No Result
View All Result
୨୫ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ଉପଖଣ୍ଡର ବହୁ ପୁରାତନ ସହର ହେଉଛି ରାଇରଙ୍ଗପୁର ସହର।କେଉଁ ଆଦିମ କାଳରୁ ରାଇରଙ୍ଗପୁର ବଜାର ମଧ୍ୟରେ ଅବସ୍ଥିତ ଡେଲି ପରିବା ମାର୍କେଟ ଠାରେ ମା ଦୁର୍ଗାଙ୍କ ମଣ୍ଡପରେ ମା ଦୁର୍ନୀତିନାସିନୀ ପୂଜା ପାଇ ଆସୁଛନ୍ତି । ଏହି ପୂଜାକୁ ପ୍ରଥମେ (ସାଓ) ପରିବାର ଲୋକେ ଆରମ୍ଭ କରିଥିଲେ।୯୦ ବର୍ଷ ପୂର୍ବରୁ ମୂର୍ତ୍ତି କାରିଗର, ବେଣ୍ଡବାଜା,ପୁରୋହିତ ସମସ୍ତେ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର ପୁରୁଲିଆରୁ ଅଣା ଯାଉ ଥିଲା।ଏହି କ୍ରମ ବର୍ତ୍ତମାନ ସୁଦ୍ଧା ଚାଲି ଆସିଛି । ରାଇରଙ୍ଗପୁର ବଜାର ଦୁର୍ଗାପୂଜା କମିଟି ଆନୁକୂଲ୍ୟରେ ୧୯୨୯ ମସିହାଠାରୁ ନିରଵର୍ଛିନ୍ନ ଭାବରେ ଦୁର୍ଗାପୂଜା ମହାସମାରୋହରେ ପାଳନ କରାଯାଉ ଅଛି ।
ଏହି ପାର୍ବଣ ଉତ୍ସବ ପ୍ରଥମେ ସ୍ବର୍ଗୀୟ ରାମନାରାୟଣ ଶାଓ, ସ୍ବର୍ଗତ ବଳରାମ ପ୍ରସାଦ ଶାଓ ଏବଂଯୁଗଳ କିଶୋର ଶାଓଙ୍କ ପ୍ରଚେଷ୍ଟାରେ ମା’ ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା ।ଚଳିତ ବର୍ଷ ବଜାର ଦୁର୍ଗାପୂଜା କମିଟି ତରଫରୁ ଜାକଜମକରେ ମା’ଙ୍କ ଶାରଦୀୟ ପୂଜା ରୀତିନୀତି ଅନୁସାରେ ଵ୍ରାହ୍ମଣ ପଣ୍ଡିତଙ୍କ ଦ୍ବାରା ପାଳନ କରାଯାଉଛି ।ଶକ୍ତି ସ୍ବରୂପିଣୀ ମା’ ଦୁର୍ଗାଙ୍କ ଦର୍ଶନ ଲାଗି ଭକ୍ତ ପୂଜା ମଣ୍ଡପକୁ ଯାଇ ମା’ ଙ୍କ ଦର୍ଶନ କରୁଥିବା ଦେଖାଯାଉଛି । ଅଷ୍ଟମୀରେ ପ୍ରବଳ ଗହଳି ଥିଲା ନବମୀ ସନ୍ଧିରେ ପଶୁବଳି ବଦଳରେ କଖାରୁ ବଳି ପଡ଼ିଥାଏ ।
ଏଠାରେ ବେନିମାଧବ ସିଲ ପଞ୍ଚାଙ୍ଗ ଅନୁସାରେ ପୂଜା କରାଯାଇଥାଏ ।ଆଖପାଖରେ ହଜାର ହଜାର ଶ୍ରଦ୍ଧାଳୁ ନଡ଼ିଆ,କଦଳୀ ଭୋଗ ନୈବେଦ୍ୟ ଲଗାଇ ମା’ ଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଥାନ୍ତି । ଏଠାରେ ମାନସିକଧାରୀ ମାନେ ପୂଜାର୍ଚ୍ଚନା ପରେ ମା’ ସେମାନଙ୍କ ମନବାଞ୍ଛା ପୂରଣ କରିଥାନ୍ତି ବୋଲି ଶ୍ରଦ୍ଧାଳୁମାନେ କୁହନ୍ତି ।ଏହି ଶାରଦୀୟ ପୂଜାର ପରିଚାଳନା କମିଟିର କାର୍ଯ୍ୟକର୍ତା ଅରବିନ୍ଦ ଚରଣପାହାଡ଼ି, ରାଜେନ୍ଦ୍ର ରାମ, ଉମେଶ ରାମ, ଗୁରୁବା ରାମ,
ଦେବାଶିଷ ସାଓ,କାଜଲ ଦଲାଲ, ଅଞ୍ଜୟ ରାମ, ବିଜୟ ରାମ, ଅବଧେଶ ମିଶ୍ର, ଲାଲବାବୁ ସାଓ, ଗପ୍ପୁ, ଟାରଜନ, ମହେଶ, ରିସୀ ଓ ମୟଙ୍କ ଗୁପ୍ତା,ଗୁଡୁ ସାଓ ଏବଂ ଅନ୍ୟ ସଂଘର କାର୍ଯ୍ୟକର୍ତ୍ତା ମାନେ ଶୃଙ୍ଖଳାର ସହ ପରିଚାଳନା କରୁଛନ୍ତି ।୫ ଦିନ ଧରି ସମଗ୍ର ରାଇରଙ୍ଗପୁର ବଜାର ଉତ୍ସବ ମୁଖର ହୋଇ ଉଠିଥିଲା।ଶେଷରେ ଆଜି ମା’ ମେଲାଣି ନେଇଛନ୍ତି ।
No Result
View All Result