୨୯ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ସାହିତ୍ୟ ହେଉଛି ସମାଜର ପ୍ରତିବିମ୍ବ, ପ୍ରତିରୂପ ଓ ପ୍ରତିଛବି । ସମାଜର ପ୍ରତ୍ୟେକ ଦୃଶ୍ୟ ଓ ଘଟଣା ସାହିତ୍ୟରେ ପ୍ରତିଫଳିତ ହୋଇଥାଏ ବୋଲି ରାଜ୍ୟପାଳ ରଘୁବର ଦାସ ପ୍ରକାଶ କରିଛନ୍ତି । ଆଜି ଭୁବନେଶ୍ୱର ଜୟଦେବ ଭବନରେ ଗଣକବି ବୈଷ୍ଣବ ପାଣିଙ୍କ ୧୪୧ତମ ଜୟନ୍ତୀ ଉତ୍ସବରେ ଯୋଗ ଦେଇ ରାଜ୍ୟପାଳ କହିଛନ୍ତି ଯେ ଗଣକବି ଲୋକପ୍ରିୟ କବି, ମହାନ ସାରସ୍ୱତ ସାଧକ ଓ ସଫଳ ଅଭିନେତା ଭାବରେ ବିପୁଳ ଶ୍ରଦ୍ଧା ଓ ସମ୍ମାନରେ ଅଧିକାରୀ ହୋଇପାରିଥିଲେ ।
ସେ ନିଜ ସର୍ଜନା ମାଧ୍ୟମରେ ସମାଜକୁ ମାର୍ଗଦର୍ଶନ କରାଇବା ସହ ଉଚ୍ଚତର ଚେତନାର ଉତ୍ପ୍ରେରକ ଥିଲେ । ଓଡ଼ିଆ ଭାଷା ସାହିତ୍ୟର ଶ୍ରୀ ଓ ସମୃଦ୍ଧି ପାଇଁ ତାଙ୍କର ଅବଦାନ ଅବିସ୍ମରଣୀୟ । ସମାଜର ସମସ୍ତଙ୍କର ବିକାଶ ଓ ସମସ୍ତଙ୍କୁ ସମାନ ଅଧିକାର ମିଳିବା ପାଇଁ ତାଙ୍କର ଲେଖନୀ କ୍ରିୟାଶୀଳ ଥିଲା । ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଌକ୍ତଙ୍କକ୍ଟଗ୍ଧ;ସବ୍କା ସାଥ, ସବ୍କା ବିକାଶ, ସବ୍କା ବିଶ୍ୱାସ, ସବ୍କା ପ୍ରୟାସର ମୂଳଭିତ୍ତି ବୈଷ୍ଣବ ପାଣିଙ୍କ ରଚନାର ସାକାର ପ୍ରୟୋଗ ବୋଲି ରାଜ୍ୟପାଳ ଶ୍ରୀ ଦାସ କହିଛନ୍ତି ।
ଉତ୍ସବରେ ବିଧାୟକ ତଥା ଗଣକବି ବୈଷ୍ଣବ ପାଣି ସ୍ମୃତି ସଂସଦର ଅଧ୍ୟକ୍ଷ ତଥା ବିଧାୟକ ପ୍ରତାପ ଜେନା, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ସ୍ମୃତି ପରିଷଦର ସଂପାଦକ ନିରଞ୍ଜନ ପ୍ରଧାନ, ଉପସଭାପତି ରଜନୀକାନ୍ତ ପରିଡ଼ା ପ୍ରମୁଖ ଗଣକବିଙ୍କ ସର୍ଜନା, ସାଧନା ଓ ସିଦ୍ଧି ସଂପର୍କରେ ଆଲୋଚନା କରିଥିଲେ ।
ବିଶିଷ୍ଟ ସଂଗୀତଜ୍ଞ ପ୍ରେମ ଆନନ୍ଦଙ୍କୁ ଗଣକବି ସମ୍ମାନ ଓ ପଲ୍ଲୀ ମଙ୍ଗଳ ସାଂସ୍କୃତିକ ସଂସଦକୁ ସମ୍ବର୍ଦ୍ଧିତ କରାଯିବା ସହ ଜୟନ୍ତୀ ଉପଲକ୍ଷେ ଆୟୋଜିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲେ । ବିଶିଷ୍ଟ ସଂଚାଳିକା ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।