୨୫ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ଜିଲ୍ଲା ଆଠଗଡ଼ର ମଞ୍ଚେଶ୍ୱର ନିକଟକୁ ମହାନଦୀ ପଠାରେ ଥିବା , ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କର ଆଜି ହେଉଛି ବଡ଼ ଏକାଦଶୀ । କାର୍ତ୍ତିକ ମାସର ପ୍ରଥମ ସମୋବାର ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ବାବା ଧବଳେଶ୍ବରଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିବା ପାଇଁ ବିଭିନ୍ନ ସ୍ଥାନରୁ ହଜାର ହଜାର ଶ୍ରଦ୍ଧାଳୁ ମାନେ ଏଠାକୁ ଆସିଥାନ୍ତି ।

ଆଜି ହେଉଛି କାର୍ତ୍ତିକ ମାସ ପଞ୍ଚକର ତୃତୀୟ ଦିନ ଏବଂ ବାବା ଧବଳେଶ୍ବରଙ୍କର ବଡ଼ ଏକାଦଶୀ । ଆଜି ଭୋରୁ ବାବାଙ୍କ ମନ୍ଦିର ଦ୍ୱାର ଫିଟାଯାଇ ୧୦୮ ଗରାରେ ସ୍ନାନ କରାଯାଇଥିଲା । ମଙ୍ଗଳ ଆଳତୀ, ଆଦି ନିତିକାନ୍ତି ଶେଷ ହେବା ପରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ପାଇଁ ମନ୍ଦିର ଭିତରକୁ ଧାଡ଼ିରେ ଛଡ଼ା ଯାଇଥିଲା ।

ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସୁବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁ ମାନେ ଶୃଙ୍ଖଳିତ ଭାବେ ବାବା ଧବଳେଶ୍ବରଙ୍କୁ ଦର୍ଶନ କରି ପୂଜା ଅର୍ଚ୍ଚନା କରୁଥିବା ଦେଖିବାକୁ ମିଳିଥିଲା ।















