୧୮ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ଅଲ୍ ଇଣ୍ଡିଆ ଡେମୋକ୍ରାଟିକ ଅରଗାନାଇସେନ୍ ତରଫରୁ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ଉପଜିଲ୍ଲାପାଳ ଙ୍କୁ ଏକ ଆଠ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯ ରେ ପ୍ରଦାନ କରାଯାଇଛି । ଦାବିପତ୍ର ର ମୁଖ୍ଯ ଉଦ୍ଦେଶ୍ଯ ଥିଲା ଜିଲ୍ଲା ରେ ଅନେକ ମାତ୍ରାରେ ବେକାରୀ ସମସ୍ଯା, ସ୍ବାସ୍ଥ୍ୟ , ଶିକ୍ଷା, ତଥା ଜନଜୀବନ ରେ ଅନେକ ଗୁରୁତ୍ୱପୂର୍ଣ୍ଣ ସମସ୍ଯା ରହିଛି । କହିବାକୁ ଗଲେ ବାମନଘାଟୀ ଉପଖଣ୍ଡ ଅଞ୍ଚଳ ରେ ଗେଟିଏ ବି ଇସ୍ପାତ ଶୀଳ୍ପ କାରଖାନା ନ ଥିବା ଦୂଖଃର ବିଷୟ ।
ଯାହା ଫଳରେ ଅନେକ ବେକାରୀ ଯୁବକ ଯୁବତୀ ଜିଲ୍ଲା ଛାଡି ଦାଦନ ଖଟିବାକୁ ବାହାର ରାଜ୍ଯ କୁ ଯାଉଥିବା ଦେଖିବାକୁ ମିଳୁଛି । ଆମ ଜିଲ୍ଲାରେ ଅନେକ ଲୌହଖଣି ଥାଇ ସୁଧା କୌଣସୀ ଶୀଳ୍ପ ପ୍ରତିଷ୍ଠାନ ନ ହେବା ଲଜ୍ଯା ଜନକ । ତେଣୁ ଅବିଳମ୍ବେ ମୟୂରଭଞ୍ଜ ଜିଲ୍ଲା ତଥା ରାଇରଙ୍ଗପୁର ଅଞ୍ଚଳ ରେ ଇସ୍ପାତ ଖାରଖାନା ପ୍ରତିଷ୍ଠା କରାଗଲେ ଅନେକ ବେକାରୀ ଯୁବକ ଯୁବତୀ ନିଯୁକ୍ତି ପାଇପାରିବେ ବୋଲି ଅଲ୍ ଇଣ୍ଡିଆ ଡେମୋକ୍ରାଟିକ ଅର୍ଗାନାଇଜେସନ ତରଫରୁ ଦାବିପତ୍ର ପ୍ରଦାନ କରିଥିଲେ ।
ଆଗାମୀ ଦିନରେ ଯେପରି ସରକାର ପଦକ୍ଷେପ ଗ୍ରହଣ କଲେ ନିଶ୍ଚିତ ବେକାରୀ ସମସ୍ଯା ଦୂରୀଭୂତ ହେବ ବୋଲି ଅର୍ଗାନାଇଜେସନ ର ପରିଚାଳକ ପ୍ରକାଶ କରିଥିଲେ । ଆଜି ରାଇରଙ୍ଗପୁର ଉପଖଣ୍ଡ ଉପଜିଲ୍ଲାପାଳ କାର୍ଯ୍ଯାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବିପତ୍ର ଉପଖଣ୍ଡ ଉପଜିଲ୍ଲାପାଳ ସରୋଜ କୁମାର ଦାଶ ଙ୍କୁ ପ୍ରଦାନ କରିଥିଲେ।