No Result
View All Result
୨୮ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ -୨୦୨୪ ପରିପ୍ରେକ୍ଷିରେ ଅଧିକରୁ ଅଧିକ ଯୁବ ଭୋଟର ତଥା ମହିଳା,ଦିଵ୍ଯାଙ୍ଗ,ଅସଚେତନ ଭୋଟରମାନେ ଭୋଟଦାନରେ କିପରି ସାମିଲ ହେବେ ସେ ନେଇ ଥିଲା ସଚେତନ କାର୍ଯ୍ୟକ୍ରମ ସେମାନେ ଭୋଟର ପଞ୍ଜିକରଣ ସେବାରେ ଉପଲବ୍ଧ ଲାଭ ନେଇପାରିବେ ; ସେଥିପାଇଁ ଅକ୍ଟୋବର ୨୮ ତାରିଖ ଦିନ ଏହି ଭୋଟର ସଚେତନତା କାର୍ଯ୍ୟକ୍ରମକୁ ବାମନଘାଟୀ ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସଙ୍କ ପୌରହିତ୍ୟରେ ଏକ ଭୋଟର ସଚେତନତା କାର୍ଯ୍ୟକ୍ରମ ପଥଉତ୍ସବ ଅନୁଷ୍ଠିତ ହୋଇଥିଲା ,
କାର୍ଯ୍ୟକ୍ରମ ରେ ଜାମଦା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ପଣ୍ଡା ଓ ରାଇରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ନାରାୟଣୀ ପ୍ରିୟଦର୍ଶନୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଭୋଟର ସଂଶୋଧନ ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସ ଶୁଭ ଉଦ୍ଘାଟନ କରିଥିବାଵେଳେ ମଞ୍ଚ ପରିଚାଳନାରେ ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ରଂଜନ ନନ୍ଦଙ୍କ ସହ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଅଧ୍ୟାପକ ବିଜୟ ରାମ, ଲିଟିଲ ପ୍ଲାୱାର ସ୍କୁଲର ଶିକ୍ଷୟତ୍ରୀ ପୁଷ୍ପ ଲତା ମହାନ୍ତି ,
ରୋଟାରୀ କ୍ଳବ୍ ସଭାପତି କାଳିପ୍ରସନ୍ନ ମହାନ୍ତି, ଏବଂ ଅନ୍ୟାନ୍ୟ ଗଣ୍ୟ ବ୍ୟକ୍ତିମାନେ ସହଯୋଗ କରିଥିଲେ ।ଶନିବାର ଦିନ ପୂର୍ବାହ୍ନର ରାଇରଙ୍ଗପୁର ଦୁର୍ଗାମଣ୍ଡପ ନିକଟ ବଡଦାଣ୍ଡ ରୁ ଗୋଲେଇ ନିକଟ ହରପାର୍ବତୀ ମଣ୍ଡପ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଦ୍ବାରା ପଥ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉପଖଣ୍ଡର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାମିଲ ହୋଇ ଯୁବ ଭୋଟର ମାନଙ୍କୁ ଭୋଟ ଦେବା ବାବଦରେ ସଚେତନ କରାଇବା ସହ ବିଭିନ୍ନ ବାର୍ତା ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସରସ ସୁନ୍ଦର ଓ ହୃଦୟ ସ୍ପର୍ଶୀ କରିବାକୁ ବିଭିନ୍ନ ପ୍ରକାରର ବିଭିନ୍ନ ପ୍ରକାରର ପ୍ରତିଯୋଗିତା ରେ ଭୋଟର ସମନ୍ବିତ ଚିତ୍ର କଳା , ଝୋଟି , ମୁରୁଜ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ପଥପ୍ରାନ୍ତ ନାଟକ,, ନୃତ୍ୟ ପରିବେଷଣ ଅନୁଷ୍ଠିତ ହୋଇଥିଲା
ମତଦାନ ସମ୍ବନ୍ଧୀୟ ସଚେତନଧର୍ମୀ ବାର୍ତ୍ତା ବହନ କରୁଥିବା ରଙ୍ଗୋଲି ,ବାଲୁକା ଶିଳ୍ପ,ହୋର୍ଡିଙ୍ଗ ,ବେନର, ଫଟୋଚିତ୍ର,ଲୋକକଳା ପ୍ରଦର୍ଶନ କାର୍ଯ୍ୟକ୍ରମ କରାଯାଇଥିଲା । ତଦସହ ଭୋଟର ସହାୟତା କେନ୍ଦ୍ର ଖୋଲାଯାଇ ଯେଉଁଥିରେ ୧୭+ ଭୋଟରମାନେ ନାମ ପଂଜୀକରଣ ସହ ଭୋଟର ତାଲିକାରେ ବିଭିନ୍ନ ସଂଶୋଧନ ସମ୍ବନ୍ଧୀୟ ପ୍ରକ୍ରିୟା ଜନସାଧାରଣଙ୍କୁ ଅବଗତ କରିବା ସହ ମୋବାଇଲ୍ ଫୋନ ଦ୍ବାରା ଏସବୁ କାର୍ଯ୍ୟ କିପରି ହୋଇପାରିବ ସେ ବିଷୟରେ ସହାୟତା ଯୋଗାଇ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ,ପୋଲିସ ପ୍ରଶାସନ ସମସ୍ତ ସାମ୍ବାଦିକ, ଯୁବଗୋଷ୍ଠୀମାନେ ,ଅଂଚଳବାସୀଙ୍କ ସହଯୋଗ ଓ ସଫଳ କରିବାରେ ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।
ପୋଲିସ ତରଫରୁ ଏସଡିପିଓ ଶ୍ରୀ ଗୋକୁଳାନନ୍ଦ ସାହୁ , ରାଇରଙ୍ଗପୁର ଆଦର୍ଶ ଥାନା ଆଇଆଇସି ରୋଜାଲିନ ବେହେରା, ଏବଂ ଅନ୍ୟ ପୋଲିସ ଷ୍ଟାଫ୍ ଶାନ୍ତି ଶୃଙ୍ଖଳା ପ୍ରତି ଗୁରୁତ୍ବ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବିଭାଗୀୟ ଅଧିକାରୀ ସହକାରୀ ଜିଲ୍ଲାପାଳ ରମେଶ ଚନ୍ଦ୍ର ନାୟକ, ଉମାକାନ୍ତ ପାତ୍ର, ପ୍ରସାଦ ବେହେରା, ଦୁର୍ଗାପ୍ରସାଦ ଦାସ, ଗୌରୀ ଶଙ୍କର ସାମନ୍ତରାୟ, ପ୍ରିୟଙ୍କା ଗୁପ୍ତା, ରେବତୀ ମୁର୍ମୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ , ରାଇରଙ୍ଗପୁର ପୌରପରିଷଦ ତରଫ ରୁ ରାସ୍ତା ପରିଷ୍କାର ପରିଚ୍ଛନ୍ନ ସହ ସ୍ଥାନେ ସ୍ଥାନେ ପାନିୟ ଜଳଛତ୍ର ଷ୍ଟଲ କରିଥିଲେ । ଭୋଟର ସଂଶୋଧନ ସଚେତନ ପଥ ଉତ୍ସବ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଥିଲା ।
No Result
View All Result