No Result
View All Result
୧୭ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ଼ :-> ପାଟଣାଗଡ଼ ସ୍ଥିତ ଜବାହାରଲାଲ ମହାବିଦ୍ୟାଳୟ ର ଓଡିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ଏ ବର୍ଷର ପ୍ରଥମ ସଂପାନ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଣବ ବଲ୍ଲଭ ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଂପାନ ରେ ବିଭାଗ ର ମୁଖ୍ୟ ମିନତୀ ଦାସ ସଭାପତିତ୍ୱ କରିଥିଲେ । ଏପିଏସ ମହାବିଦ୍ୟାଳୟ ରୋତ ର ଓଡିଆ ଅଧ୍ୟାପକ ଡ ଲିଙ୍ଗରାଜ ମେହେର ମୂଖ୍ୟ ବକ୍ତା ଭାବେ ଯୋଗଦାନ କରି ମଙ୍ଗଳୁ ଚରଣ ବିଶ୍ଵାଳ ଙ୍କ ରଚିତ ଭୁଖା ନାଟକ ସର୍ମ୍ପକରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ।

ଏହା ସହିତ ୫ ପର୍ଯ୍ୟାୟ ଛାତ୍ରୀ ନମିତା ସା ଶ୍ରୀ ଜଗନ୍ନାଥ ଓ ଶ୍ରୀ କ୍ଷେତ୍ର ର ମହାତ୍ମା ଏବଂ ତୃତୀୟ ପର୍ଯ୍ୟାୟ ର ଛାତ୍ରୀ କ୍ଷିରୋସ୍ବନୀ ପ୍ରଧାନ ସ୍ବଭାବ କବି ଗଙ୍ଗାଧର ମେହେର ଙ୍କ ରଚିତ କାବ୍ୟ ପ୍ରକୃତି ଚେତନା ଶୀର୍ଷକ ରେ ପ୍ରବନ୍ଧ ଉପସ୍ଥାପନା କରିଥିଲେ ।
ଅଧ୍ୟାପକ ଡଃ ନୀଳମଣି ମେହେର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଡଃ ନକୁଳ ମେହେର ଓ ଅଧ୍ୟାପିକା ପ୍ରଜ୍ଞାପ୍ରଗତୀ ଭୋଇ ପ୍ରମୁଖ ମଞ୍ଚାସିନ ଥିଲେ ।ଏହି ଅବସରରେ ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ବିଭାଗ ତରଫରୁ ସ୍ବାଗତ କରାଯାଇଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଶେଷରେ ଅଧ୍ୟାପକ ସୁଶାନ୍ତ ନାଗ ଧନ୍ୟବାଦ ଅର୍ପଣ କରିଥିଲେ.

No Result
View All Result