No Result
View All Result

୦୪ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ଜିଲ୍ଲା ବାରଙ୍ଗ ବ୍ଲକ କୁରାଙ୍ଗଶାସନ ପଞ୍ଚାୟତର , ବଡ଼ଝରିଲୋ ପ୍ରାଥମିକ ସ୍କୁଲ ପରିସରରେ ରବିବାର ଦିନ , ମା, ଶ୍ୟାମାକାଳୀ ସାସ୍କୃତିକ ପରିଷଦର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଥିଲା । ଭୁବନେଶ୍ୱର ପାଣ୍ଡରା ସ୍ଥିତ ହାଇଟେକ ହସପିଟାଲ ପକ୍ଷରୁ ଆୟୋଜିତ ମାଗଣା ସ୍ୱାସ୍ଥ୍ୟ ସେବା ଶିବିରକୁ ଡ଼କ୍ଟର ମନୋଜ କୁମାର ଦାଶ ଊଦଘାଟନ କରିଥିଲେ ।

ଶ୍ୟାମାକାଳୀ ସାସ୍ମୃତିକ ପରିଷଦ ର ସଭାପତି ପ୍ରତାପ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ, ସଂପାଦକ ସୁବୋଧ କୁମାର ପଟ୍ଟନାୟକ, ସାଂସ୍କୃତିକ ସଂପାଦକ ଦିନେଶ ଦାସ , ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଡାକ୍ତର ରାଜା ରାମମୋହନ ପାଲ , ଡ଼ଉ ସତ୍ୟବ୍ରତ ଦାସ , ନିକିତା ଶର୍ମା, ବିକ୍ରାନ୍ତ ମହାପାତ୍ର , ଅଭିନବ ଅଗ୍ରୱାଲ ,ଅନନ୍ୟା ବାରିକ ଯୋଗ ଦେଇ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ।

ପ୍ରଦୀପ ଚନ୍ଦ୍ର ପଣ୍ଡା , ରବି ନାରାୟଣ ଦାସ,କାମଦେବ ଭୋଇ,ଞାନରଞ୍ଜନ ଦାସ ,ଆଲୋକ ସିହ୍ନା,ମନୋରଞ୍ଜନ ଦାସ ପ୍ରମୁଖ ଗ୍ରାମର ସମସ୍ତ ଯୁବକ ଏବଂ ଗ୍ରାମ ବାସୀ ଆୟୋଜିତ ସ୍ୱାସ୍ଥ୍ୟ ସେବାଋ ଶିବିର ପରିଚଳନାରେ ସହଯୋଗ କରିଥିଲେ । ଆଖପାଖ ଅଞ୍ଚଳର ତିନିଶହରୁ ଉର୍ଦ୍ଧ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଯିବା ସହ ମାଗଣାରେ ଔଷଧ ପ୍ରଦାନ କରାଯାଇଥିଲା ।

No Result
View All Result