୦୬ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନିଆଳି :-> କଟକ ଜିଲ୍ଲା ନିଆଳି ବ୍ଲକ କସରଦା ପତ୍ରକଣା ଗାଁ ରେ ପ୍ରଶାସନିକ ସ୍ତରରେ ନୂତନ ଭାବେ ଚୟନ କରାଯାଇଥିବା ଗୋପାଳ ଜିୟୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଡିଲର ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଥିବା ଏବଂ କଣ୍ଟ୍ରୋଲ ଦ୍ରବ୍ୟ ଠିକ୍ ଭାବରେ ପାଉଁନଥିବାର ପ୍ରତିବାଦ କରି ଆଜି ପତ୍ରକଣା ଗ୍ରାମବାସୀ ମାନେ ସକାଳ ୧୦ ଠାରୁ ୫ ପର୍ଯ୍ୟନ୍ତ ନିଆଳି ବ୍ଲକ୍ ସମ୍ମୁଖରେ ପ୍ରତିବାଦ ଓ ଧାରଣ ରେ ବସିଥିବାର ଜଣାପଡିଛି । ପତ୍ରକଣା ଗ୍ରାବାସୀମାନେ ପୁରୁଣା ଡିଲର୍ ଶରତ ଚନ୍ଦ୍ରମହାପାତ୍ର ଙ୍କ ଠାରୁ ସୁଚାର ରୂପେ କଣ୍ଟ୍ରୋଲ ଦ୍ରବ୍ୟ ପାଇ ଆସୁଥିଲେ ।

କିନ୍ତୁ ପ୍ରଶାସନିକ ଓ ରାଜନୈତିକ ସ୍ତରରେ ବ୍ୟାପକ ଅନିୟମିତତା କରାଯାଇ ସ୍ୱୟଂସହୟିକା ଗୋଷ୍ଠୀ ଙ୍କ ଡିଲର ଭାବେ ନିଯୁକ୍ତି ଦିଆଯାଇଥିଲା । ମାତ୍ର ସମ୍ପୃକ୍ତ ଡିଲର ନିଜ ଘରେ କଣ୍ଟ୍ରୋଲ ଦ୍ରବ୍ୟ ରଖି ଠିକ୍ ଭାବରେ ବାଣ୍ଟି ନଥିଲେ ।ବହୁଲୋକ କଣ୍ଟ୍ରୋଲ ଦ୍ରବ୍ୟ ପାଇବାରୁ ବଞ୍ଚିତ ହୋଇଥିଲେ । ଏହି ନେଇ ଅସନ୍ତୋଷ ଦେଖା ଦେଇଥିଲା । ବ୍ଲକରେ ଅଭିଯୋଗ କରାଯାଇଥିଲା ମଧ୍ୟ କୌଣସି ନ୍ୟାୟ ମିଳିନଥିବାରୁ ପ୍ରତିବାଦ ସୋରୁପ ଆଜି ବାବୁନି ଙ୍କ ନେତୃତ୍ଵ ରେ ଗଗନ ସାହୁ,

ଧୃବ ମହାପାତ୍ର ,ଦିବାକର ଦାସ , ଝାଟୁ ଭୋଇ, ସମେତ ୨୦୦ ରୁ ଉର୍ଦ୍ଧ ଗ୍ରାମବାସୀ ମାନେ ବ୍ଲକ ସମ୍ମୁଖରେ ଆଜି ଘେରାଉ ସହ ପ୍ରତିବାଦ ଓ ଧାରଣା ଦେଇଥିଲେ ।ଏହି ସମ୍ପର୍କ ରେ ସମାଧାନ ଲାଗି ବିଡ଼ିଓ ଙ୍କ ମାଧ୍ୟମରେ ଉପଜିଲ୍ଲାପଳ ଙ୍କ ଠାରୁ ପୁରୁଣା ଡିଲର ମାଧ୍ୟମରେ ଲୋକଙ୍କୁ କଣ୍ଟ୍ରୋଲ ଦ୍ରବ୍ୟ ଯୋଗାଇଦିଆଯିବ ବୋଲି ପ୍ରତିଶୃତି ମିଳିବାପରେ ଧାରଣା ପ୍ରତ୍ୟାହୃତ ହୋଇଛି ବୋଲି ଧାରଣା ରତ ଗ୍ରାମବାସୀ କହିଛନ୍ତି ।















