No Result
View All Result
୧୧ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ଜିଲ୍ଲାର ବିଭିନ୍ନ ସ୍କୁଲ 5ଟିରେ ସାମିଲ ହୋଇ କାର୍ଯ୍ୟ ଶେଷ ହୋଇଥିଲା ବେଳେ , ବିଳମ୍ବରେ ହେଲେ ମଧ୍ୟ ଭାଣପୁର ସ୍କୁଲ 5 ଟିରେ ସାମିଲ ହୋଇଛି । 5ଟିରେ ସାମିଲ ହୋଇଥିବା ଭାଣପୁର ହାଇସ୍କୁଲର କାର୍ଯ୍ୟ ପାଇଁ ୪୦ ଲକ୍ଷ୍ୟ ଟଙ୍କା ମଞ୍ଜୁର କରାଯାଇଛି। ଉକ୍ତ ଅର୍ଥ ଖର୍ଚ୍ଚ କରିବା ପାଇଁ ଶୁକ୍ରବାର ଦିନ ସିଏମସି ୫୮ ନମ୍ବର ୱ।ର୍ଡ଼ର କର୍ପୋରେଟର ଜନାର୍ଦ୍ଦନ ପରିଡା ନିର୍ମାଣ କାର୍ଯ୍ୟର ଶୁଭ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ କମିଟିର ସମ୍ପାଦକ ଦିଲିପ ନାୟକ , ଉପସଭାପତି ସନାତନ ରାଉତ, ସ୍କୁଲ ପରିଚାଳନା କମିଟିର ସଭାପତି ପ୍ରମୋଦ କୁମାର ଓଝା, ଏସ ଏମ ସି କମିଟିର ସଭାପତି ଶରତ ଚନ୍ଦ୍ର ଜେନା, ମହେଶ୍ୱର ଭଟ୍ଟ, ପ୍ରତିମା ଜେନା, ଝରଣା ରାଉତ, ଅଜିତ ରାଉତ, ପରମାନନ୍ଦ ଭଟ୍ଟ, ପ୍ରଫୁଲ ଖଟୁଆ, ଭାଣପୁର ସ୍କୁଲର ପ୍ରଧାନ ଶିକ୍ଷକ, 5T କମିଟିର ସମସ୍ତ ସଦସ୍ୟ ଉପସ୍ଥିତଥିଲେ ।

5ଟି ପକ୍ଷରୁ ମଞ୍ଜୁର ହୋଇଥିବା ଅର୍ଥ ସଠିକ ଭାବେ କିପରି କରାଯିବ ସେନେଇ ପ୍ରତ୍ୟେକ ସଦସ୍ୟ ଠିକାଦାର ଏବଂ ଜେଇଙ୍କ ଯୋଗାଯୋଗ କରି କାର୍ଯ୍ୟ କରିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା । ସ୍କୁଲ ସାଇକେଲ ଷ୍ଟାଣ୍ଡ, ପାଚେରୀ ଆଦି ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା ।

ଏହି ସବୁ କାର୍ଯ୍ୟ କିପରି ହୋଇ ପାରିବ ସେନେଇ ଗ୍ରାମ୍ୟ କମିଟି ସ୍କୁଲ ପରିଚାଳନା କମିଟି କର୍ପୋରେଟର ମିଳିତଭାବେ ବିଧାୟକ ଚନ୍ଦ୍ର ସାରଥୀ ବେହେରା, ସିଏମସି କମିଶନର ଙ୍କ ସହ ଆଲୋଚନା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ଗ୍ରାମର ବହୁ ବ୍ୟକ୍ତି ଏବଂ ଯୁବକ ମାନେ ଯୋଗଦେଇ ଆଲୋଚନା ରେ ଭାଗ ନେଇଥିଲେ ।


No Result
View All Result