No Result
View All Result
୫ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> ସର୍ବଭାରତୀୟ ଯାଦବ ମହାସଭାର ଶତବାର୍ଷିକୀ ଅବସରରେ ରବିବାର ଦିନ ୪୨ ମୌଜା ସ୍ଥିତ ଯଶୋଦା ଗାର୍ଡେନ ଠାରେ ଉତ୍କଳ ଯାଦବ ମହାସଭା ପକ୍ଷରୁ ଏକ ବିରାଟ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ସର୍ବ ଭାରତୀୟ ଯୁବ ଯାଦବ ମହାସଭାର ସଭାପତି ଇଞ୍ଜିନିୟର ପ୍ରଦୀପ ବେହେରା ( ଲକି) ଭାଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ,

ଉତ୍କଳ ଯାଦବ ମହାସଭାର ସଭାପତି ତଥା ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା , କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ବେହେରା , ରାଜ୍ୟ ସାଧାରଣ ସଂପାଦକ ତଥା ପୂର୍ବତନ କର୍ପୋରେଟର ପ୍ରଦିପ ବେହେରା ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ ।

ଜୟ ମାଧବ ଜୟ ଯାଦବ ଧ୍ୱନୀରେ ଆୟୋଜିତ କାର୍ଯ୍ୟକ୍ରମ ସ୍ଥଳି ପ୍ରକମ୍ପିତ ହୋଇ ଉଠିଥିଲା । କଟକ ଜିଲ୍ଲା ଯାଦବ ମହାସଭାର ସଭାପତି ସମର ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ତୀର୍ଥବାସୀ ବେହେରା, କଟକ ଜିଲ୍ଲା ଯୁବ ଯାଦବ ମହାସଭାର ସଭାପତି ତଥା କର୍ପୋରେଟର ଜନାର୍ଦ୍ଦନ ପରିଡ଼ା, କଟକ ସଦର ଯାଦବ ମହାସଭାର ସଭାପତି ତଥା ସମିତି ସଭ୍ୟ ବିନୋଦ ବେହେରା ପ୍ରମୁଖ ଉପସ୍ଥିତ ରହି ମେଗା ରକ୍ତ ଦାନ ଶିବିରକୁ ପରିଚାଳନା କରିଥିଲେ ।

ଏହି ଶିବିରରେ କଟକ ସଦର, ଟାଙ୍ଗୀ -ଚୌଦ୍ୱାର, ବାରଙ୍ଗ,ବାଙ୍କୀ, କଣ୍ଟାପଡା, ନିଆଳୀ,ଆଠଗଡ଼, ବଡ଼ମ୍ବା, ନରସିଂହପୁର, ସାଲେପୁର, ମାହାଙ୍ଗା, ନିଶ୍ଚିନ୍ତକୋଇଲି ଆଦି ପଞ୍ଚାୟତରୁ ଏକ ହଜାରରୁ ଉର୍ଦ୍ଧ୍ବ ଯାଦବ ସଦସ୍ୟ ଯୋଗଦେଇଥିଲେ । କଟକ ରେଡ଼କ୍ରସର ଡ଼ାକ୍ତର ଏବଂ ନର୍ସ ଯୋଗଦେଇ ରକ୍ତ ଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ । ଏହି ଶିବିରରେ ୨୫୦ ୟୁନିଟ ରକ୍ତ ସଂଗ୍ରହ କରାଯାଇ କଟକର ରକ୍ତ ଭଣ୍ଡାରକୁ ପଠାଯାଇଥିଲା ।

No Result
View All Result