No Result
View All Result
୨୮ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ଚିଲିକା ବ୍ଲକ୍ ଅନ୍ତର୍ଗତ ଦଣ୍ଡପାଣି ପଟ୍ଟନାୟକ ହାଇସ୍କୁଲ ପରିସରରେ ଆଜି ସୋମବାର ଅପରାହ୍ନ ରେ ଏକ ଶିକ୍ଷାର୍ଥୀ ପ୍ରତିଭା ସମ୍ଵର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ସମାଜସେବୀ ସ୍ଵର୍ଗତ କାଶୀନାଥ ଦାସଙ୍କ ସ୍ମୃତି ରେ ଆୟୋଜିତ ସଭାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମ୍ରୃତ୍ୟୁ ଞ୍ଜୟ ରଥ ଅଧ୍ୟକ୍ଷତା କରିଥିଲେ।
ପ୍ରଥମେ ବିଦ୍ୟାଳୟ ର ପ୍ରତିଷ୍ଠାତା ସ୍ଵର୍ଗତ ଦଣ୍ଡପାଣି ପଟ୍ଟନାୟକ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ସୂର୍ଯ୍ୟନାରାୟଣ ଦାସ, ମୁଖ୍ୟବକ୍ତା ଭାବେ ନାଟ୍ୟକାର ଓ ଶିଶୁ ସାହିତ୍ୟିକ ଭିକାରୀ ଚରଣ ପ୍ରଧାନ, ସମ୍ମାନିତ ବକ୍ତା ଭାବେ ପ୍ରାକ୍ତନ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଆଲୋକ କୁମାର ନାଥ

, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ତଥା ସେଣ୍ଟ୍ ଜନ୍ ଆମ୍ବୁଲାନ୍ସ ର ଆଜୀବନ ସଭ୍ୟ ଅନନ୍ତ ଚରଣ ଖଟେଇ, ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ, ଚିଲିକା ଶାଖା ର ସମ୍ପାଦକ କୁନା ମହତ୍ତ୍ଵ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଏକ ଜୀବନବ୍ୟାପୀ ପ୍ରକ୍ରିୟା ଏବଂ ଦକ୍ଷତାର ସହ ପ୍ରତି ଦ୍ଵନ୍ଦିତା ମନୋବ୍ରୃତ୍ତି ର ସହ ଶିକ୍ଷାର୍ଥୀ ମାନଙ୍କୁ ଅଗ୍ରସର ହେବାକୁ ଉଦ୍ ବୋଧନ ଦେଇଥିଲେ ।
ଏହି ଅବସରରେ ଗତ ମାଟ୍ରିକ ପରୀକ୍ଷାରେ ଉକ୍ତ ବିଦ୍ୟାଳୟର ଏ ଗ୍ରେଡ ରେ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଶିକ୍ଷାର୍ଥୀ ସୁନିତା ସ୍ବାଇଁ,ଶୁଭସ୍ମିତା ସ୍ଵାଇଁ, ବିଶ୍ଵଜିତ ମହାନ୍ତି ଏବଂ ନିଯମିତ ଉପସ୍ଥାନ ପାଇଁ କବିତା ପ୍ରଧାନ ଙ୍କୁ ନଗଦ ଅର୍ଥ ରାଶି ଓ ପ୍ରମାଣପତ୍ର ପ୍ରଦାନ ପୂର୍ବକ ପୁରସ୍କ୍ରୃତ କରା ଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ ସହକାରୀ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ ।

No Result
View All Result