No Result
View All Result
୫ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ମହାନଗର ନିଗମ ୫୮ ନମ୍ବର ୱ।ର୍ଡ଼ ଡାହାଳିଆବାଗ ଠାରେ , ରବିବାର ଦିନ ମହିଳା ସଶକ୍ତିକରଣ ଶ୍ରଦ୍ଧା ସମ୍ବର୍ଦ୍ଧନା ଏବଂ ଦିତୀୟ ବାର୍ଷିକ ପଞ୍ଚକୁଣ୍ଡୀୟ ଗାୟତ୍ରୀ ମହାଯଞ ମହା ସମାରୋହରେ ପାଳନ କରାଯାଇଥିଲା । ଶତାଧିକ ମହିଳା କଳସ ବୁଡାଇ ମାବଣମାରେଇ ,ବାବା ନୀଳକଣ୍ଠେଶ୍ୱର ମନ୍ଦିର ପରିସରରୁ କଳସ ଶୋଭାଯାତ୍ରାରେ ବାହାରୀ ,ଗ୍ରାମ ପରିକ୍ରମା କରିସାରିବା ପରେ ନୀଳକଣ୍ଠେଶ୍ୱର ମନ୍ଦିର ପରିସରରେ ଆୟୋଜିତ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହିଯଞ ସ୍ଥଳିରେ ନିଜ ନିଜର କଳସ ସ୍ଥାପନ କରିଥିଲେ ।

ଯଞ ଆରମ୍ଭ ହୋଇ ସନ୍ଧ୍ୟାରେ ପୂର୍ଣ୍ଣ ଆହୁତି ଦିଆଯାଇ ଯଞ କାର୍ଯ୍ୟ ସମାପନ କରାଯାଇଥିଲା । ପରେ ପରେ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟ ଆରମ୍ଭ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମକୁ ଡାହାଳିଆବାଗ ହରପାର୍ବତୀ ପୂଜା କମିଟି, ଗ୍ରାମ୍ୟ ପରିଚାଳନା କମିଟି, ମା ଖୁଦୁରୁକୁଣୀ ପୂଜା କମିଟି,

ଗାୟତ୍ରୀ ପରିବାର ପକ୍ଷରୁ ଏହି ଧାର୍ମିକ ପୂଜାର ଆୟୋଜନ କରାଯାଇଥିଲା । କଟକ ନଗର ବିଜେଡି ସଂପାଦିକା ଶିବାଜୀ ଜେନା , ମା ଖୁଦୁରୁକୁଣୀ ପୂଜା କମିଟିର ସଭାନେତ୍ରୀ ଦେବସ୍ମୀତା ଜେନାଙ୍କ ନେତୃତ୍ବରେ ଶତାଧିକ ମହିଳା ଏବଂ ଯୁବତୀ ମାନେ ଏହି କଳସ ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିଲେ ।

ହରପାର୍ବତୀ ପୂଜା କମିଟିର ସଭାପତି ଆଡ଼ଭୋକେଟ ବଦ୍ରିନାରାୟଣ ମହାପାତ୍ର, ପୂର୍ବତନ କର୍ପୋରେଟର ତଥା ହରପାର୍ବତୀ ପୂଜା କମିଟିର ସଂପାଦକ କୌଶିକ୍ ଜେନା , କଟକ ନଗର ବିଜେଡି ସଂପାଦକ ତଥା ଗ୍ରାମ୍ୟ କମିଟିର ସଂପାଦକ ସୁଶାନ୍ତ କୁମାର ମହାନ୍ତି, ପ୍ରହଲ୍ଲାଦ କର ,ରଘୁ ପ୍ରସାଦ ଶତପଥୀ, ସଚିକାନ୍ତ ମହାନ୍ତି,

ଲକ୍ଷ୍ମୀ ଧର ମହାନ୍ତି,ପ୍ରଦୀପ ଜେନା ,ତପନ ଦାସ, ରବିନ୍ଦ୍ର ନାୟକ,ଅନ୍ନଦା ମହାନ୍ତି, ବିଦୁଲତା ଜେନା, ବେବିନା ସ୍ୱାଇଁ ,ଖୁଲଣା ପ୍ରଧାନ, ସାରଥି ସ୍ୱାଇଁ, ସୁଲୋଚନା ମହାନ୍ତି, ପ୍ରତିଭା କର,ବାସନ୍ତୀ ଜେନା, ପ୍ରେମଲତା ରାଉତ, କମଳା ଆଚାର୍ଯ୍ୟ,ରଞ୍ଜିତା ଜେନା, ପ୍ରମୁଖ ଉପସ୍ଥିତ ରହି ମହିଳା

ସଶକ୍ତିକରଣ ଶ୍ରଦ୍ଧା ସମ୍ବର୍ଦ୍ଧନା ଏବଂ ପଞ୍ଚକୁଣ୍ଡିୟ ଯଞ କାର୍ଯ୍ୟ କ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିଲେ । ସନ୍ଧ୍ୟାରେ ଆଧ୍ୟାତ୍ମିକ ଭଜନ ଗାୟତ୍ରୀ ପରିବାର ପକ୍ଷରୁ ପରିବେଷଣ କରାଯାଇଥିଲା । ଏଥିରେ ଗ୍ରାମର ସମସ୍ତ ଯୁବକ, ମହିଳା, ଯୁବତୀ ଏବଂ ବୟଜ୍ୟେଷ୍ଠ ବ୍ୟକ୍ତି ମାନେ ସହଯୋଗ କରିଥିଲେ ।


No Result
View All Result