ଭୁବନେଶ୍ୱର ୟୁନିଟ-୧ ସ୍ଥିତ ମଦର୍ସ ପବ୍ଲିକ ସ୍କୁଲରେ ଆଜି ଆମର ବାର୍ଷିକ ଉତ୍ସବ ‘ଅଙ୍କୁରମ୍‌’ ପାଳିତ ହେଉଛି

୧୮ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :->  ଚଳିତ ବର୍ଷ ନଭେମ୍ବର ୧୮ ତାରିଖରେ ଭୁବନେଶ୍ୱର ସ୍ଥିତ ମଦର୍ସ ପବ୍ଲିକ ସ୍କୁଲ ‘ଏକ ଭଲ ଆସନ୍ତା କାଲି ପାଇଁ ଦର୍ଶନ’ ବିଷୟବସ୍ତୁକୁ କେନ୍ଦ୍ର କରି ସ୍ଥାୟୀ ବିକାଶ ଲକ୍ଷ୍ୟରେ ମହା ଆଡ଼ମ୍ବରରେ ପାଳନ କରିଛି ତା’ର ବାର୍ଷିକ ଉତ୍ସବ ‘ଅଙ୍କୁରମ’ । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ଜାତିସଂଘ ଦ୍ୱାରା ୧୭ଟି ସ୍ଥାୟୀ ବିକାଶ ଉପରେ ସଙ୍କଳ୍ପବଦ୍ଧ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହିତ ସମସ୍ତ କର୍ମକର୍ତାବୃନ୍ଦଙ୍କ ଗହଣରେ ।

ଯେଉଁଥିରେ ସର୍ବପ୍ରଥମେ ଦାରିଦ୍ର‌୍ୟ ଦୂରୀକରଣ, ମିଲେଟ ମିଶନ, ଗୁଣାତ୍ମକ ଶିକ୍ଷା, ସହରର ବିଭିନ୍ନ ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ, କୃଷି ବିଦ୍ୟାଳୟରୁ କମ୍ପୋଷ୍ଟ ତଥା ମୂଷାଚାଷ ସମ୍ପର୍କରେ ଜ୍ଞାନ ଲାଭ, ଜଳ ତଳେ ଜୀବନର ସୁରକ୍ଷା, ସହିତ ପରିବେଶ ସନ୍ତୁଳନ ପାଇଁ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ସି.ବି.ଏସ.ଇ ଆଂଚଳିକ ମୁଖ୍ୟ ଶ୍ରୀ ଟି.ମାତେ ଏବଂ ସାଥି । ତତ୍ ସହିତ ଯୋଗଦେଇଥିଲେ ସହୋଦୟ ସ୍କୁଲ କମ୍ପେ୍ଲକ୍ସ ଭୁବନେଶ୍ୱରର ଚେୟାରମ୍ୟାନ କଲୋନେଲ ବଲୁ ଭରତ ଏବଂ ଭାଇସ ଚେୟାରମ୍ୟାନ ଡା.ସତ୍ୟବ୍ରତ ମୀନକେତନ ଓ ଭୁବନେଶ୍ୱର ସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷବୃନ୍ଦ । ପ୍ରଦୀପ ପ୍ରଜ୍ୱଳନ ସହିତ ଶ୍ଲୋକ ଆବୃତି କରି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ।

ଏହାପରେ ମଦର୍ସ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍‌ର ଚେୟାରମ୍ୟାନ ତଥା ଅଧ୍ୟକ୍ଷା ଶ୍ରୀମତୀ ପୋଲି ପଟ୍ଟନାୟକ ୨୦୨୩ର ବାର୍ଷିକ ବିବରଣୀ ପାଠ ସହିତ ଶିକ୍ଷାବର୍ଷର ସଫଳତାକୁ ଆଲୋକପାତ କରିଥିଲେ । ସ୍ଥାୟୀ ବିକାଶର ଲକ୍ଷ୍ୟକୁ ଆଧାର କରି, ପଲିଥିନ୍ ବ୍ୟବହାରକୁ କଡ଼ା ନାଁ କହି ନିଜକୁ ଜଣେ ଅଭିଭାବକ ଭାବରେ ପ୍ରମାଣିତ କରିଥିବାରୁ ୟୁନିଟ୍‌-୧ ପରିବା ବ୍ୟବସାୟୀ ଶ୍ରୀ ପ୍ରଶାନ୍ତ ବେହେରାଙ୍କୁ ସମ୍ମାନିତ କରାଯାଇଥିଲା ।

ଜାତିସଂଘ ଦ୍ୱାରା ସ୍ଥିରୀକୃତ ଆମର ସ୍ଥାୟୀ ବିକାଶ ଲକ୍ଷ୍ୟ ବିଷୟରେ ସଚେତନତା ପ୍ରସାର କରିବାକୁ ଛାତ୍ରଛାତ୍ରୀମାନେ ନିଜର ନୃତ୍ୟ ମାଧ୍ୟମରେ ପ୍ରଚେଷ୍ଟା କରିଥିଲେ ଏବଂ ୨୦୩୦ ସୁଦ୍ଧା ଏହାର ଲକ୍ଷ୍ୟ ପୂର୍ଣ୍ଣ ପାଇଁ ସଙ୍କଳ୍ପବଦ୍ଧ ହୋଇଥିଲେ । ଏହି ଅବସରରେ ନିଜ ମତ ପ୍ରକାଶ କରି ମଦର୍ସ ପବ୍ଲିକ ସ୍କୁଲର ମ୍ୟାନେଜିଙ୍ଗ ଡାଇରେକ୍ଟର ଶ୍ରୀଜିତ ପଟ୍ଟନାୟକ କହିଛନ୍ତି ଯେ,

“ଭୁବନେଶ୍ୱର ୟୁନିଟ-୧ ସ୍ଥିତ ମଦର୍ସ ପବ୍ଲିକ ସ୍କୁଲରେ ଆଜି ଆମର ବାର୍ଷିକ ଉତ୍ସବ ‘ଅଙ୍କୁରମ୍‌’ ପାଳିତ ହେଉଛି । ସ୍ଥାୟୀ ବିକାଶ ଲକ୍ଷ୍ୟ(ଏସଡିଜି) ଆଧାରରେ ପ୍ରସ୍ତୁତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜଳବାୟୁ ପରିବର୍ତନ ଏବଂ ଭବିଷ୍ୟତ ପିଢ଼ି ପାଇଁ ଜଳବାୟୁକୁ କିପରି ସଂରକ୍ଷଣ କରାଯାଇପାରିବ ସେ ସମ୍ପର୍କରେ ବାର୍ତା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛୁ ।

ସିବିଏସଇ ଗାଇଡଲାଇନ ଦ୍ୱାରା ଦର୍ଶାଯାଇଥିବା ୧୭ଟି ସ୍ଥାୟୀ ବିକାଶ ଲକ୍ଷ୍ୟ(ଏସଡିଜି) ଉପରେ ଏହାର ବିଷୟବସ୍ତୁ କେନ୍ଦ୍ରୀଭୂତ ରହିଛି, ଯେଉଁଥିରେ ଭବିଷ୍ୟତ ପିଢ଼ି ପାଇଁ ଜଳବାୟୁ ସଂରକ୍ଷଣ ପାଇଁ ରଣନୀତି ଉପରେ ଗୁରୁତ୍ୱ ଦେବା ପାଇଁ ପ୍ରତ୍ୟେକ ଲକ୍ଷ୍ୟକୁ ଶୃଙ୍ଖଳିତ ଭାବରେ ବର୍ଣ୍ଣନା ଏବଂ ଧ୍ୟାନ ଦିଆଯାଇଛି ।”