• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାଇରଙ୍ଗପୁରରେ କୁମ୍ଭାର ଉନ୍ନୟନ ପରିଷଦର ଶାରଦୀୟ ବଂଧୁ ମିଳନ

Proprietor Abhimanyu Maharana by Proprietor Abhimanyu Maharana
October 19, 2023
in ଓଡ଼ିଶା, ମୟୁରଭଞ୍ଜ, ହୋମ୍
0
ରାଇରଙ୍ଗପୁରରେ କୁମ୍ଭାର ଉନ୍ନୟନ ପରିଷଦର ଶାରଦୀୟ ବଂଧୁ ମିଳନ
Share on FacebookShare on TwitterWhatsapp

୧୮ ଅକ୍ଟୋବର  ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ସମାଜରେ କୁମ୍ଭାର ସମାଜର ଲୋକଙ୍କର ଅବଦାନ ଅବର୍ଣ୍ଣନୀୟ ଓ ତମ ଅତୁଳନୀୟ ।ସମାଜରେ ସେମାନେ ବିଶ୍ଵକର୍ମା ଭୂମିକା ନିଭାଉଛନ୍ତି । ସେମାନଙ୍କ କୌଳିକ ବୃତ୍ତି ମାଟି ପାତ୍ର ନିର୍ମିତ କଳଶ, ହାଣ୍ଡି,ମାଠିଆ,ଗରାର ବିକଳ୍ପ ନାହିଁ ।, ଵିଶେଷତଃ ଖରାଦିନେ ମାଟି ହାଣ୍ଡିରେ ପିଇବା ପାଣି,ଜଗତୀକରଣ ଯୁଗରେ ଷ୍ଟିଲ ଆସବାବପତ୍ର ଯୋଗୁଁ ମାଟି ନିର୍ମିତ ଆସବାବପତ୍ର ଚାହିଦା କମି ଯାଉଛି । ସେମାନଙ୍କ କୌଳିକ ବୃତ୍ତି ବିପନ୍ନ । ସାମାଜିକ ସୁରକ୍ଷା ପାଇଁ ଲଢେଇ କରୁଛନ୍ତି । କୌଳିକ ବୃତ୍ତି ହରାଇ ଦାଦନ ହୋଇ ଅନ୍ୟ ରାଜ୍ୟକୁ ପାଉଛନ୍ତି ।ଅତୀତରେ ସେମାନେ ଅନୁସୂଚିତ ଜାତିରେ ସମ୍ବିଧାନରେ ଅନ୍ତର୍ଭୁକ୍ତ ଥିଲେ ।

କୌଣସି ନା କୌଣସି କାରଣରୁ ୧୯୫୦ ମସିହାରେ ସେମାନଙ୍କୁ ସମ୍ବିଧାନରେ ଅନୁସୂଚିତ ଜାତି ମାନ୍ଯତାରୁ ବାଦ କରାଯାଇଥିଲା । ଯାହାକୁ ନେଇ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ପୁନଃ ଅନୁସୂଚିତ ଜାତି ତାଲିକାରେ ଅନ୍ତର୍ଭୁକ୍ତ ପାଇଁ ଦୀର୍ଘ ବର୍ଷ ହେଲା ଆନ୍ଦୋଳନ କରି ଆସୁଛନ୍ତି ଓ ସରକାରଙ୍କ ପାଖରେ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ନିକଟରେ ରାଜ୍ୟ ସରକାର କୁମ୍ଭାର ସମାଜକୁ ଏସଟି ମାନ୍ୟତା ପାଇଁ ରାଜସ୍ଵ ବିଭାଗକୁ କୁମ୍ଭାର ସମାଜର ଜାତିଗଣନା, ଅର୍ଥନୈତିକ ପରିସ୍ଥିତି, ସାମାଜିକ ପରିସ୍ଥିତି,କୌଳିକ ବୃତ୍ତିର ସର୍ଭେ କରିବା ପାଇଁ ଲିଖିତ ନିର୍ଦେଶ ଦେଇଛନ୍ତି ।ହେଲେ ଏହା ଏଯାଏଁ ଗ୍ରାମାଞ୍ଚଳରେ ଆରଆଇ ମାନେ କାର୍ଯ୍ୟକାରୀ କରି ନାହାନ୍ତି ।

ଓଡ଼ିଶାରେ କୁମ୍ଭାର ସମାଜର ୪୦ ଲକ୍ଷ ରୁ ଉର୍ଦ୍ଧ୍ବ ଲୋକେ ଵସବାସ କରୁଥିବାବେଳେ ମୟୂରଭଞ୍ଜ ଜିଲ୍ଲାରେ ୩୦ ହଜାରରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଛନ୍ତି ।କୁମ୍ଭାର ମାନେ ହେଉଛନ୍ତି ବିଶ୍ଵକର୍ମା ।ଜନ୍ମରୁ ମଶାଣି ପର୍ଯ୍ୟନ୍ତ କୁମ୍ଭାର ସମାଜର ଲୋକଙ୍କର ଆବଶ୍ୟକତା ରହିଛି ।ଜଗତୀକରଣ ଯୁଗରେ ମାଟିପାତ୍ରର ସ୍ଥାନ ଷ୍ଟିଲ ନେଇଛି ।ଯାହାଫଳରେ କୁମ୍ଭାର ମାନଙ୍କ ଜୀବନ ଓ ଜୀବିକାର ବିପନ୍ନ । ଏହି ସବୁ ସମସ୍ୟା ନେଇ ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ବାଇଦାପୋଷି ଗ୍ରାମରେ କୁମ୍ଭାର ସମାଜ ଉନ୍ନୟନ ପରିଷଦର ଏକ ଶାରଦୀୟ ବଂଧୁ ମିଳନ ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୁମ୍ଭାର ସମାଜର ସଂପାଦକ ଭୁବନେଶ୍ଵର ବେହେରା ସଭାପତିତ୍ବ କରିଥିଲେ ।

ମୁଖ୍ୟ ଅତିଥି ଭାବେ ସେବା ନିବୃତ ପ୍ରଧାନ ଶିକ୍ଷକ ବାସୁଦେବ ବେହେରା, ପ୍ରାକ୍ତନ ସଂପାଦକ ମହେନ୍ଦ୍ର ବେହେରା,ଉଦ୍ଯକ୍ତା ପ୍ରତାପ ବେହେରା, ମହିଳା ନେତ୍ରୀ ଶୁଶିଳା ବେହେରା,, ସମାଜସେବୀ ନରେଶ ବେହେରା,ହୀରାଲାଲ ବେହେରା, ସୁରେନ୍ଦ୍ର ବେହେରା, ଭୁବନେଶ୍ୱର ବେହେରା, ରାଇରଙ୍ଗପୁର ପୌରପାଳିକାର ୧ ନମ୍ବର ୱାର୍ଡର କାଉନସିଲର ଅରୁଣ ପାଲ,,୨ ନମ୍ବର ଓ୍ବାର୍ଡର କାଉନସିଲର ସୁକଦେବ ବେହେରା,ଦ୍ରୌପଦୀ ବେହେରା, ଦୁର୍ଯୋଧନ ବେହେରାଙ୍କ ସମେତ ଶତାଧିକ ସମାଜର ଲୋକେ ଯୋଗ ଦେଇ ଜଗନ୍ନାଥ ଙ୍କ ଫଟୋଚିତ୍ରରେପୁଷ୍ପ ଦେଇ ପ୍ରଦୀପ ପ୍ରଜ୍ବଳନ କରି ସଭାର ଶୁଭାରମ୍ଭ କରିଥିଲେ । ଅତିଥି ଗଣକଉମ୍ଭଆର ସମାଜକୁ ଏକାଠି ହୋଇ ନିଜର ଲଢେଇ ହାସଲ ପାଇଁ ଏକ ହେବା ପାଇଁ କହିଥିଲେ । ସମସ୍ତେ ସମସ୍ତଙ୍କର ଦୁଃଖସୁଖ ର ସାମିଲ ହେବା ପାଇଁ କହିଥିଲେ । ସରକାର ସେମାନଙ୍କୁ ଶିଘ୍ର ଏସପି ତାଲିକାରେ ଅନ୍ତର୍ଭୁକ୍ତ କରନ୍ତୁ ନଚେତ୍ ଆଗାମୀ ଦିନରେ ରାଜରାସ୍ତାରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି କହିଥିଲେ ।

ଆର ଆଇ ମାନେ ଗ୍ରାମାଞ୍ଚଳରେ ସର୍ଭେ କରୁଥିବାବେଳେ ସମସ୍ତେ ସଜାଗ ସୋଇ କୁମ୍ଭାର ସମାଜର ଲୋକେ ଯେମିତି ତାଲିକାରେ ବାଦ ନ ପଡନ୍ତି ସେଥିପ୍ରତି ଅଧିକ ଧ୍ୟାନ ଓ ଯତ୍ନଶୀଳ ହେବାପାଇଁ କହିଥିଲେ । ପରେ ଆଗାମୀ ଶାରଦୀୟ ଦୁର୍ଗାପୂଜା ରେ ମା’ ସମସ୍ତ କୁମ୍ଭାର ସମାଜର ମଙ୍ଗଳ କରନ୍ତୁ,ସୁସ୍ଥ ରଖନ୍ତୁ, ଧନଧାନ୍ୟରେ ଓଜାଡି ଦିଅନ୍ତୁ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଵତଃସ୍ଫୁର୍ତ୍ତ ଭାବେ ବହୁ ସଂଖ୍ୟାରେକୁମ୍ଭାର ସମାଜର ମହିଳା,ଯୁବକ, ବୁଦ୍ଧିଜୀବୀ,ସାମାଜିକ କର୍ମୀ,ଲେଖକ,କବି,ଯୋଗ ଦେବା ସହ କୁମ୍ଭାର ସମାଜର ଉନ୍ନତି,ବିକାଶ ପାଇଁ ସୁଚିନ୍ତିତ ମତାମତ ଦେଇଥିଲେ । ଏହି ବୈଠକରେ ଉପସ୍ଥିତ ଥିବା ସମସ୍ତଙ୍କୁ ସଂପାଦକ ଭୁବନେଶ୍ୱର ବେହେରା କୃତଜ୍ଞତା ଜଣାଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

May 1, 2026
ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

May 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version