୧୯ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର – ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଓ ରାଇରଙ୍ଗପୁର ପ୍ରଶାସନର ମିଳିତ ଆନୁକୁଲ୍ଯରେ ଏକ ମତଦାତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ନୁଆ ମତଦାତାଙ୍କ ଉଦ୍ଦେଶ୍ଯ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଶ୍ରୀ ରବିଶଙ୍କର ସତପଥି ସଭାପତିତ୍ବ କରି ଅତିଥିମାନଙ୍କ ଉଦ୍ଦେଶ୍ଯ ରେ ସ୍ବାଗତ ଭାଷଣ ସହିତ ଛାତ୍ରୀ ମାନଙ୍କୁ ମତଦାତା ଓ ମତଦାନ ର ମହତ୍ବ ଉପରେ ବକ୍ତବ୍ଯ ପ୍ରଦାନ କରିଥିଲେ।
ମୁଖ୍ଯ ଅତିଥି ଭାବରେ ମ୍ୟୁନିସିପାଲିଟି ଏଗ୍ଜୀକ୍ୟୁଟିବ ଅଫିସର ଶ୍ରୀ ଧର୍ମେନ୍ଦ୍ର ସତପଥି ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ର ସାର୍ଥକତା ମତବ୍ୟକ୍ତ କରିଥିଲେ । ସହଯୋଗୀ ଦୁର୍ଗା ପ୍ରସାଦ ଦାସ ମୋବାଇଲ ରେ ମତଦାତା ପଞ୍ଜୀକରଣ ପାଇଁ ଟ୍ରେନିଙ୍ଗ ଦେଇ ଥିଲେ । ଶ୍ୟାମ ସୁନ୍ଦର ମଣ୍ଡଳ ମତଦାତାଙ୍କ ପରିଚୟ ପତ୍ର ନିମନ୍ତେ ନିର୍ଦ୍ଦେଶ ଦେଇ ଥିଲେ । ଚିନ୍ମୟ ନାଏକ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ମତଦାନ ପାଇଁ ଉତ୍ସାହିତ କରିଥିଲେ।
ଆବାହକ ବିଜୟ ରାମ ଅତିଥି ପରିଚୟ ପ୍ରଦାନ ସହିତ ସଭା ପରିଚାଳନା କରିଥିଲେ । ଅନ୍ୟ କର୍ମଚାରୀ ମାନଙ୍କ ସହିତ ଛାତ୍ରୀ ଅପର୍ଣ୍ଣା ମଣ୍ଡଳ, ମମତା ପାତ୍ର, ସିନଗୋ ମୁର୍ମୁ ,ଦିପିକା ପାତ୍ର , ବିମଳା ହାଁସଦା , ବନିତା ମୁର୍ମୁ ,ବିନତି ପାତ୍ର , ଲକ୍ଷ୍ମୀପ୍ରିଆ ବାସ୍କେ , ପ୍ରିତି ବେହେରା ,ସନ୍ଧ୍ୟାରାଣୀ ପାତ୍ର , ସାନ୍ତିଲତା ପାତ୍ର ଓ ଅନ୍ୟମାନେ ସହଯୋଗ କରିଥିଲେ। କାର୍ମି ହାଁସଦା ଧନ୍ୟବାଦ ଅର୍ପଣ କରିଥିଲେ।