No Result
View All Result
୨୨ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :- ମୟୂରଭଞ୍ଜ ଜିଲ୍ଲା ର ଦ୍ବୀତିୟ ତମ ସହର ହେଉଛି ରାଇରଙ୍ଗପୁର ସହର । ରାଇରଙ୍ଗପୁର ପୌରପରିଷଦ ଅନ୍ତର୍ଗତ ରେ ମୋଟ ସାତ ଟି ପୂଜା ମଣ୍ଡପ ରହିଛି , ମଣ୍ଡପ ଗୁଡିକ ହେଲା ସାକିଲାଡିହି ପୂଜା ମଣ୍ଡପ , କୁଚେଇବୁଢୀ ପୂଜା ମଣ୍ଡପ , ଇଚିଣ୍ଡା ପୂଜା ମଣ୍ଡପ ,
ଅଁଳାଡୁବା ପୂଜା ମଣ୍ଡପ , ବଡ ବଜାର ପୂଜା ମଣ୍ଡପ , ହର ପାର୍ବତୀ ପୂଜା ମଣ୍ଡପ ଓ ପୁରୁଣା ଘାଟୀ ପୂଜା ମଣ୍ଡପ ରହିଛି । ଆଜି ଅଷ୍ଟମୀ ପୂଜା ହେତୁ ଆଜି ପ୍ରତ୍ୟେକ ପୂଜା ମଣ୍ଡପ ରେ ଶ୍ରଦ୍ଧାଳୁ ମାନଙ୍କ ଭିଡ ହୋଇଥିଲା ।
ରାଇରଙ୍ଗପୁର ସହରରେ ଥିବା ବିଭିନ୍ନ ମଣ୍ଡପ ରେ ବିଭିନ୍ନ ପ୍ରକାରର ତୋରଣ ସୁସଜ୍ଜିତ ହୋଇଥିବା ଦେଖିବାକୁ ମିଳିଥିଲା , ମାଁ ଙ୍କ ଆଶୀର୍ବାଦ ପାଇବା ପାଇଁ ଶ୍ରଦ୍ଧାଳୁ ମାନଙ୍କ ର ଏକାଗ୍ରତାର ସହ ଉପବାସ ରହି ପୂଜା କରୁଥିବା ଦେଖିବାକୁ ମିଳିଥିଲା ।
ବିଶେଷ ଭାବରେ ରାଇରଙ୍ଗପୁର ପୂଜା ମଣ୍ଡପ ଗୁଡିକରେ ବିଭିନ୍ନ ଜିଲ୍ଲାର ବ୍ରାହ୍ମଣ ପୁରୋହିତ ମାନେ ଆସି ମାଁ ଙ୍କ ପୂଜାର୍ଚ୍ଚନା କରିଛନ୍ତି । ରାଇରଙ୍ଗପୁର ପୋଲିସ ପ୍ରଶାସନ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଶାନ୍ତି ଶୃଙ୍ଖଳା ବଜାଇ ରଖିବା ପାଇଁ ସହଯୋଗ କରିଛନ୍ତି । ମାଁ କରୁଣାରୁ ମହା ଅଷ୍ଟମୀ ପୂଜା ଧୂମଧାମରେ ପାଳିତ ହୋଇ ଯାଇଛି .
No Result
View All Result