1.କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ନାମ ପଞ୍ଜିକରଣ ଦିଗରେ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଗୁରୁତ୍ୱାରୋପ
ଓଡିଶା ତାଜା ନ୍ୟୁଜ୍ (୧୬ ଜୁଲାଇ ଗୁରୁବାର) ଭୁବନେଶ୍ୱର :- ସର୍ବନିମ୍ନ ସହାୟକ ମୂଲ୍ୟରେ ୨୦୨୦-୨୧ ବର୍ଷରେ ରାଜ୍ୟରେ ଖରିଫ ଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କ ନାମ ପଞ୍ଜିକରଣ ପ୍ରକ୍ରିୟା ଅଗଷ୍ଟ ୧ ତାରିଖରୁ ଆରମ୍ଭ କରାଯିବ । ଅଧିକରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସମେତ ନୂତନ ଚାଷୀ ଯେପରି ସେମାନଙ୍କର ନାମ ପଞ୍ଜିକରଣ କରିବେ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯିବ ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଏଥିସହିତ ଚାଷୀମାନଙ୍କର ଏକ ନିର୍ଭୁଲ ନାମ ପଞ୍ଜିକରଣ ତାଲିକା ପ୍ରସ୍ତୁତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ନାମ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ କରାଯିବା ପରିପ୍ରେକ୍ଷୀରେ ବିଭାଗୀୟ ସଚିବ ଜିଲ୍ଲା ପାଳମାନଙ୍କୁ ପତ୍ର ଲେଖିଛନ୍ତି । ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଖରିଫ ଧାନ ସଂଗ୍ରହ କରାଯିବ ।
ଅଗଷ୍ଟ ୧ ତାରିଖରୁ ୩୧ ତାରିଖ ତାରିଖ ମଧ୍ୟରେ ଚାଷୀମାନଙ୍କ ନିକଟରୁ ଆବେଦନ ପତ୍ର ଗ୍ରହଣ କରାଯିବ । ଇଚ୍ଛୁକ ଚାଷୀମାନେ ନିର୍ଦ୍ଦିଷ୍ଟ ଆବେଦନ ପତ୍ର ପୂରଣ କରି ସମସ୍ତ ତଥ୍ୟ ସହ ନିକଟସ୍ଥ ଅଧିକୃତ ପ୍ରାଥମିକ କୃଷି ସମବାୟ ସମିତି ବା ପ୍ୟାକ୍ସ/ ଲ୍ୟାସ୍/ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ/ ପାଣି ପଞ୍ଚାୟତରେ ଦାଖଲ କରି ପାରିବେ । ଅଗଷ୍ଟ ୧ ତାରିଖରୁ ୧୫ ତାରିଖ ମଧ୍ୟରେ ନବୀକରଣ ଫର୍ମ ଏବଂ ନୂତନ ନାମ ପଞ୍ଜିକରଣ ଫର୍ମ ଚାଷୀମାନଙ୍କ ନିମନ୍ତେ ପ୍ୟାକ୍ସ/ ଲ୍ୟାସ୍ ଆଦିରେ ଉପଲବ୍ଧ ହେବ । ଯେଉଁମାନେ ଗତବର୍ଷ ଖରିଫ ଧାନ ବିକ୍ରି ନିମନ୍ତେ ନାମ ପଞ୍ଜିକରଣ କରିଥିଲେ ସେମାନଙ୍କୁ କେବଳ ନାମ ନବୀକରଣ ନିମନ୍ତେ ଏକ ନିର୍ଦ୍ଦିଷ୍ଟ ଫର୍ମରେ ଆବେଦନକରିବାକୁ ପଡ଼ିବ । ନବୀକରଣ ସମୟରେ ଜମି ବାବଦ ତଥ୍ୟାବଳୀରେ ସଂଯୋଗ ବା ବିଯୋଗ ପାଇଁ ମଧ୍ୟ ସୁଯୋଗ ଦିଆଯିବ ।
ନୂତନ ଭାବେ ନାମ ପଞ୍ଜିକରଣ କରୁଥିବା ଚାଷୀମାନଙ୍କୁ ନିର୍ଦ୍ଧାରିତ ଫର୍ମରେ ଆବେଦନ କରିବା ସହିତ ଏଥିରେ ଜମିର ପରିମାଣ, ବ୍ୟାଙ୍କ ଆକାଉଣ୍ଟ, ଆଧାରକାର୍ଡ ନଞ୍ଚର, ମୋବାଇଲ ନଞ୍ଚର ଆଦି ଆବଶ୍ୟକୀୟ ତଥ୍ୟ ଦେବାକୁ ପଡ଼ିବ । ଭାଗଚାଷୀଙ୍କ ଦ୍ୱାରା ଧାନ ବିକି୍ର ନିମନ୍ତେ ଜମି ମାଲିକଙ୍କ ସମ୍ମତି ପତ୍ର ଆବଶ୍ୟକ ହେବ । ଅଗଷ୍ଟ ୧ ତାରିଖରୁ ଅଗଷ୍ଟ ୩୧ ତାରିଖ ମଧ୍ୟରେ ସମସ୍ତ ଆବେଦନ ପତ୍ର ଗ୍ରହଣ କରାଯିବ । ଗ୍ରହଣ ହୋଇଥିବା ଆବେଦନ ପତ୍ରଗୁଡ଼ିକ ଅଗଷ୍ଟ ୧ରୁ ସେେ ପଫଞ୍ଚର ୫ ତାରିଖ ମଧ୍ୟରେ ଡିଜିଟାଇଜେସନ କରାଯିବ । ଅଗଷ୍ଟ ୫ ତାରିଖରୁ ସେେ ପଫଞ୍ଚର ୧୫ ତାରିଖ ମଧ୍ୟରେ ସମସ୍ତ ଆବେଦନ ପତ୍ର ଯାଞ୍ଚ କରାଯିବ । ପଞ୍ଜୀକୃତ ଚାଷୀମାନଙ୍କର ନାମ ଏବଂ ସେମାନଙ୍କର ଚାଷଜମି ବାବଦ ତଥ୍ୟ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସୋସାଇଟି କାର୍ଯ୍ୟାଳୟ, ନିକଟସ୍ଥ ସୁଲଭ ମୂଲ୍ୟ ଦୋକାନ ଓ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରକାଶନ କରାଯିବ ।
ତାଲିକାରେ ଯେଉଁ ଚାଷୀମାନଙ୍କର ଆ ପତ୍ତି ଅଭିଯୋଗ ଥିବ, ସେମାନେ ଅଗଷ୍ଟ ୧୦ ତାରିଖରୁ ସେେ ପଫଞ୍ଚର ୧୭ ତାରିଖ ମଧ୍ୟରେ ସଂ ପୃକ୍ତ ସମିତି କାର୍ଯ୍ୟାଳୟ, ସୁଲଭ ମୂଲ୍ୟ ଦୋକାନ କିଞ୍ଚା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଅଭିଯୋଗ ପତ୍ର ଦାଖଲ କରି ପାରିବେ । ସେ ପଫଞ୍ଚର ୨୫ରୁ ଅକେଫାବର ୧୫ ତାରିଖ ମଧ୍ୟରେ ପଞ୍ଜୀକୃତ ଚାଷୀଙ୍କ ଚୂଡ଼ାନ୍ତ ତାଲିକା ସହ ପ୍ରସ୍ତୁତ ହୋଇ ରହିବାକୁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି । ସୂଚନାେଯୋଗ୍ୟ ଯେ ଧାନ ସଂଗ୍ରହ ବର୍ଷ ୨୦୨୦-୨୧ ପାଇଁ ରାଜ୍ୟରେ ନଭେଞ୍ଚର ପ୍ରଥମ ସପ୍ତାହରୁ ଖରିଫ ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ କରାଯିବ । ଏହା ୨୦୨୧ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏକ ନିର୍ଭୁଲ ଚାଷୀ ତାଲିକା ପ୍ରସ୍ତୁତ କରିବା ନିମନ୍ତେ ସଂପୃକ୍ତ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନର ବ୍ୟବସ୍ଥା କରାଯାଇଛି । ଜିଲ୍ଲା ପାଳଙ୍କ ନେତୃତ୍ୱରେ ସିଏସ୍ଓ, ଡିଆର୍ସିଏସ୍, ଏଆର୍ସିଏସ୍ ପ୍ରମୁଖ ପଞ୍ଜୀକରଣ କାର୍ଯ୍ୟ ପରିଚାଳ ନା କରାଯିବ ।