No Result
View All Result
୫ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନିଆଳି :-> ୧୦ ମ ଶ୍ରେଣୀ ର ହାପୀ ଏଲ୍ ପରୀକ୍ଷା ଆରମ୍ଭ ହୋଇଥିଲା । କିନ୍ତୁ ବିଦ୍ୟାଳୟ ଶ୍ରେଣୀ ଗୃହ ରେ ନିର୍ଦ୍ଧାରିତ ସମୟରେ ପ୍ରଶ୍ନ ପତ୍ର ନ ପହଞ୍ଚି ବାରୁ ବିଦ୍ୟାଳୟ ର ୫୧ ଜଣ ପିଲା ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା ଜଣାପଡ଼ିଛି । ସେଥି ନେଇ ଛାତ୍ରା ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ଦେଖା ଦେଇଛି ।

ପ୍ରକାଶ ଯେ କଟକ ଜିଲ୍ଲା ନିଆଳି ବ୍ଳକ ଅଧୀନ ମହଙ୍ଗ ପଡ଼ା ଗ୍ରାମସ୍ଥିତ ଶ୍ରୀ ଶ୍ରୀ ପିଙ୍ଗଳେଶ୍ୱର ସରକାରି ଉଚ୍ଚବିଦ୍ୟାଳୟରେ ଆଜି ଦଶମ ଶ୍ରେଣୀ ର ହାପିଏଲ ପରୀକ୍ଷା ଥିଲା । କିନ୍ତୁ ଉକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଶ୍ନ ପତ୍ର ନେଇ ନିର୍ଦ୍ଧାରିତ ସମୟରେ ପହଞ୍ଚି ନଥିଲା ଘରେ ରଖି ବସିଥିଲେ । ବିଳମ୍ବ ହେବାରୁ ବିଦ୍ୟାଳୟ ର CRCC ପ୍ରଧାନ ଶିକ୍ଷକ ଙ୍କ ଘରକୁ ପ୍ରଶ୍ନ ଆଣିବାକୁ ଯାଇଥିଲେ ।

କିନ୍ତୁ ସେତେବେଳେ ପ୍ରଥମ ସିଟିଂ ମାତୃଭାଷା ପରୀକ୍ଷା ର ସମୟ ଚାଲି ଯାଇଥିଲା । ପିଲାମାନେ ପ୍ରଥମ ସିଟିଂ ପରୀକ୍ଷା ଦେଇ ପାରିନଥିବାରୁ ସେଥି ନେଇ ଅଭିଭାବକ ମାନେ ବିଦ୍ୟାଳୟ ରେ ପହଞ୍ଚି ପ୍ରଧାନ ଶିକ୍ଷକ ଙ୍କ ର ଏତା ଦୃଶ୍ୟ ଛାତ୍ର ମାରଣ ନୀତିର ପ୍ରତିବାଦ ରେ ପାଟିତୁଣ୍ଡ ହୋ ହୋଲା କରିଥିଲେ । 
ପିଲାମାନେ କେବଳ ଦ୍ୱିତୀୟ ସିଟିଂ ଇଂରାଜୀ ପରୀକ୍ଷା ଦେଇଥିଲେ ବିଦ୍ୟାଳୟକୁ ଠିକ୍ ସମୟରେ ପ୍ରଧାନ ଶିକ୍ଷକ ଆସନ୍ତି ନାହିଁ ଏଣୁ କରି ତାଙ୍କୁ ଏହି ବିଦ୍ୟାଳୟ ରୁ ଅନ୍ୟ ବିଦ୍ୟାଳୟ କୁ ବଦଳି କରିବା ପାଇଁ ଅଞ୍ଚଳ ବାସୀଙ୍କ ପକ୍ଷରୁ ଦାବି କରାଯାଇଛି

No Result
View All Result