୨୧ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> ଚଳିତ ବର୍ଷ ଯେଉଁ ଅନୁଷ୍ଠାନ ଦୂର୍ଗାପୂଜା ଏବଂ ଭଷାଣୀ କମିଶନରେଟ ପୋଲିସ ନିୟମକୁ ମାନି କାର୍ଯ୍ୟ କରିବ , ସେହି ସବୁ ଅନୁଷ୍ମାନକୁ ସଦର ଥାନା ପକ୍ଷରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଟ୍ରଫି ପ୍ରଦାନ କରାଯିବ ବୋଲି ଦୂର୍ଗାପୂଜା ପ୍ରସ୍ତୁତି ବୈଠକରେ ଘୋଷଣା କରାଯାଇଥିଲା । ଏନେଇ ସୋମବାର ଦିନ କଟକ ସ୍ଥିତ ଇଣ୍ଡୋର ଷ୍ଟାଡିୟମରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । କମିଶନରେଟ ପୋଲିସ ସଦର ଥାନା ପକ୍ଷରୁ ତେଲଙ୍ଗାପେଣ୍ଠ ଦୂର୍ଗାପୂଜା କମିଟିକୁ ପ୍ରଥମ ପୁରଷ୍କାର ଟ୍ରଫି ପ୍ରଦାନ କରାଯାଇଥିଲା ବେଳେ ଦ୍ୱିତୀୟ ପୁରଷ୍କାର ଟ୍ରଫି ପାଇକସାହି ହରପାର୍ବତୀ ପୂଜା କମିଟିକୁ ପ୍ରଦାନ କରାଯାଇଥିଲା ।
ତୃତୀୟ ଟ୍ରଫି ରାଉତସାହି ମହାଦେବ ପୂଜା କମିଟି କୁ ପ୍ରଦାନ କରାଯାଇଥିଲା । ଆୟୋଜିତ ପୁରଷ୍କାର ପ୍ରଦାନ ଉତ୍ସବରେ କଟକ ଡିସିପି ପିନାକ ମିଶ୍ର , ଅତିରିକ୍ତ ଡିସିପି ଅନିଲ ମିଶ୍ର , ଏ ଡିସିପି ସେ କେ ସରିଫ , କଟକ ମହାନଗର ଶାନ୍ତି କମିଟିର ସଭାପତି ଦେବେନ୍ଦ୍ର ନାଥ ସାହୁ, ସଂପାଦକ ଭିକାରୀ ଚରଣ ଦାସ,ପୂର୍ବାଞ୍ଚଳ ଶାନ୍ତି କମିଟି ପକ୍ଷରୁ ସଭାପତି ବିଜୟ ସାହୁ, ସଂପାଦକ ପ୍ରଫୁଲ ସାହୁ, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ , ବିଧାୟକ ଇଂ ମହମ୍ମଦ ମୋକିମ ,
କଟକ ମେୟର ସୁବାଷ ସିଂ, ବିଜେପିର ବରିଷ୍ଠ ନେତା ନୟନ କିଶୋର ମହାନ୍ତି, ସିପିଆଇର ନେତା ସୁଭେନ୍ଦୁ ମହାନ୍ତି ଙ୍କ ସମେତ ସମସ୍ତ ଥାନାର ଆଇଆଇସି, ଏସିପି, ବିଭିନ୍ନ ପୂଜା କମିଟିର ସଭାପତି , ସଂପାଦକ ମାନେ ଯୋଗଦେଇ ନିଜ ନିଜର ଟ୍ରଫି ଅତିଥିଙ୍କ ଠାରୁ ଗ୍ରହଣ କରିଥିଲେ । ତେଲଙ୍ଗାପେଣ୍ଠ ବଜାର ଦୂର୍ଗାପୂଜା କମିଟି ଚଳିତ ବର୍ଷ ପ୍ରଥମ ପୁରଷ୍କାର ପାଇଥିବାରୁ,
ପୂଜା କମିଟିର ସଭାପତି ବିଭୁତି ଭୁଷଣ ପ୍ରଧାନ, ସଂପାଦକ ପବିତ୍ର ମୋହନ ଶତପଥୀ ( ଲୁଲୁ) , ବଜାର କମିଟିର ସମସ୍ତ ଦୋକାନୀ ଭାଇ , ପୂଜା କମିଟିର ସମସ୍ତ ସଦସ୍ୟ, ସହଯୋଗକାରୀ, ସ୍ଥାନୀୟ ଅଞ୍ଚଳର ଜନସାଧାରଣ, କଟକ ସଦର ଥାନର ଆଇଆଇସି ରଶ୍ମୀ ରଞ୍ଜନ ମହାପାତ୍ରଙ୍କ ସମେତ ସମସ୍ତ ପୋଲିସ ଅଫିସର, କର୍ମଚାରୀ, ଏବଂ ଯୋନ-୪ ଏସିପି ଚନ୍ଦନ ଘଡେଇଙ୍କୁ କୃତଜ୍ଞତା ଜଣାଇଛନ୍ତି ।