୨୬ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> କଳାକାର ଟିଏ କଳା ପ୍ରଦର୍ଶନ କରିବା ପାଇଁ ମଞ୍ଚ ଟିଏ ଖୋଜୁ ଥାଏ , ଯେତେବେଳେ କଳା ପରିବେଷଣ କରିବାର ସୁଯୋଗ କଳାକାର ପାଇ ଯାଏ ତେବେ କାହିଁକି ବା ହାତ ଛଡା କରିବ । ମୟୂରଭଞ୍ଜ ମାଟି ହେଉଛି ଲୋକ କଳାର ମାଟି । ଜିଲ୍ଲା କୋଣ ଅନୁକୋଣ ରେ କଳାର ଛିଟା , କେଉଁଠି ଆଦିବାସୀ ନୃତ୍ଯ ତ କେଉଁଠି ଛଉ ନୃତ୍ଯ ଆଉ କେଉଁ ଠି ଝୁମର ନୃତ୍ଯ ର ଝଲକ ଦେଖିବାକୁ ମିଳିଥାଏ । ଓଡିଶା ସରକାର ଓଡିଶାରେ ଥିବା ପ୍ରତ୍ଯେକ ଲୋକ କଳାର ଅଧିକ ପ୍ରଚାର ପ୍ରସାର ହେବ ସେ ନେଇ ଯତ୍ନ ବାନ ହେଉଥିବା ଦେଖିବାକୁ ମିଳୁଛି ।
ସେହି ପରି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ୍ ଅନ୍ତର୍ଗତ ସାନ ପାଖାନା ଗ୍ରାମପଞ୍ଚାୟତ ବରୁଆ ସାହି ରେ ଅନୁଷ୍ଠିତ ହୋଇ ଯାଇଛି , ପଞ୍ଚାୟତ ସ୍ଥରୀୟ ଲୋକ ନୃତ୍ଯ ମହୋତ୍ସବ ଦେଖିବାକୁ ରାଇରଙ୍ଗପୁର ବ୍ଳକ ଅନ୍ତର୍ଗତ ପ୍ରତ୍ଯେକ ଗାଁର କଳା ପ୍ରେମୀ କଳାକାର ମାନଙ୍କ ଭିଡ ଦେଖିବାକୁ ଆସିଥାନ୍ତି । ଲୋକ ନୃତ୍ଯ ମହୋତ୍ସବ ର ମୁଖ୍ଯ ଅତିଥି ଭାବେ ପୂର୍ବତନ ଓଡିଶା ସାମ୍ବାଦିକ ସଂଘ ର ସଭାପତି ମନୋନଜ ଦାସ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ସାନ ପାଖନା ଗ୍ରାମପଞ୍ଚାୟତ ର ସରପଞ୍ଚ ସାୱନା ମାଝୀ ,
ସରକାରୀ ଓକିଲ ପଙ୍କଜ କୁମାର ଦାସ ପ୍ରମୁଖ ଯୋଗଦାନ କରିଥିଲେ । ସଭାରେ ଛଉ ପ୍ରତିଷ୍ଠାନ ର ସମସ୍ତ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ , ଆପଣ ମାନଙ୍କ ର ପ୍ରଚେଷ୍ଟା ଫଳରେ ଲୋକ କଳା ଛଉ ଓ ଝୁମର ନୃତ୍ଯ ର ପ୍ରଚାର ପ୍ରସାର ଦିଗରେ ଆଗେଇ ଛନ୍ତି ତେଣୁ ଆପଣ ମାନଙ୍କୁ ଅନେକ ଅନେକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ରେ ବିଶିଷ୍ଟ ଛଉ ଗୁରୁ ଓ ପ୍ରସିଦ୍ଧ ଛଉ କଳାକାର ମାନଙ୍କୁ ମଞ୍ଚ ରେ ଅତିଥି ମାନଙ୍କ ଦ୍ବାରା ସମ୍ମାନିତ କରାଯାଇଥିଲା ।
ସମ୍ମାନିତ ଅତିଥି କଳାକାର ହେଲେ ଗଣେଶ୍ଵର ମହାନ୍ତ ( ପୂର୍ବତନ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବାଦଡା ) ଛଉ ନୃତ୍ଯ ଗୁରୁ ଭାଗବତ ମାଝୀ ଓ ମାଙ୍ଗାତ୍ ମାଝୀ ଙ୍କୁ ଛଉ କଳାକାର ସହ ଛଉ ବାଦ୍ଯକାର ଭାବେ ସମ୍ମାନିତ କରାଯାଇଥିଲା । ଲୋକ ନୃତ୍ଯ ମହୋତ୍ସବ ରେ ମୋଟ ୪ ଟି ଛଉ ନୃତ୍ଯ ପରିବେଷଣ ହୋଇଥିଲା , ସେଥି ମଧ୍ଯ ରୁ କେଳା କେଳୁଣୀ, ତାମୁଡିଆ କୃଷ୍ଣ ଓ ବଗ ପଞ୍ଚମୀ ତାଳ ନୃତ୍ଯ ଅତି ଚମତ୍କାର ହୋଇଥିଲା ।
ଝୁମର ନୃତ୍ଯ ରେ ରେଙ୍ଗାଳ ବେଡା ଝୁମର ଦଳ ଦର୍ଶକ ମାନଙ୍କ ର ହୃଦୟ କୁ ଜିଣି ପାରିଥିଲେ । ତେବେ କାର୍ଯ୍ୟକ୍ରମ ର ଘୋଷକ ଭାବେ ମହାନ୍ତ ବବିତା କଲିଅର , ସଞ୍ଜୟ ମହାନ୍ତ ଓ ଚନ୍ମୟ ମହାନ୍ତ ପ୍ରମୁଖ କାର୍ଯ୍ୟଭାର ତୁଲାଉ ଥିଲେ ,କାର୍ଯ୍ୟକ୍ରମ ର ସହରାଗିତା ଥିଲେ ଜୀବନ କୁମାର ମହାନ୍ତ , ସୃଷ୍ଟିଧର ମହାନ୍ତ , କୃଷ୍ଣ ଚନ୍ଦ୍ର ମହାନ୍ତ , ମନୋଜ ମହାନ୍ତ ଓ ଶ୍ରୀ ପ୍ରଧାନ ଥିବା ବେଳେ ଲୋକ ନୃତ୍ଯ ମହୋତ୍ସବ ର ସଭାପତି ସତ୍ଯ ନାଥ ମହାନ୍ତ ଓ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ମହାନ୍ତ ଦ୍ବୟ ଛଉ ଓ ଝୁମର ନୃତ୍ଯ କଳାକାର ମାନଙ୍କୁ ନିଖୁଣ କଳା ପରିବେଷଣ କରିଥିବାରୁ ସମଙ୍କୁ ଧନ୍ୟବାଦ ଜଣାଇ ଥିଲେ ।