No Result
View All Result
୨୪ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବେଗୁନିଆ :-> ଗଛ ହିଁ ଜୀବନ । ଗଛ ବିନା ପ୍ରାଣୀ ସମାଜ ବଞ୍ଚିବା ଅସମ୍ଭବ । ସେଥିପାଇଁ ସରକାର ସରକାରୀ ଏବଂ ବେସରକାରୀ ସ୍ତରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ସ୍ଥାନରେ ଗଛ ଲଗାଉଛନ୍ତି । ଜଙ୍ଗଲ ବିଭାଗ ଏବଂ ବିଭିନ୍ନ ଅନୁଷ୍ଠାନ ମାଧ୍ୟମରେ ଗଛ ଲଗାଯାଇ ତାର ରକ୍ଷଣାବେକ୍ଷଣ ପାଇଁ ଅଧିକାରୀ ମାନଙ୍କୁ ଦାୟିତ୍ୱ ଦିଆଯାଉଛି । କିନ୍ତୁ ବାଡ଼ ଫସଲ ଖାଇବା ନ୍ୟାୟରେ ସରକାର ଜଙ୍ଗଲ ବିଭାଗ ଦ୍ଵାରା ବେଗୁନିଆ ଅନୁନିବନ୍ଧକଙ୍କ କାର୍ଯ୍ୟାଳୟ ରେ ଲଗାଯାଇଥିବା ଗଛ ଗୁଡ଼ିକ ମଧ୍ୟରୁ ସବ୍ ରେଜିଷ୍ଟାର ଅମିତ୍ କୁମାର ସେଠୀ କିଛି ମୂଲ୍ୟବାନ ଗଛ ଜଙ୍ଗଲ ବିଭାଗ ର ବିନା ଅନୁମତି ରେ କାଟି ସାଇକେଲ ଏବଂ ଅଟୋଟ୍ରଲିରେ ବାହାରକୁ ଚାଲାଣ ହେଉଥିବାର ଦେଖିବାକୁ ମିଳିଥିଲା ।

ସୂଚନାଯୋଗ୍ୟ କି ବେଗୁନିଆ ଅନୁନିବନ୍ଧକଙ୍କ କାର୍ଯ୍ୟାଳୟ ପରିସରରେ ଗତ ୭ ବର୍ଷ ତଳେ ଜଙ୍ଗଲ ବିଭାଗ ଦ୍ଵାରା ଏକ ଶହରୁ ଅଧିକ ବିଭିନ୍ନ ପ୍ରକାର ଗଛ ଲଗାଯାଇ ଦୁଇମାସ ପର୍ଯ୍ୟନ୍ତ ଟ୍ୟାଙ୍କର ରେ ପାଣି ଦିଆଯାଇ ଗଛ ଗୁଡ଼ିକ ର ଯତ୍ନ ନିଆଯାଇଥିଲା । ଏବେ ଗତ ଦୁଇ ମାସ ହେଲା ଏଠାରେ ଯୋଗ ଦେଇଥିବା ସବ୍ ରେଜିଷ୍ଟାର ଅମିତ୍ କୁମାର ସେଠୀ କାର୍ଯ୍ୟାଳୟ ପରିସରରେ ତାଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବାସଭବନ ସୌନ୍ଦର୍ଯ୍ୟ ପାଇଁ କିଛି ବାହାଡ଼ା ,

ସାହାଡ଼ା , ଟିଣିଆ ଏବଂ ଲିମ୍ବ ଭଳି ମୂଲ୍ୟବାନ ଗଛକୁ କାଟି ଦେଇଛନ୍ତି । ଏ ସଂକ୍ରାନ୍ତରେ ସବ୍ ରେଜିଷ୍ଟାର ଅମିତ୍ କୁମାର ସେଠୀ ଙ୍କ ମତାମତ ନେବାପାଇଁ ତାଙ୍କ ପାଖରେ ପହଞ୍ଚିଥିଲୁ କିନ୍ତୁ ସେ ଗଛ କଟାଯିବା ସମୟରେ ଛୁଟିରେ ଥିବା କହି ବାଇଟ ଦେବାକୁ ସଫା ସଫା ମନା କରିଦେଇଥିଲେ.

No Result
View All Result