No Result
View All Result
୩୦ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> ବାଲିଅନ୍ତା ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ଭୀମପୁର ଗ୍ରାମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜା ବେଶ ଆଡ଼ମ୍ବରରେ ପାଳନ ହେଉଛି । ସୁନ୍ଦର ଆଲକ ସାଜସଜ୍ଜା ସାଙ୍ଗକୁ ସନ୍ଧ୍ୟାରେ ଭଜନ, ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ପ୍ରତ୍ୟେହ ସନ୍ଧ୍ୟାରେ ଗଜଲକ୍ଷ୍ମୀ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ଏହି ଉପଲକ୍ଷେ ଏକ ସମ୍ବର୍ଦ୍ଧନା ସଭା ସାମ୍ବାଦିକ ଅଜୟ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଗ୍ରାମର ମୁରବୀ ପ୍ରେମାନନ୍ଦ ଦାଶ, ସାମ୍ବାଦିକ ସୁରେନ୍ଦ୍ର ମହାପାତ୍ର, ଲଳିତ ଦାଶ, ସନାତନ ପରିଜା,

ଭବାନୀ ଶଙ୍କର ପାତ୍ର, ଧୀରେନ୍ଦ୍ର ନାଥ ସାହୁ ,ସଚୀତ୍ରାନନ୍ଦ ଦାଶ, ସୁଶିଲ କୁମାର ଦାଶ, ବଂଶଧର ସାମଲ,ଗୁଣ୍ଡୁଚି ଭୋଇ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଗଜଲକ୍ଷ୍ମୀ ପୂଜା କମିଟି ର ସମସ୍ତ ସଦସ୍ୟ, ଯୁବକମାନେ ପରିଚାଳନା କରିଥିଲେ ।


No Result
View All Result