୨୪ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବେଗୁନିଆ :-> ଗଛ ହିଁ ଜୀବନ । ଗଛ ବିନା ପ୍ରାଣୀ ସମାଜ ବଞ୍ଚିବା ଅସମ୍ଭବ । ସେଥିପାଇଁ ସରକାର ସରକାରୀ ଏବଂ ବେସରକାରୀ ସ୍ତରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ସ୍ଥାନରେ ଗଛ ଲଗାଉଛନ୍ତି । ଜଙ୍ଗଲ ବିଭାଗ ଏବଂ ବିଭିନ୍ନ ଅନୁଷ୍ଠାନ ମାଧ୍ୟମରେ ଗଛ ଲଗାଯାଇ ତାର ରକ୍ଷଣାବେକ୍ଷଣ ପାଇଁ ଅଧିକାରୀ ମାନଙ୍କୁ ଦାୟିତ୍ୱ ଦିଆଯାଉଛି । କିନ୍ତୁ ବାଡ଼ ଫସଲ ଖାଇବା ନ୍ୟାୟରେ ସରକାର ଜଙ୍ଗଲ ବିଭାଗ ଦ୍ଵାରା ବେଗୁନିଆ ଅନୁନିବନ୍ଧକଙ୍କ କାର୍ଯ୍ୟାଳୟ ରେ ଲଗାଯାଇଥିବା ଗଛ ଗୁଡ଼ିକ ମଧ୍ୟରୁ ସବ୍ ରେଜିଷ୍ଟାର ଅମିତ୍ କୁମାର ସେଠୀ କିଛି ମୂଲ୍ୟବାନ ଗଛ ଜଙ୍ଗଲ ବିଭାଗ ର ବିନା ଅନୁମତି ରେ କାଟି ସାଇକେଲ ଏବଂ ଅଟୋଟ୍ରଲିରେ ବାହାରକୁ ଚାଲାଣ ହେଉଥିବାର ଦେଖିବାକୁ ମିଳିଥିଲା ।
ସୂଚନାଯୋଗ୍ୟ କି ବେଗୁନିଆ ଅନୁନିବନ୍ଧକଙ୍କ କାର୍ଯ୍ୟାଳୟ ପରିସରରେ ଗତ ୭ ବର୍ଷ ତଳେ ଜଙ୍ଗଲ ବିଭାଗ ଦ୍ଵାରା ଏକ ଶହରୁ ଅଧିକ ବିଭିନ୍ନ ପ୍ରକାର ଗଛ ଲଗାଯାଇ ଦୁଇମାସ ପର୍ଯ୍ୟନ୍ତ ଟ୍ୟାଙ୍କର ରେ ପାଣି ଦିଆଯାଇ ଗଛ ଗୁଡ଼ିକ ର ଯତ୍ନ ନିଆଯାଇଥିଲା । ଏବେ ଗତ ଦୁଇ ମାସ ହେଲା ଏଠାରେ ଯୋଗ ଦେଇଥିବା ସବ୍ ରେଜିଷ୍ଟାର ଅମିତ୍ କୁମାର ସେଠୀ କାର୍ଯ୍ୟାଳୟ ପରିସରରେ ତାଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବାସଭବନ ସୌନ୍ଦର୍ଯ୍ୟ ପାଇଁ କିଛି ବାହାଡ଼ା ,
ସାହାଡ଼ା , ଟିଣିଆ ଏବଂ ଲିମ୍ବ ଭଳି ମୂଲ୍ୟବାନ ଗଛକୁ କାଟି ଦେଇଛନ୍ତି । ଏ ସଂକ୍ରାନ୍ତରେ ସବ୍ ରେଜିଷ୍ଟାର ଅମିତ୍ କୁମାର ସେଠୀ ଙ୍କ ମତାମତ ନେବାପାଇଁ ତାଙ୍କ ପାଖରେ ପହଞ୍ଚିଥିଲୁ କିନ୍ତୁ ସେ ଗଛ କଟାଯିବା ସମୟରେ ଛୁଟିରେ ଥିବା କହି ବାଇଟ ଦେବାକୁ ସଫା ସଫା ମନା କରିଦେଇଥିଲେ.