର୍ଣ୍ଣଲତା ଦଳାଇ, ସହ ସମ୍ପାଦକ ଲଷ୍ମୀ ମଣ୍ଡଳ ଓ ପ୍ରତିମା ସାହୁ, ବରଗଡ଼ ସୁଶାନ୍ତ କୁମାର ଦାଶ, ଧର୍ମରାଜ ବେହେରା, ରାଜ୍ୟ ଉପସଭାପତି ଗିରିଧାରୀ ବିଶ୍ୱାଳ, ସଂଗଠନ ସମ୍ପାଦକ ଲଷ୍ମୀଧର ବେହେରା, ଉପସଭାପତି ଧୋବା ସାହୁ, ଦୁଃଖିଶ୍ୟାମ ମହାପାତ୍ର, ଉପସଭାପତି ସନ୍ତୋଷ କୁମାର ସାହୁ, ଭୁବନେଶ୍ୱର କୃଷ୍ଣଚନ୍ଦ୍ର ଗୋଛାୟତ, ଖୋର୍ଦ୍ଧା ପ୍ରଶାନ୍ତ ସ୍ୱାଇଁ, ପୁରୀ ନାରାୟଣ ଚମ୍ପତି, କଟକ ପ୍ରଭାତୀ ପାତ୍ର, ଜଗତସିଂହପୁର ବିଭୁତି ଭୂଷଣ ସ୍ୱାଇଁ, କେନ୍ଦ୍ରାପଡ଼ା କାଦମ୍ବିନୀ ସ୍ୱାଇଁ, ଢେଙ୍କାନାଳ ମମତା ସାହୁ,

ଅନୁଗୁଳ ଶେଷଦେବ ସାହୁ, ସମ୍ବଲପୁର ସୋମନାଥ କେଶରୀ, ସୁନ୍ଦରଗଡ ବସନ୍ତ କୁମାର ବେହେରା, ରାଉରକେଲା କୁଞ୍ଜବିହାରୀ ସାମନ୍ତ, ଝାରସୁଗୁଡା ବିଭୁଦତ୍ତ ପ୍ରଧାନ, ବଲାଙ୍ଗୀର ଆରବିନ୍ଦ ମହାନ୍ତି, କଳାହାଣ୍ଡି ଜଗଦୀଶ ଡାକୁଆ, ଗଜପତି ମହନ୍ତ ଦାମୋଦର ଦାସ ମହାରାଜ, ଗଞ୍ଜାମ ରାଘବାନନ୍ଦ ଦାସ, କନ୍ଧମାଳ ଜିତୁକୁମାର ନାୟକ, ସୋନପୁର ଦିଲୀପ ଭୁୟେ ପ୍ରମୁଖ ଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ କାଶୀନାଥ ଜେନା, ନିରାକାର ଜେନା, ରାକେଶ ମିଶ୍ର, ଅକ୍ଷୟ କୁମାର ବରାଳ, ବିଜୟ କୁମାର ବିଶ୍ୱାଳ, ମାୟାଧର ହୋତା, ଶରତ କୁମାର ଦlଶ, ବେଣୁଧର ଜେନା, ଦୁଃଜ୍ୟାକୁମାର ମହାନ୍ତି, ପ୍ରମୋଦ ମହାନ୍ତି, ସୁଶାନ୍ତ କୁମାର ସାହୁ ପ୍ରମୁଖ ଯୋଗଦାନ କରିଥିଲେ l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

June 23, 2026
ମାଁ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

ମାଁ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

June 23, 2026
ବାଲିଗୁଡା ଏନଏସି ରେ ହୋଇଥିବା ଦୁର୍ନୀତି ର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ନେଇ ଦୁଇ କାଉନସିଲର ଙ୍କ ଅନିଦ୍ଧିଷ୍ଟକାଳ ପାଇଁ ଧାରଣା

ବାଲିଗୁଡା ଏନଏସି ରେ ହୋଇଥିବା ଦୁର୍ନୀତି ର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ନେଇ ଦୁଇ କାଉନସିଲର ଙ୍କ ଅନିଦ୍ଧିଷ୍ଟକାଳ ପାଇଁ ଧାରଣା

June 23, 2026
ରାଜ୍ୟସଭା ନିର୍ବାଚନରେ ବିଧାୟକଙ୍କ କ୍ରସ ଭୋଟିଂ ପ୍ରସଙ୍ଗ ସଭ୍ୟପଦ ରଦ୍ଦ ଆବେଦନ ଖାରଜ କରି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବାଚସ୍ପତି : ବିଜେଡି

ରାଜ୍ୟସଭା ନିର୍ବାଚନରେ ବିଧାୟକଙ୍କ କ୍ରସ ଭୋଟିଂ ପ୍ରସଙ୍ଗ ସଭ୍ୟପଦ ରଦ୍ଦ ଆବେଦନ ଖାରଜ କରି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବାଚସ୍ପତି : ବିଜେଡି

June 22, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

June 23, 2026
ମାଁ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

ମାଁ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

June 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version