No Result
View All Result
୩ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନିଆଳି :-> ଭାରତ ସରକାର ଙ୍କ ଆହ୍ବାନ କ୍ରମେ ନିଆଳି ଉପଡାକ ଘର ର ସମସ୍ତ କର୍ମଚାରି ମାନେ ଅନଲାଇନ ସ୍ଵଚ୍ଛତା ଶପଥ ନେବା ସହ ନିଆଳି ଡାକଘର ର ପାରିପାର୍ଶିକ ପରିବେଶ ,ପାଇଁ ବୃକ୍ଷ ରୋପଣ ସହ ସଫେଇ କାର୍ଯ୍ୟ କରିଥିଲେ । ଏହି ସଫେଇ ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସବପୋଷ୍ଟ ମାଷ୍ଟର ମନୋରଞ୍ଜନ ଚୌଧୁରୀ ,

ବିନୋଦ ବିଶ୍ବାଳ ଏବଂ କର୍ମଚାରୀ ଦେବନ ସେନାପତି ଉପସ୍ଥିତ ରହି ବୃକ୍ଷ ରୋପଣ କରିବା ସହ ସ୍ୱଚ୍ଛତା ପାଇଁ ସଫେଇ କର୍ମଚାରୀମାନ ଙ୍କୁ ଉତ୍ସାହିତ କରିବା ସହ ଏ ପରି ମହତ କାର୍ଯ୍ୟ କରାଯାଉ ଥିବାରୁ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଥିଲେ । ସେହି ପରି ନିଆଳି ନୂଆ ଗାଁ ବଡ଼ କୋରକୋର ସ୍ଥିତ ବୃନ୍ଦାବନ ଆଶ୍ରମ ପରିସରରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ କରାଯାଇଥିଲା ।

ଉକ୍ତ ଆଶ୍ରମ ର ସମସ୍ତ ଅନ୍ତେ ବାସି ଙ୍କ ଦ୍ଵାରା ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ବୃନ୍ଦାବନ ଆଶ୍ରମ ର ପରିଚାଳକ ସୁଦାମ ସାମଲଙ୍କ ତତ୍ୱାବ ଧାନରେ ଆଶ୍ରମ ପରିସରରେ ଅନ୍ତେ ବାସି ମାନେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟ କରିଥିବାରୁ ଧନ୍ୟ ବାଦ କରାଯାଇଥିଲା .


No Result
View All Result