୨୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :- ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ହେଉଛନ୍ତି ସାମାଜିକ ଅର୍ଥନୈତିକ ବିକାଶର ରୋଲ ମଡ଼େଲ । ଏବେ ସେମାନଙ୍କ ବିନା କୌଣସି ଉନ୍ନତି ଅସମ୍ଭବ |ସରକାରଙ୍କ ପକ୍ଷରୁ ମହିଳାମାନଙ୍କ ଉନ୍ନତି ନିମନ୍ତେ ବିଭିନ୍ନ ବ୍ୟାଙ୍କକୁ ଋଣ ଦେବାପାଇଁ ନିର୍ଦ୍ଦେଶ ଦିଆଯିବା ପରେ ଏବେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନେ ବ୍ୟାଙ୍କରୁ ଋଣ ନେଇ ସମାଜର ତଥା ନିଜର ଉନ୍ନତି ର ବିକାଶ ଧାରା ର କର୍ଣ୍ଣ ଧାର ବୋଲି ବିଭାଗ ପ୍ରକାଶ କରିବାକୁ ପଛାଇ ନାହିଁ । ତେବେ ମହିଳାଙ୍କ ଆତ୍ମ ନିର୍ଭରଶୀଳ କାର୍ଯ୍ୟକ୍ରମ ରେ ବ୍ୟାଙ୍କ ର ସହଯୋଗ ସଦା ବେଳେ ରହିବ କିନ୍ତୁ ମହିଳା ମାନେ ଯେପରି ସହାୟତା କୁ ସଦୁପଯୋଗ କରନ୍ତୁ ବୋଲି ଆହ୍ୱାନ ଉପସ୍ଥିତ ଥିବା ଅତିଥି ମାନେ ମତ ଦେଇଥିଲେ ।
ବାମନଘାଟୀ ଉପଖଣ୍ଡ ଜାମଦା ବ୍ଲକ ତାଳଗାଁ କାନରା ବ୍ୟାଙ୍କ ପକ୍ଷରୁ ସ୍ବୟଂ ସହାୟକ ଗୋଷ୍ଠୀ ଋଣ ମେଳା ମ୍ୟାନେଜର ହରିଶ୍ ଚନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା |କାନାରା ବ୍ୟାଙ୍କ ଭୁବନେଶ୍ୱର ସର୍କଲ ର ମହାପ୍ରବନ୍ଧକ ଜଗଦିଶ୍ ଚନ୍ଦେର୍,ଭଦ୍ରକ ରେଜିଓନାଲ କାର୍ଯ୍ୟାଳୟ ର ସହକାରୀ ମହାପ୍ରବନ୍ଧକ ପି.ମଧୁସୂଦନ ରାଓ,ବିଭାଗୀୟ ପରିଚାଳକ ଡଃ ଦେବେନ୍ଦ୍ର ସିଂ, ସୁଲେଇପାଟ୍ କାନରା ବ୍ୟାଙ୍କ୍ ମ୍ୟାନେଜର ଅନିଲ୍ କୁମାର ସୋରେନ୍ ପ୍ରମୁଖ ଯୋଗ ଦେଇ ଏହି ଋଣ ମେଳା ସମ୍ପର୍କରେ ଉପରଲିଖିତ ବହୁ କଥା ଆଲୋକପାତ୍ କରିଥିଲେ |ଅବସରପ୍ରାପ୍ତ କାଣ୍ଡସର ଉଚ୍ଚ ବିଦ୍ୟାଳୟର ଇଂରାଜୀ ଶିକ୍ଷକ ସେକ୍ ମୁସ୍ତଫା ଅଲ୍ଲୀ ଏଥିରେ ଯୋଗଦେଇ କାନରା ବ୍ୟାଙ୍କ୍ ର ସ୍ଥାପନା ପ୍ରଥମେ ତାଳଗାଁ ଗ୍ରାପ ର ଦୁମାଡ଼ିହି ଗାଁ ରେ ୧୭ ମାର୍ଚ୍ଚ ୧୯୯୦ ମସିହାରେ ଅନୁଷ୍ଠିତ ହୋଇଥିଲା |
ତା’ପରେ ତାଳଗାଁ ଗାଁ କୁ ସ୍ଥାନାନ୍ତରିତ ହୋଇଥିଲା |ଚାଷୀ,ଏସ୍ଏଚ୍ଜି ତଥା ଜନସାଧାରଣଙ୍କୁ ବିଭିନ୍ନ ପ୍ରକାରର ଋଣ ସହାୟତା ପାଇ ବହୁ ଉପକୃତ ହୋଇପାରୁଥିବା ଦର୍ଶାଇଥିଲେ |ପାସନା ସରପଞ୍ଚ ମାଳତୀ ଆଲ୍ଡା ଯୋଗ ଦେଇ କାନରା ବ୍ୟାଙ୍କରୁ ଋଣ ନେଇ କିପରି ମାଣ୍ଡିଆ ଚାଷ ଚାଷୀ ମାନେ କରିପାରିବେ ଓ ମାଣ୍ଡିଆ ଚାଷ ଦ୍ବାରା ଜନସାଧାରଣ ଓ ବୟସ୍କ ଲୋକ ମାନେ ବହୁ ଉପକାର ପାଇପାରିବେ ବୋଲି ମତ ଦେଇଥିଲେ | ଶିବ ଶକ୍ତି ଏସ୍ଏଚ୍ଜି ତାଳଗାଁ,ଜାହେର୍ ଆୟ ଏସ୍ଏଚ୍ଜି ପାସନା,ମାଆ ସନ୍ତୋଷି ଏସ୍ଏଚ୍ଜି ଧଳପୁର ର ବାଉଁଶ ରେ ତିଆରି କରାଯାଇଥିବା ଜିନିଷ ଓ ମାଣ୍ଡିଆରୁ ପ୍ରସ୍ତୁତ ତିଆରି ହୋଇଥିବା ବିଭିନ୍ନ ଖାଦ୍ୟର ପ୍ରଦର୍ଶନୀ କରିଥିଲେ | ମା ଦୁର୍ଗା ,ଶକ୍ତି ମହିଳା ଧଳପୁର , ବୁଶଲ ବାହା ହେଁସଡ଼ା , ମାର୍ଶାଲ ହେଁସଡା , ଭୁକ୍ରା ଇପିଲ୍ ,ମା ଦୁର୍ଗା ,ଭୀର ଏସ୍ଏଚ୍ଜି ଗ୍ରୁପ୍ ଙ୍କୁ ମୋଟ କାନରା ବ୍ୟାଙ୍କ୍ ତରଫରୁ ଏକ କୋଟି ଟଙ୍କାର ଋଣ ବାବଦକୁ ଚ୍ୟାକ୍ ପ୍ରଦାନ କରାଯାଇଥିଲା |