No Result
View All Result
୨୪ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି ;-> ପ୍ରତିଦିନ ଏହି ଅଞ୍ଚଳରେ ହେଉଥିବା ହାଟରୁ ବେପାରି ଶହ ଶହ ଗାଇ କିଣି ଆର,ଉଦୟଗିରି ଗ୍ରାମ ଦେଇ ଚାଲଣ କରନ୍ତି । ସେହିପରି ଆର,ଉଦୟଗିରି ଗ୍ରାମ ମୁଖ୍ୟରାସ୍ତା ଦେଇ ଆଜି ୮ଟା ସମୟରେ ଏକ ପିକାପ୍ ଗାଡିରେ ୬ଟି ଗାଇ ଚାନ୍ଦିପୁଟ ହାଟରୁ କିଣି ପିକାପ୍ ଗାଡିରେ ଧରି ନୁଆଗଡ ଅଭିମୁଖେ ଯାଉଥିବା ସମୟରେ

ଏହା ବଜରଙ୍ଗ ଦଳ ଯୁବକ ଦେଖି ସ୍ଥାନୀୟ ବସଷ୍ଟାଣ୍ଡ ଠାରେ ଗାଡିକୁ ଅଟକିଥିଲେ । ଗାଡିରେ ଥିବା ୬ଟି ଗାଇ ସହ ଗାଡିର ଡ୍ରାଇଭର ଓ ଅନ୍ୟଜଣଙ୍କୁ ଅଟାଇଥିଲେ । ବଜରଙ୍ଗ ଯୁବକମାନେ ଏହାକୁ ନେଇ ଗାଡି, ୬ଟି ଗାଇ ଓ ଦୁଇ ଜଣଙ୍କୁ ସ୍ଥାନୀୟ ପୁଲିସକୁ ହସ୍ତାନ୍ତର କରିଥିଲେ ।

ସ୍ଥାନୀୟ ପୁଲିସ ଗାଡିଥିବା ଦୁଇଜଣ ଠାରୁ ତଥ୍ୟା ସଂଗ୍ରହ କରିବା ପରେ ନୁଆଗଡ ଗ୍ରାମର ସୁଗ୍ରୀବ ଗୌଡ ନିଜପାଇଁ ୩ ଗ୍ରାମର ମହିଳା ମଣ୍ଡଳ ପାଇଁ ଚାନ୍ଦିପୁଟ ହାଟରୁ କିଣି ନେଉଥିଲେ କହିବା ସହ ସମସ୍ତ କାଗଜ ପତ୍ର ଦେଖାଇଥିଲେ । ପୁଲିସ ଜବତ ଗାଇ ୬ଟି ଛାଡିଥିଲେ ବୋଲି ପୁଲିସ ପ୍ରକାଶ କରିଛନ୍ତୀ ।
No Result
View All Result