No Result
View All Result
୫ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ଆଗାମୀ ନିର୍ବାଚନ ପାଇଁ ରଣନୀତି ଆରମ୍ଭ କରୁଛି କଂଗ୍ରେସ , ନିର୍ବାଚନ ମଇଦାନରେ କଂଗ୍ରେସ ଆଉ ପଛରେ ରହିବ ନାହିଁ ଏଥର ଆଗକୁ ଆଗକୁ ମାଡି ଚାଲିବ । କେନ୍ଦ୍ର ଜାତୀୟ କଂଗ୍ରେସ ଦଳ ର ଆୱାନ କ୍ରମେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ଦଳ ତରଫରୁ ଅକ୍ଟୋବର ୨ ଗାନ୍ଧୀ ଜୀ ଓ ଶାସ୍ତ୍ରୀଜୀଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ଟାଉନ କଂଗ୍ରେସ ଦଳ ତରଫରୁ ସଂକଳ୍ପ ନେଇ ଥିବା ଜଣାପଡିଛି । କିଭଳି ଭାବେ ଘରେ ଘରେ ତୀରଙ୍ଗା ପଦଯାତ୍ରା ସଫଳ ହେବ ସେ ନେଇ ପ୍ରସ୍ତାବ ରଖିଥଲେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶ୍ଯାମ ଚରଣ ହାଁସଦାଃ ।
ରାଇରଙ୍ଗପୁର ପୌରପରିଷଦ ଅନ୍ତର୍ଗତ ଗାନ୍ଧୀ ପାର୍କ ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ତୀରଙ୍ଗା ପଦ ଯାତ୍ରାର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମ ରେ ରାଇରଙ୍ଗପୁର କଂଗ୍ରେସ ଦଳ ତରଫରୁ ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ଦଳ ତରଫରୁ ରାଇରଙ୍ଗପୁର ପୌରପରିଷଦ ଅନ୍ତର୍ଗତ ଗାନ୍ଧୀ ପାର୍କ ପରିସରରେ ଥିବା ବାପୁଜୀ ଙ୍କ ପ୍ରତିମୂର୍ତ୍ତି ରେ ଦଳ ପକ୍ଷ ରୁ ଶ୍ରଦ୍ଧାଞ୍ଜଳୀ ଓ ପୁଷ୍ପ ଅର୍ପଣ କରିଥିଲେ । ଆଗାମୀ ଦିନରେ ବାପୁଜୀ ଙ୍କ ଆଦର୍ଶ କୁ ଅନୁସରଣ କରି ଦଳ କୁ ମଜଭୂତ କରିବାର ସଂକଳ୍ପ କରିଥିଲେ ।
ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ ଓ ପୂର୍ବତନ ବିଧାୟକ ଶ୍ଯାମ୍ ଚରଣ ହାଁସଦାଃ ବାପୁଜୀ ଓ ଶାସ୍ତ୍ରୀଜୀଙ୍କ ଉପରେ ଆଲୋକପାତ କରିଥିଲେ । ସଭା ଶେଷ ରେ ପ୍ରଭକ୍ତା ଲଳିତ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ରେ ବସନ୍ତ ପଟନାୟକ ଜିଲ୍ଲା ସମ୍ପାଦକ , ଟାଉନ ସଭାପତି ଅଶୋକ କୁମାର ଅଗ୍ରୱାଲ , ରୂପକ ମହାନ୍ତ , ଶଙ୍କର ଲାଲ୍ ଖେଳକା , ଶୁଶିଲ କୁମାର ମହାନ୍ତି , ପରେଶ ଚନ୍ଦ୍ର ପାତ୍ର , କୃଷ୍ଣ ଚନ୍ଦ୍ର ମାର୍ଣ୍ଡି ,
ରମେଶ ହାଁସଦାଃ , ଜାଗେଶ୍ୱର ଆକ୍ତାର ପ୍ରମୁଖ ଓ ଅନ୍ଯ ଯୁବ କଂଗ୍ରେସ ର କର୍ମକର୍ତ୍ତା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଅନୁଯାଇ ଅକ୍ଟୋବର ୭ ରେ ହେବ ପ୍ରସ୍ତୁତି ବୈଠକ ଓ ଅକ୍ଟୋବର ୧୫ ତାରିଖ ରୁ ଆରମ୍ଭ ହେବ ଘରେ ଘରେ ତୀରଙ୍ଗା ପଦଯାତ୍ରା । ଉକ୍ତ ପଦଯାତ୍ରାରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରେମୀ ମାନଙ୍କୁ ବହୁ ସଂଖ୍ୟାରେ ଯୋଗଦାନ କରିବାକୁ ଆହ୍ବାନ କରିଥିଲେ ପୂର୍ବତନ ବିଧାୟକ ଶ୍ଯାମ ଚରଣ ହାଁସଦାଃ ।
No Result
View All Result