ଦୂର୍ବୃତ ମାନେ ଯୁବକର ତଣ୍ଟି କୁ ଅଧା କାଟି ,ଝରକା ପୋଲ ନିକଟ ରେ ଥିବା ବୁଦାମୂଳରେ ପିଙ୍ଗି ଦେଇ ଫେରାର୍
୨୬ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର -> ଏହି ଭଳି ହିଂସାତ୍ମକ ଜଗନ୍ଯ ହତ୍ୟାକାଣ୍ଡ ଘଟିଛି ମୟୂରଭଞ୍ଜ ଜିଲ୍ଲାର ବାଦାମ ପାହାଡ଼ ଥାନା ଅନ୍ତର୍ଗତ ଝଲଡୁଙ୍ଗୁରି ଏକ ପୋଲ ନିକଟ ରେ । ପୋଲ ନିକଟ ରେ ଥିବା ଏକ ବୁଦା ମୂଳରୁ ଜଣେ ଯୁବକର ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାଦାମ ପାହାଡ଼ ପୋଲିସ ଉଦ୍ଧାର କରିଛି। ସମ୍ପୃକ୍ତ ଯବକଙ୍କୁ କେହି ଦୁବୃର୍ତ୍ତ ଧାରୁଆ ଅସ୍ତ୍ର ସାହାଯ୍ୟରେ ତଣ୍ଟି କାଟି ହତ୍ୟା କରିଫିଙ୍ଗି ଦେଇଥିବା ପୋଲିସ ସନ୍ଦେହ କରୁଛି । ଏ ନେଇ ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ, ବାଦାମ ପାହାଡ଼ ର ନୂତନ ଥାନା ଅଧିକାରୀ କାମାକ୍ଷା କମଳେସ୍ବର ହେମ୍ରମ, ଏଏସ୍ ଆଇ ଦିଲ୍ଲିପ ପାତ୍ର, ଏ ଏସ୍ ଆଇ ବିଚିତ୍ରାନନ୍ଦ ନାଏକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।
ଅଧିକ ସତ୍ୟାସତ୍ୟ ଜାଣିବା ପାଇଁ ବାରିପଦା ରୁ ସାଇନ୍ଟିଫିକ୍ ଟିମ୍ ଆସି ତଦନ୍ତ ଚଳାଇଛି। ବାଦାମ ପାହାଡ଼ ପୋଲିସ ମୃତଦେହ ଜବତ କରି କେସ ନଂ ୧୧୭/୨୩ ରେ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ମେଡିକାଲ ପଠାଯାଇଛି । ମୃତ ବ୍ୟକ୍ତି ଜଣକ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନରେ ଥିବା ବଲତପୁର ଗ୍ରାମ ର ଉଦୟନାଥ କିସ୍କୁ (୪୦) ବୋଲି ଜଣାପଡିଛି। ଉକ୍ତ ବ୍ୟକ୍ତି ଙ୍କୁ କିଏ ଏବଂ କାହିଁକି ହତ୍ୟା କରିଛି ଏ ନେଇ ପୋଲିସ ଅଧିକ ସତ୍ୟାସତ୍ୟ ଜାଣିବା କେସ୍ ନଂ ୧୧୭୵୨୩ ରେ ଏକ ହତ୍ଯା ମାମଲା ରୁଜୁ କରି ବାଦାମପାହାଡ ପୋଲିସ ତଦନ୍ତ ଚଳାଇଛି ।