No Result
View All Result
୧୫ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ସଦର ବ୍ଲକ ଉରାଳୀ ପଞ୍ଚାୟତ ଢିଅନଛିପୁର ଗ୍ରାମର ମା, ଜାଗୁଳାଇ ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ , ରବିବାର ରାତିରେ ପୂଜା ମଣ୍ଡପ ଠାରେ ଏକ ପ୍ରସ୍ତୁତି ବୈଠକ ସଭାପତି ମହେନ୍ଦ୍ର କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ପୂଜାରେ ୪ ଲକ୍ଷ୍ୟରୁ ଉର୍ଦ୍ଧ୍ବ ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି । ଆସନ୍ତା ୨୮ ତାରିଖରୁ ଲକ୍ଷ୍ମୀ ପୂଜା ଆରମ୍ଭ ୩ ତାରିଖରେ ଭଷାଣୀ ଯାତ୍ରା ସମାପନ କରାଯିବ । ସୁନ୍ଦର ଆଲୋକ ସାଜସଜ୍ଜା ସାଙ୍ଗକୁ ମାଙ୍କୁ ରୂପା ମୁକୁଟ ଏବଂ ରୂପା ଅଳଙ୍କାରେ ପିନ୍ଧାଯିବ।

ଶେଷ ରାତ୍ରରେ ସାଂସ୍କୃତିକ କାର୍ଯ୍ୟ ପାଲା ପରିବେଷଣ କରାଯିବ। ଗଜଲକ୍ଷ୍ମୀ ପୂଜା ଦିନ ସକାଳ ୯ ଟାରେ ଶତାଧିକ ମହିଳା କେଦାରେଶ୍ୱରଙ୍କ ପୁଷ୍କରିଣୀରୁ କଳସ ବୁଡାଇ ଶୋଭାଯାତ୍ରାରେ ଆସି ପୂଜା ମଣ୍ଡପରେ କଳସ ସ୍ଥାପନ କରିବେ । ପ୍ରତିଦିନ ମଧ୍ୟାହ୍ନରେ ଗ୍ରାମବାସୀ ଏବଂ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ଷେବନର କାର୍ଯ୍ୟକ୍ରମ ରହିଛି । ଭଷାଣୀ ଦିନ ଅପରାହ୍ନରେ ମା, ଗଜଲକ୍ଷ୍ମୀଙ୍କ ମେଢ଼ ଗ୍ରାମ ପରିକ୍ରମା କରି ସାରିବା ପରେ ନଛିପୁର ସ୍ଥିତ ମଙ୍ଗଳା ମନ୍ଦିର ନିକଟରେ ସନ୍ଧ୍ୟାରେ ମେଢ଼ ଶୋଭାଯାତ୍ରାରେ ଯାଇ ପହଞ୍ଚିବ ।

ଗ୍ରାମର ସମସ୍ତ ମହିଳା ଏବଂ ଯୁବତୀ ମାନେ ମାଙ୍କ ମେଢ଼ ସହିତ ମଙ୍ଗଳା ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯିବେ । ପୋଲିସ ପ୍ରଶାସନ ପକ୍ଷରୁ କରାଯାଇଥିବା ନିୟମକୁ ମାନି ଢିଅନଛିପୁର ମା,ଜାଗୁଳାଇ ଗଜ ଲକ୍ଷ୍ମୀ ପୂଜା କମିଟି ଚଳିତ ବର୍ଷ ଭଷାଣୀରେ ଡିଜେ ବଦଳୂ ପାରମ୍ପରିକ ବାଜା ,ନିଶାମୁକ୍ତ ଭଷାଣୀ କାର୍ଯ୍ୟ ସମାପନ କରିବ ବୋଲ ସଭାପତି ମହେନ୍ଦ୍ର କୁମାର ବେହେରା ,

ସଂପାଦକ ପ୍ରଦୀପ ଦାସ ବୈଠକରେ ସୂଚନା ଦେଇଥିଲେ । ଏହି ପ୍ରସ୍ତୁତି ବୈଠକରେ ଉପ ସଭାପତି ରମାକାନ୍ତ ଦାସ, ଫକୀର ଚରଣ ଦାସ, ପ୍ରାଣ କୃଷ୍ଣ ଦାସ , ପ୍ରଶନ କୁମାର ଦାସଙ୍କ ସମେତ ପୂଜା କମିଟିର ସମସ୍ତ ସଦସ୍ୟ , ଯୁବକ, ଏବଂ ମୁରବୀ ମାନେ ଯୋଗ ଦେଇ, ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


No Result
View All Result