୧୮ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନିଆଳି :-> ଦିନଥିଲା ଗରିବ ଦିନମଜୁରିଆ ଜଗବନ୍ଦୁ ଙ୍କ ପରିବାର ସୁଖ ଶାନ୍ତିରେ ଘର ଫୁଟିଉଠୁଥିଲା , ହଠାତ ବିଧିର ବିଧାନ ତାଙ୍କର ପରିବାର ଉପରେ ଚଡ଼କ ପକାଇଥିଲା , ସ୍ବାମୀ ଜଗବନ୍ଦୁ ଭୋଇ ଗୁରୁତ୍ୱ ର ରୋଗ ଲିଭର କ୍ୟାନ୍ସର ର ରେ ପୀଡିତ ହୋଇ ଗତ ଦୁଇ ବର୍ଷ ତଳେ ମୃତୁ ବରଣ କରିଥିବା ବେଳେ ରୋଗ କ୍ରାନ୍ତ ସ୍ୱାମୀର ବିୟୋଗରେ ଏବେ ସ୍ତ୍ରୀ ଉନା ଭୋଇ ବେସାହାରା ଭାବେ ପକ୍ଷା ଘାତ ରୋଗରେ ପୀଡିତ ହୋଇ ତାଙ୍କ ଗୋଡ଼ ହାତ ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି ।

ଗୋଟିଏ ପଟେ ଘରର ରୋଜଗାରିଆ ସ୍ବାମୀ ଆରପାରିକୁ ଚାଲିଯିବା ପରେ ଅନ୍ୟପଟେ ସ୍ତ୍ରୀ ଙ୍କର ଅଚଳ ହୋପଡିଵାରୁ ସେ କିଛି ରୋଜଗାର କରିପରୁନାହାନ୍ତି । ତାଙ୍କ ପରିବାର ଏବେ ଦିନେ ଖାଇଲେ ତିନି ଦିନ ଉପାସରେ ପଡ଼ୁଛନ୍ତି ଆଉ ମଧ୍ୟ ଘର ଖଣ୍ଡେ ନଥିବାରୁ ପଲିଥିନ ଟଣା ଭଙ୍ଗା ଘରେ ରହୁଛନ୍ତି। ଉନା ଭୋଇ ବଞ୍ଚିବା ପାଇଁ ନିଜର ବିଧବାଭତ୍ତା କିମ୍ବା ଅକ୍ଷମ ଭତ୍ତା ଓ ଘର ଖଣ୍ଡେ ପାଇଁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ୍ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ବାରମ୍ବାର ଗୁହାରି କରୁଥିଲେ ମଧ୍ୟ କେହି ଶୁଣିନାହାଁନ୍ତି ଅସହାୟ,

ବିଧବା , ପକ୍ଷାଘାତ ରୋଗୀ ଉନାଭୋଇ ଙ୍କୁ ନା ମିଳୁଛି ଟିକେ ଭତ୍ତା ନା ମୁଣ୍ଡ ଗୁଞ୍ଜିବା ପାଇଁ ଟିକେ ଘର ସବୁଥିରୁ ବଞ୍ଚିତ ହୋଇ ଏବେ ରୋଜଗାର ନଥିବା ରୁ ମଗିଯାଚି ଦିନେ ଖାଇଲେ ତିନି ଦିନ ଉପବାସ ରହିବାକୁ ପଡୁଛି । ଉନାଭୋଇ ଙ୍କ ଘର କଟକ ଜିଲ୍ଲା ନିଆଳି ବ୍ଲକର ଗୋବିନ୍ଦ ରାମ ପାଟଣା ଗାଁରେ, ପରିବାର କହିଲେ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ରହିଛନ୍ତି । ବାପା ଚାଲିଯିବା ପରେ ଏବଂ ମା ପକ୍ଷ ଘାତ ରୋଗରେ ଅଚଳ ହୋଇପଡ଼ିଥିବା ବେଳେ ଅର୍ଥ ଅଭାବରୁ ଝିଅ ବର୍ଷା ଏବଂ ପୁଅ ଜନାର୍ଦ୍ଧନ ଆଉ ପାଠ ପଡ଼ିପରିଲେ ନାହିଁ କେବେ ଏମାନଙ୍କୁ ସରକାର ସହାୟତା କରୁଛନ୍ତି ଦେଖିବାର ଅଛି ।













