No Result
View All Result
୦୯ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଅକ୍ଟୋବର ଦୁଇ ତାରିଖ ଗାନ୍ଧି ଜୟନ୍ତୀ ଠାରୁ ବିଜେଡ଼ି ଦଳ ପକ୍ଷରୁ, ଜନ ସଂପର୍କ ପଦଯାତ୍ରା ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଛି । ଏହା ଆସନ୍ତା ବୁଧବାର ୧୧ ତାରିଖ ଜୟ ପ୍ରକାଶ ନାରାୟଣ ଜୟନ୍ତୀରେ ଉଦଯାପିତ ହେବ ।

ଏହି ଅବସରରେ କଟକ- ବାରବାଟୀ ବିଜୁ ଜନତା ଦଳ ପକ୍ଷରୁ ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ ହେବ ।ଏହି ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ କଟକ ଜିଲ୍ଲା ସଭାପତି ଦେବାଷିଶ ସାମନ୍ତରାୟଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଥିଲା । ଏଥିରେ କଟକ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବରିଷ୍ଠ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ,

ବିଜେଡ଼ି ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନ ହିତକର କାର୍ଯ୍ୟର ବାର୍ତ୍ତା, ଘରେ ଘରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଉପସ୍ଥିତ ସମସ୍ତ କର୍ମୀଙ୍କୁ ପରାମର୍ଶ ଦେଇଥିଲେ ।ଏହି ବୈଠକରେ ଛାତ୍ର, ମହିଳା, ଯୁବ ସଂଗଠନ, ଛାମୁଆ ନେତା ଦଳୀୟ କର୍ପୋରେଟର, ସାଧାରଣ କର୍ମୀ ଉପସ୍ଥିତ ଥିଲେ।


No Result
View All Result