୫ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ଓଡିଶା ଶିକ୍ଷା ବିଭାଗର ପ୍ରୟାସ୍ ରେ ଓଡିଶାର ସମସ୍ତ ବିଦ୍ୟାଳୟ ସ୍ତରରେ ଧନ୍ଦାମୂଳକ ଶିକ୍ଷା ଯୋଡି ହେବାର ସଫଳତା ଏବେ ସାରା ରାଜ୍ୟରେ ଦେଖିବାକୁ ମିଳୁଛି I ଧନ୍ଦାମୂଳକ ଶିକ୍ଷା ଫଳରେ ନିଶ୍ଚିତ ଭାବେ ଛାତ୍ରଛାତ୍ରୀ ମାନଙ୍କ ସପକ୍ଷ ରେ ଲାଭବାନ ହୋଇପାରିବେ ଏବଂ ଭବିଷ୍ଯତ ରେ ଆତ୍ମ ନିର୍ଭରଶୀଳ ହେବାର କୌଶଳ ଶିକ୍ଷା ଯୋଗୁଁ ଆଗାମୀ ଦିନରେ ନିଜକୁ ନିର୍ଭରଶୀଳ ର ପରିଚୟ ଦେଇପାରିବେ । ଧନ୍ଦାମୂଳକ ଶିକ୍ଷାର ପ୍ରଚାର ପ୍ରସାର ତାଲିମ ପ୍ରଦାନ କ୍ଷେତ୍ର ରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉଚ୍ଚ ବାଳିକା ବିଦ୍ୟାଳୟ ଆଗରେ ରହିଛି ।
ମୟୁରଭଞ୍ଜ ଜିଲ୍ଲାର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ରାଇରଙ୍ଗପୁରର ଧନ୍ଦାମୂଳକ ଶିକ୍ଷା ଏଗ୍ରିକଲଚର ବିଭାଗର ଛାତ୍ରୀ ମାନେ ଶିଳ୍ପ ଭ୍ରମଣ କାର୍ଯ୍ୟକ୍ରମରେ ସୋଲାନାସିଏସ ଫସଲ ବିଷୟରେ ଅଧିକ ବ୍ୟବହାରିକ ଶିକ୍ଷା ଆହରଣ ପାଇଁ ପହଂଚିଥିଲେ ରାଇରଙ୍ଗପୁର ନିକଟସ୍ଥ ନୁରୁବାଦଡା ଗ୍ରାମରେ I ଉକ୍ତ କାର୍ଯ୍ୟକ୍ରମରେ ସମ୍ପୃକ୍ତ ଶିକ୍ଷକ ଦୀପ୍ତିମନ୍ତ ପାଇକରାୟଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ନବମ ଓ ଦଶମ ଶ୍ରେଣୀର 80 ଜଣ ଛାତ୍ରୀ ନୁରୁବାଦଡା ଗ୍ରାମର ନିରଜ ମହାନ୍ତଙ୍କ ଚାଷ ଜମିକୁ ଯାଇ ଜ୍ଞାନ ଅର୍ଜନ କରିଥିଲେ I
ଚାଷୀ ନିରଜ ମହାନ୍ତ ପିଲାମାନଙ୍କୁ ତଳିପଟାଳି ପ୍ରସ୍ତୁତି , ମୁଖ୍ୟ ଜମି ପ୍ରସ୍ତୁତି, ବୁନ୍ଦା ଜଳସେଚନ, ଭୂମି ଆଛାଦିକରଣ, ବାଇଗଣ ଓ ବିଲାତି ଫସଲରେ ରୋଗ ପୋକ ପରିଚାଳନା ସମ୍ବନ୍ଧରେ ଅନେକ ଜ୍ଞାନ ପ୍ରଦାନ କରିବା ସହ ପିଲାମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସନ୍ଦେହ ଦୂର କରିଥିଲେ I ଉକ୍ତ କାର୍ଯ୍ୟକ୍ରମ ସମ୍ବନ୍ଧରେ ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ରିଷିପ୍ରଭା ମହାନ୍ତଙ୍କ ମନ୍ତବ୍ୟ ” ଧନ୍ଦାମୂଳକ ଶିକ୍ଷର ଏମିତି ଶିଳ୍ପ ଭ୍ରମଣ ଚାଷ ସମ୍ବନ୍ଧରେ ଛାତ୍ରୀ ମାନଙ୍କ ପାଇଁ ବହୁତ ଉପଯୋଗୀ ହୋଇଥାଏ ,
ଉକ୍ତ ଧନ୍ଦାମୂଳକ ପାଠ୍ୟକ୍ରମ ଛାତ୍ରୀ ମାନଙ୍କ ମନରେ ଉଲ୍ଲାସ ଭାରି ଦେଇଥିବା ଦେଖିବାକୁ ମିଳିଥିଲା I ଧନ୍ଦାମୂଳକ ପାଠ୍ୟକ୍ରମ ଲାଗୁ ହେବାଫଳରେ ନିଶ୍ଚିତ ଭାବେ କୃଷି କ୍ଷେତ୍ର ରେ ପରିବର୍ତ୍ତନ ସହ କୃଷିର ଚାହିଦା ବୃଦ୍ଧି ପାଇବ । କାର୍ଯ୍ୟକ୍ରମରେ ଦୀପ୍ତିମନ୍ତ ପାଇକରାୟଙ୍କ ସମେତ ଏନ. ଏସ. ସତ୍ୟନାରାୟଣ ବେହେରା, ବିଦ୍ୟାଳୟର କର୍ମଚାରୀ ପୁର୍ଣିମା ମହାନ୍ତ, କୁନ୍ତଳା ବାରିକ ଉପସ୍ଥିତ ଥିଲେ I ଶେଷରେ ଶିକ୍ଷକ ଦୀପ୍ତିମନ୍ତ ପାଇକରାୟ ଚାଷଜମିର ସମସ୍ତ କର୍ମଚାରୀ ମାନଙ୍କୁ ସକ୍ରିୟ ସହଯୋଗ ନିମନ୍ତେ ଧନ୍ୟବାଦ ଅର୍ପଣ କରିଥିଲେ I