୦୬ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନରସିଂହପୁର :-> କଟକ ଜିଲ୍ଲା ନରସିଂହପୁର ବ୍ଲକ କ୍ଲବ ପଡ଼ିଆ ଠାରେ ଚଳିତ ବର୍ଷ ପଞ୍ଚମ ଥର ପାଇଁ ନରସିଂହପୁର ସେବା ମହୋତ୍ସବ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଭୁବନେଶ୍ୱର ପୂର୍ବତନ ସାଂସଦ ଶ୍ରୀଯୁକ୍ତ ପ୍ରସନ୍ନ ପାଟ୍ଟଶାଣୀ ମୁଖ୍ୟ ଅତିଥି ରୂପେ ଯୋଗଦେବା ସହ ବରିଷ୍ଠ ଅତିଥି ରୂପେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର ଯୋଗଦେଇଥିଲେ । ସମ୍ମାନିତ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ଜେନା ମହୋଦୟା , ଖଣ୍ଡପଡ଼ା ରାଜା ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ସିଦ୍ଧାର୍ଥ ଶେକର ସିଂହ ,ବଡମ୍ବା ରାଜା ତ୍ରିଭୁବନ , କନିକା ରାଜା ଙ୍କ ସମେତ ଅନେକ ବରିଷ୍ଠ ଅତିଥି ଯୋଗ ଦେଇଥିଲେ ।

ମଞ୍ଚ ପରିଚାଳନା କରିଥିଲେ ଅନୁଷ୍ଠାନ ର ସଭାପତି ଶ୍ରୀଯୁକ୍ତ ବିଜୟ କୁମାର ଛତ୍ର ମହୋଦୟ । ଅତିଥି ଗଣ କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଅନୁଷ୍ଠାନ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ତଥାଗତ ବିଶ୍ଵାଳ ସହିତ ଅନୁଷ୍ଠାନ ର କର୍ମ କର୍ତ୍ତା । ଏହି କାର୍ଯ୍ୟକ୍ରମ ରେ ପ୍ରଥମେ ଅତିଥି ଗଣ ଙ୍କୁ ନରସିଂହପୁର ଜଗନ୍ନାଥ ମନ୍ଦିର ଠାରୁ ବିଶାଳ ପଟୁଆର ରେ କ୍ଲବ ପଡ଼ିଆ କୁ ମହିଳା ସଙ୍କୀର୍ତ୍ତନ ମଣ୍ଡଳୀ ,ପୁରୁଷ ସଙ୍କୀର୍ତ୍ତନ ମଣ୍ଡଳୀ , ପାଇକ ବୀର ଆଖଡ଼ା , ଲଉଡ଼ି ବାଡ଼ି , ଢୋଲ ବାଦ୍ୟ ସହ ସ୍ବାଗତ କରାଯାଇ ସ୍ଥାନୀୟ କଳାକାର ମାନକ ଦ୍ଵାରା ସ୍ବାଗତ କରାଯାଇଥିଲା ।

ଦୁଃଖୀ , ଦରିଦ୍ର, ଅସହାୟ ,ଅନାଥ ଭିନ୍ନକ୍ଷମ ଙ୍କୁ ଏହି କାର୍ଯ୍ୟକ୍ରମ ରେ ଅତିଥି ମାନଙ୍କ ଦ୍ଵାରା ଦାନ ପ୍ରଦାନ କରାଯାଇଥିଲା । ଏଥିରେ ଶୀତ ବସ୍ତ୍ର , ବସ୍ତ୍ର , ଚପଲ, ସହିତ ମହାପ୍ରସାଦ ବଣ୍ଟନ କରାଯାଇଥିଲା । ଶେଷରେ ସମସ୍ତ ସଙ୍କୀର୍ତ୍ତନ ମଣ୍ଡଳୀ ସହିତ ପାଇକ ଆଖଡ଼ା ଏବଂ କଳାକାର ଗଣ ଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା । କୁନି କୁନି ପିଲା ମାନଙ୍କୁ ଆଇସକ୍ରିମ , ବହି , ସରବତ ବଣ୍ଟନ କରାଯାଇଥିଲା । ଶେଷରେ ସମସ୍ତେ ପ୍ରସାଦ ସେବନ କରିଥିଲେ ।













